ମୁମ୍ବାଇ,୩୧/୦୫: ଆଉ ଗୋଟିଏ ମ୍ୟାଚ । ମିଳିଯିବେ ଆଇପିଏଲ୍‌ର ଦୁଇ ଫାଇନାଲିଷ୍ଟ । ଆରସିବି ବିପକ୍ଷରେ କିଏ ଖେଳିବ ଚଳିତ ସିଜନ୍‌ର ଫାଇନାଲ ମୁକାବିଲା ? ଦ୍ବିତୀୟ କ୍ୱାଲିଫାୟର ପରେ ତାହା କ୍ଲିୟର ହୋଇଯିବ । ପଞ୍ଜାବ କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ କ୍ୱାଲିଫାୟର-୨ ଖେଳାଯିବ । ବିଜୟୀ ଦଳ ଫାଇନାଲ ଟିକେଟ୍ ହାତେଇବ । ପରାଜିତ ଦଳର ଅଭିଯାନ ସରିବ । ତେବେ ଆସନ୍ତୁ ଜାଣିବା ମୁମ୍ବାଇ ଇଣ୍ଡିଆନ୍ସର କ୍ୱାଲିଫାୟର-୨ରେ ଟ୍ରାକ୍ ରେକର୍ଡ ।

ଶୁକ୍ରବାର ମୁମ୍ବାଇ ଓ ଗୁଜରାଟ ମଧ୍ୟରେ ଏଲିମିନେଟର ମ୍ୟାଚ ଖେଳାଯାଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୨୨୮ ରନ୍ କରିଥିଲା । ହିଟ୍‌ମ୍ୟାନ୍ ରୋହିତ ଶର୍ମା ୫୦ବଲ୍‌ରେ ୮୧ରନ୍‌ କରିଥିଲେ । ଯେଉଁଥିରେ ୯ ଚୌକା ଓ ୪ ଛକା ରହିଥିଲା । ସେହିପରି ବେୟାରଷ୍ଟୋ ୪୭ ରନ୍, ସୂର୍ଯ୍ୟକୁମାର ୩୩, ତିଲକ ବର୍ମା ୨୫ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୨ ରନ୍‌ କରିଥିଲେ । ଗୁଜରାଟକୁ ୨୨୯ରନ୍‌ର ଟାର୍ଗେଟ ଦେଇଥିଲା ମୁମ୍ବାଇ ।


ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଗୁଜରାଟ । ସାଇ ସୁଦର୍ଶନ ୪୯ ବଲ୍‌ରେ ୮୧ ରନ୍‌ କରିଥିଲେ । ଅଧିନାୟକ ଶୁବମନ୍‌ ଗିଲ ୧ ରନ୍ , ମେଣ୍ଡିସ୍‌ ୨୦ ରନ୍‌, ୱାଶିଂଟନ ସୁନ୍ଦର ୪୮, ରଦରଫୋର୍ଡ ୨୪ ରନ୍‌ କରିଥିଲେ । ହେଲେ ଲକ୍ଷ୍ୟ ହାସଲ କରିପାରିନଥିଲେ । ୬ ୱିକେଟ ହରାଇ ୨୦୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ୨୦ରନ୍‌ରେ ଟାଇଟନ୍ସକୁ ହରାଇ ସ୍ୱପ୍ନକୁ ଧୂଳିସାତ କରି ଦେଇଥିଲା ମୁମ୍ବାଇ । ଆସନ୍ତାକାଲି ପଞ୍ଜାବ ବିପକ୍ଷରେ କ୍ୱାଲିଫାୟର-୨ ଖେଳିବ ।

କ୍ୱାଲିଫାୟର-୨ରେ ମୁମ୍ବାଇ ଟ୍ରାକ୍ ରେକର୍ଡ-

୨୦୧୧ରେ ଏଲିମିନେଟର ଜିତିଥିଲା ମାତ୍ର କ୍ୱାଲିଫାୟର-୨ରେ ହାରିଥିଲା

୨୦୧୩ରେ କ୍ୱାଲିଫାୟର-୧ ହାରିଥିଲା ମାତ୍ର କ୍ୱାଲିଫାୟର-୨ ଜିତିଥିଲା

୨୦୧୭ କ୍ୱାଲିଫାୟର-୧ ହାରିଥିଲା ଏବଂ କ୍ୱାଲିଫାୟର-୨ ଜିତିଥିଲା

୨୦୨୩ ଏଲିମିନେଟର ମ୍ୟାଚ ଜିତିଥିଲା, କ୍ୱାଲିଫାୟର-୨ ହାରିଥିଲା

୨୦୨୩ ଏଲିମିନେଟର ଜିତିଛି, କ୍ୱାଲିଫାୟର-୨ ପରିଣାମ ବାକି ଅଛି