ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଏକତରଫା ମୁକାବିଲାରେ କୋଲକାତାକୁ ୮ ଓ୍ବିକେଟରେ ହରାଇଲା ମୁମ୍ବାଇ; ଅଶ୍ବନୀ-ରିକ୍ଳଟନ୍‌ଙ୍କ ଶାଣିତ ପ୍ରଦର୍ଶନ

Published By : Soubhagya Ranjan | March 31, 2025 10:35 PM

Image source: ABP Live

ମୁମ୍ବାଇ,୩୧/୦୩: ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କରିଛି। ୱାଙ୍କେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ କେକେଆର ଦଳ ପ୍ରଥମେ ଖେଳି ମାତ୍ର ୧୧୬ ରନ୍‌ରେ ଆଉଟ୍ ହୋଇଥିଲେ। ଏହାର ଜବାବରେ ମୁମ୍ବାଇ ୧୩ ଓଭରରେ ଏହି ଲକ୍ଷ୍ୟ ହାସଲ କରିଛି ଏବଂ ଆଇପିଏଲ ୨୦୨୫ ରେ ପ୍ରଥମ ବିଜୟ ପଞ୍ଜିକରଣ କରିଛି। ଲଗାତାର ଦୁଇଟି ପରାଜୟର ସମ୍ମୁଖୀନ ହେବା ପରେ ମୁମ୍ବାଇ ଚଳିତ ସିଜନରେ ପ୍ରଥମ ବିଜୟ ହାସଲ କରିଛି। ଏହି ସଂଘର୍ଷରେ ରିଆନ୍ ରିକେ୍ଲଟନ୍ ଏବଂ ଅଶ୍ୱନୀ କୁମାର ଏମଆଇ ପକ୍ଷରୁ ବିଜୟର ହିରୋ ସାଜିଥିଲେ।

ଲଗାତାର ଦୁଇ ଥର ପରାଜୟ ହେବା ପରେ ମୁମ୍ବାଇ ଆଇପିଏଲ୍ ୨୦୨୫ ରେ ପ୍ରଥମ ବିଜୟ ହାସଲ କରିଛି। କୋଲକାତା ନାଇଟ୍ ରାଇଡର୍ସ ଏମ୍‌ଆଇ ପାଇଁ ୧୧୭ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ରୋହିତ ଶର୍ମା ଏବଂ ରିଆନ୍ ରିକଲେଟନ୍ ମୁମ୍ବାଇ ପକ୍ଷରୁ ଦ୍ରୁତ ଆରମ୍ଭ କରିଥିବା ବେଳେ ରୋହିତ ଶର୍ମାଙ୍କ ଖରାପ ଫର୍ମ ଏବେବି ଅବ୍ୟାହତ ରହିଛି। ରୋହିତ ମାତ୍ର ୧୩ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ୱିଲ୍ ଜ୍ୟାକ୍ ମଧ୍ୟ ଏହି ମ୍ୟାଚ୍‌ରେ କିଛି ବିଶେଷ ପ୍ରଦର୍ଶନ କରିପାରିନଥିଲେ। ମାତ୍ର ୧୬ ରନ୍ ସ୍କୋର କରିବା ପରେ ଜ୍ୟାକ୍ ଆଉଟ୍ ହୋଇଥିଲେ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.