ମୁମ୍ବାଇ: ମୁମ୍ବାଇର ଗେଟ ଓ୍ବେ ଅଫ ଇଣ୍ଡିଆ ନିକଟରେ ଗୋଟିଏ ଯାତ୍ରୀବାହି ନୈକାକୁ ଧକ୍କା ଦେଇଛି ନୈସେନାର ଏକ ସ୍ପିଡବୋଟ୍ । ଏହି ଦୁର୍ଘଟଣାରେ ୩ ଜଣ ନୈସେନା ଯବାନଙ୍କ ସହ ମୋଟ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ବୁଧବାର ଉପରବେଳା ୧୧୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହି ନୈକାକୁ  ନୈସେନାର ଏକ ସ୍ପିଡ଼ବୋଟ୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୮ ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଏଯାଏ ସର୍ଚ୍ଚ ଅପରେସନ ଜାରି ରହିଛି। 

ନୀଳକମଳ ନାମକ ଏକ ଯାତ୍ରୀବାହି ନୈକା ଗେଟ ଓ୍ବେ ଅଫ ଇଣ୍ଡିଆ ନିକଟରୁ ୟାତ୍ରୀ ମାନଙ୍କୁ ନେଇ ଏଲିଫ୍ୟାଣ୍ଟ ଆଇଲ୍ୟାଣ୍ଡକୁ ବୁଲିବାକୁ ଯାଉଥିଲା। ମୁମ୍ବାଇରେ ଥିବା ଦର୍ଶନୀୟ ସ୍ଥାନ ମାନଙ୍କ ଭିତରେ ଏଲିଫ୍ୟାଣ୍ଟ ଆଇଲ୍ୟାଣ୍ଡ ଅନ୍ୟତମ। ଏଲିଫ୍ୟାଣ୍ଟ ଆଇଲ୍ୟାଣ୍ଡକୁ ଯିବା ସମୟରେ ନୈସେନାର ଏକ ସ୍ପିଡ଼ବୋଟ୍ ନିୟନ୍ତ୍ରଣ ହରାଇ ଏହି ନୈକାରେ ମାଡ ହୋଇଥିଲା। ତେବେ ବୋଟରେ କେତେ ଜଣ ଯାତ୍ରୀ ଥିଲେ ତାହା ଠିକସେ ଜଣାପଡ଼ିନାହିଁ ।

ଏହି ସ୍ପିଡବୋଟ୍ ଟି ଏକ ରିଜିଡ ଇନଫ୍ଲାଟେବଲ ବୋଟ୍(ଆରଆଇବି) ଥିଲା। ବୋଟ୍ ଟିର ଇଞ୍ଜିନକୁ ପରିକ୍ଷା କରାଯାଉଥିଲା। ଏହି ସମୟରେ ଇଞ୍ଜିନଟି ନିୟନ୍ତ୍ରଣ ହରାଇଦେଇଥିଲା। ଏଣୁ ବୋଟ୍ ଟି ନୈକାରେ ମାଡ ହୋଇଥିଲା ବୋଲି ନୈସେନା ଏକ ବିବୃତ୍ତି ଜାରି କରି କହିଛି। 

ଏହି ଦୁର୍ଘଟଣା ଘଟିବା ପରେ ଉକ୍ତ ଅଞ୍ଚଳରେ ବଡ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି। ନୈସେନାର ୧୧ଟି ବୋଟ୍, ସାମୁଦ୍ରିକ ପୋଲିସର ୩ଟି ବୋଟ୍ ଓ ତଟରକ୍ଷୀ ବାହିନୀର ଗୋଟିଏ ବୋଟ୍ ଏହି ଅପରେସନକୁ ଜାରି ରଖିଛନ୍ତି। 

ଅନ୍ୟପଟେ ଜୱାହାରନାଲ ନେହରୁ ପୋର୍ଟ ଅଥୋରିଟି ପକ୍ଷରୁ ୪ଟି ହେଲିକପ୍ଟର ଓ ସ୍ଥାନିୟ ମତ୍ସ୍ୟଜୀବି ମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।