ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ଗୋଟିଏ ହସ୍ପିଟାଲର ୧୧ ନର୍ସଙ୍କୁ ବ୍ରେନ୍ ଟ୍ୟୁମର, ଯାଞ୍ଚ ପରେ ବି କାରଣ ଅସ୍ପଷ୍ଟ

Published By : Prameya | April 5, 2025 3:30 PM

ନ୍ୟୁୟର୍କ,୫।୪: ଆମେରିକାର ମାସାଚୁସଟସ୍‌ରୁ ଆସିଛି ଏକ ଚିନ୍ତାଜନକ ଖବର। ସେଠାର ଏକ ହସ୍ପିଟାଲର ଗୋଟିଏ ଫ୍ଲୋରରେ କାମ କରୁଥିବା ୧୧ ଜଣ ନର୍ସ ବ୍ରେନ୍ ଟ୍ୟୁମ୍‌ରରେ ହୋଇଛନ୍ତି ପୀଡିତ। ସେମାନେ ସମସ୍ତେ ନ୍ୟୁଟନ୍ ଭେଲେସଲି ହସ୍ପିଟାଲର ପଞ୍ଚମ ମହଲାରେ କାମ କରୁଥିଲେ।  ଜଣେ ନର୍ସ ତାଙ୍କ ଇଣ୍ଟରଭ୍ୟୁରେ ଏଭଳି ଅଭିଯୋଗ ଆଣିଛନ୍ତି।  ଏହି ସମସ୍ତ ନର୍ସ ହସ୍ପିଟାଲର ମାଟରନିଟି ସେଣ୍ଟରରେ କାମ କରୁଥିଲେ।

ରୋଗର ଚିକିତ୍ସା ପାଇଁ ଲୋକେ ହସ୍ପିଟାଲକୁ ଆସନ୍ତି। କିନ୍ତୁ ହସ୍ପିଟାଲରେ ରହିଲେ ହୋଇଯାଉଛି ବ୍ରେନ୍ ଟ୍ୟୁମର। ଏଭଳି ଏକ ଘଟଣା ଆମେରିକାର ମାସାଚୁଟସ୍‌ରୁ ଆସିଛି। ନ୍ୟୁଟନ୍ ଭେଲେସଲି ହସ୍ପିଟାଲର ୫ ନର୍ସ ଏବେ ବ୍ରେନ୍ ଟ୍ୟୁମ୍‌ରେ ପୀଡିତ। ସେଭଳି ତାଙ୍କ ପୂର୍ବରୁ ଅନ୍ୟ ୬ ଜଣ ନର୍ସଙ୍କୁ ମଧ୍ୟ ବ୍ରେନ୍ ଟ୍ୟୁମର ହୋଇଛି।  ନିକଟରେ   ଜଣେ ନର୍ସ ଏକ ଇଣ୍ଟରଭ୍ୟୁରେ ଏ ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ କେବଳ ସେ ନୁହେଁ ତାଙ୍କ ଭଳି ୧୧ ଜଣରୁ ଅଧିକଙ୍କୁ ବ୍ରେନ୍ ଟ୍ୟୁମର ହୋଇଛି। ଅନେକ ସର୍ଜରୀ କରିସାରିଛି। ହେଲେ ହସ୍ପିଟାଲ ପକ୍ଷରୁ କାହାକୁ ବିଶେଷ କିଛି ସୁବିଧା ମିଳୁନି। ହସ୍ପିଟାଲ ପ୍ରଶାସନ ଏହି କଥାକୁ ଗୁରୁତ୍ବ ଦେଉନି ବୋଲି ନର୍ସ ଜଣକ ଅଭିଯୋଗ କରିଛନ୍ତି। ଷ୍ଟାଫଙ୍କ ମଧ୍ୟରେ ଚିନ୍ତା ବି ବଢିବାରେ ଲାଗିଛି। ଏହା କେବଳ ଏକ ସଂଯୋଗ ହୋଇନପାରେ। ଏହାପଛର କାରଣ ଜାଣିବା ମଧ୍ୟ ଖୁବ୍ ଜରୁରୀ। ସିଡିସିର ଗାଇଡଲାଇନ୍‌ର ପାଳନ କରି ହସ୍ପିଟାଲ ପକ୍ଷରୁ ରେଡିଏସନ୍ ଓ ଆଖପାଖର ପରିବେଶକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଏଠାର ପରିବେଶରେ କୌଣସି ସମସ୍ୟା ନାହିଁ,ଯେଉଁଥିରେ ବ୍ରେନ୍ ଟ୍ୟୁମର ହେବ।

ବିଶେଷଜ୍ଞଙ୍କ ମତରେ ରେଡିଏସନର ଆୟନାଇଜେସନ୍ କାରଣରୁ ଏଭଳି ଟ୍ୟୁମର ହୋଇପାରେ। କିନ୍ତୁ ଏହା ମଧ୍ୟ କୁହାଯାଉଛି ଯେ, ରେଡିଏସନ୍‌ କାରଣରୁ ହେଉଥିଲେ ପୁରା ଶରୀରକୁ ପ୍ରଭାବିତ କରିଥାନ୍ତା। କେବଳ ବ୍ରେନ୍‌କୁ କାହିଁ। ବିଭିନ୍ନ ପ୍ରକାର କ୍ୟାନସର ହୋଇପାରିଥାନ୍ତା। ଏହା କେବଳ ବ୍ରେନ୍‌କୁ କାହିଁକି ପ୍ରଭାବିତ କରୁଛି ? ଯଦି ରେଡିଏସନ୍ ସିଧା ମୁଣ୍ଡରେ ପଡେ ତେବେ ବ୍ରେନ ଟ୍ୟୁମରର ବିପଦ ରହିଛି। ହସ୍ପିଟାଲ ଅଧିକାରୀ କହିଛନ୍ତି, ପଞ୍ଚମ ମହଲାରେ କୌଣସି ପ୍ରକାର ଅତିରିକ୍ତ ରେଡିଏସନ୍ ନାହିଁ। ହସ୍ପିଟାଲର ପିଇବା ପାଣିର ମଧ୍ୟ ନିୟମିତ ଯାଞ୍ଚ କରାଯାଉଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.