ମୁମ୍ବାଇ,୨୬।୫: ସଅଳ ମୌସୁମୀ ଆସିବା ସହିତ, ମୁମ୍ବାଇର ଲୋକମାନେ ଚିନ୍ତିତ। ବିଳମ୍ବିତ ରାତିରୁ ଲଗାତାର ବର୍ଷା ସହରର ଗତିକୁ ମନ୍ଥର କରିଦେଇଛି। କେବଳ ମୁମ୍ବାଇ ନୁହେଁ, ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ପାଣିପାଗ ବିଭାଗ ପକ୍ଷରୁ ମୁମ୍ବାଇରେ ରେଡ୍ ଆଲର୍ଟ ଜାରି କରାଯାଇଛି। ମହାରାଷ୍ଟ୍ରରେ ୩୫ ବର୍ଷ ପରେ ଏଭଳି ହୋଇଛି, ଯେତେବେଳେ ମୌସୁମୀ ଏତେ ଜଲଦି ଆସିଛି। ମୌସୁମୀ କେବଳ ଶୀଘ୍ର ନୁହେଁ,ବଂର ମୂଷଳଧାରାରେ ବର୍ଷା ମଧ୍ୟ ହେଉଛି। ଏହି କାରଣରୁ ଟ୍ରେନ ଟାଇମିଂ ବିଳମ୍ବିତ ହୋଇଛି। ଗତ ସପ୍ତାହରୁ ସହରରେ ପ୍ରବଳ ବର୍ଷା ହେଉଛି। ଏହି ସପ୍ତାହରେ ମଧ୍ୟ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି।ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ (CSMT) ଅଭିମୁଖେ ଯାଉଥିବା ଦ୍ରୁତ ଲୋକାଲ୍ ଟ୍ରେନ୍ଗୁଡ଼ିକ ହାରାହାରି ୧୦ ମିନିଟ୍ ବିଳମ୍ବରେ ଚାଲିଥିଲା ସେଭଳି ବର୍ଷା ଯୋଗୁଁ ମେଟ୍ରୋ ସେବା ମଧ୍ୟ ପ୍ରଭାବିତ ହୋଇଛି।
ପ୍ରଥମ ଓ ଦ୍ବିତୀୟ ଦିନ ମହାରାଷ୍ଟ୍ରର ବର୍ଷା ନାସିକ,ବାରାମତି, ପୁନେ ଓ ମୁମ୍ବାଇ ସ୍ଥିତି ହେବାଲ କରିଦେଇଛି। ପୁଣେରେ ପ୍ରବଳ ବର୍ଷା ଯୋଗୁଁ ଜନ-ଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ପୁନେ ସୋଲାପୁର ମହାମାର୍ଗରେ ଥିବା ଚିଞ୍ଚୋଲି ଗାଁରେ ଭାରି ମାତ୍ରାରେ ପାଣି ଜମା ହୋଇଯାଇଛି। ଏପରିକି କାର ମଧ୍ୟ ପାଣିର ପ୍ରବଳ ସ୍ରୋତରେ ବୋହି ଯାଉଥିବାର ଏକ ଭିଡିଓରେ ଦେଖିବାକୁ ମିଳିଛି। ସୋମବାର ମୁମ୍ବାଇ ପାଇଁ ଆଇଏମଡି ଅରେଞ୍ଜ ଆଲର୍ଟ ଜାରି କରିଛି। ସକାଳ ଠାରୁ ସହରର ଅନେକ ସ୍ଥାନରେ ବର୍ଷା ହେଉଛି, ଯାହା ଫଳରେ ଯାତ୍ରୀମାନଙ୍କୁ ଅସୁବିଧା ହେଉଛି। ଏହି ସମୟରେ କେରଳର ୧୧ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି।
କେନ୍ଦ୍ରୀୟ ରେଳବାଇ, ହାର୍ବର ଏବଂ ପଶ୍ଚିମ ରେଳବାଇର ଲୋକାଲ ସେବା ପ୍ରଭାବିତ ହୋଇଛି। ଯାହା ଫଳରେ ଅଫିସ ଯାଉଥିବା ଲୋକଙ୍କ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସକାଳ ୯ଟାରୁ ୧୦ଟା ମଧ୍ୟରେ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ସର୍ବାଧିକ ବର୍ଷା ନରିମାନ ଫାୟାର ଷ୍ଠେସନ୍ରେ ରେକର୍ଡ କରାଯାଇଛି, ଯେଉଁଠାରେ ୧୦୪ ମିମି ବର୍ଷା ରେକର୍ଡ କରାଯାଇଛି।