ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କୁଖ୍ୟାତ ଗଞ୍ଜେଇ ମାଫିଆକୁ ମୁମ୍ବାଇ ନେଲା ଏନ୍‌ସିବି, ବଲିଉଡ୍ ସେଲିବ୍ରିଟିଙ୍କୁ ଚାଲାଣ କରୁଥିଲା 'ଶୀଳାବତୀ'

Published By : Prameya | November 4, 2024 10:34 AM

ଭୁବନେଶ୍ୱର/ବ୍ରହ୍ମପୁର,୦୪/୧୧: ଓଡିଶାର ଫୁଲବାଣୀ, ଗଜପତିରୁ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ମୁମ୍ବାଇ ପଠାଉଥିଲେ । ସେଠାକାର ଦଲାଲମାନେ ଗଞ୍ଜେଇ ବିକୁଥିଲେ । ଡିମାଣ୍ଡରେ ଥିଲା ଶୀଳାବତୀ । ଆଉ ବଲିଉଡର ଅନେକ ସେଲିବ୍ରିଟି ଏହି ‘ଶୀଳାବତୀ’  ନିଶାରେ ଝୁମୁଥିଲେ । ସିଣ୍ଡିକେଟର ମାଷ୍ଟରମାଇଣ୍ଡକୁ ମୁମ୍ବାଇ ନାର୍କୋଟିକସ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଓଡିଶାରୁ କାବୁ କରିଛି ।  

ମୁମ୍ବାଇ ଏନ୍‌ସିବି ଟିମ୍‌ ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବୁଲୁଆ ସାହିର ନିଲୁ ପରିଡ଼ାଙ୍କୁ ଉଠାଇଥିବା ସୂଚନା  ମିଳିଛି । ରବିବାର ନିଲୁକୁ କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା  କରାଯାଇଛି । ଭୁବନେଶ୍ୱର ସିଜିଏମ୍‌ ଅଦାଲତରେ ହାଜର କରିବା  ପରେ ଟ୍ରାନଜିଟ୍‌ ରିମାଣ୍ଡରେ ମୁମ୍ବାଇ ନିଆଯାଉଛି । 

ଏନ୍‌ସିବିଠାରୁ ମିଲିଥିବା ତଥ୍ୟ ମୁତାବକ, ଦୁଇ ମାସ ତଳେ  ମୁମ୍ବାଇରେ ଏକ ଗଞ୍ଜେଇ ଚାଲାଣ ମାମଲାରେ ଏନ୍‌ସିବି ସୁଫିଆନ  ଖାନ୍‌ ସମେତ ଦୁଇଜଣଙ୍କୁ ଗିରଫ କରିଥିଲା । ମୁମ୍ବାଇ ଏନ୍‌ସିବିରେ  ଏନେଇ ୨୩/୨୦୨୪ରେ ଏକ ମାମଲା ରୁଜୁ ହୋଇଥିଲା । ୨ଜଣଙ୍କୁ ଜେରା ବେଳେ ସେମାନେ ଗଞ୍ଜାମର ନିଲୁ ପରିଡ଼ା ଗଞ୍ଜେଇ ମଗାଉଥିବା  ମାନିଥିଲେ । ସେବେଠୁ ଏନ୍‌ସିବି ନିଲୁକୁ ଖୋଜୁଥିଲା । କିନ୍ତୁ ନିଲୁ ଫେରାର୍‌ ହୋଇଯାଇଥିଲା । ଶନିବାର ବେଗୁନିଆପଡ଼ା ପୁଲିସ  ସହଯୋଗରେ ତାଙ୍କୁ ଗିରଫ କରାଯାଇଛି । ନିଲୁ ନାଁରେ ପୂର୍ବରୁ  ଗଞ୍ଜେଇ ଚୋରା ଚାଲାଣ ମାମଲା ରହିଛି ।  

ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀରେ ବେଗୁନିଆପଡ଼ା ଥାନା  ଅଞ୍ଚଳରେ ଗଞ୍ଜେଇ ଚାଲାଣ ବେଳେ ପୁଲିସ ଦୁଇଜଣଙ୍କୁ ଗିରଫ  କରିଥିଲା । ବେଗୁନିଆପଡ଼ା ଥାନାରେ ୮୦/୨୦୨୪ରେ ଏକ  ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ  ନିଲୁ ଫେରାର ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ସେ  ହାଇକୋର୍ଟରୁ ଜାମିନ୍‌ ଆଣି କୋର୍ଟରେ ଆତ୍ମସମର୍ପଣ କରିଥିଲା ।  ଗଞ୍ଜାମ ଜିଲ୍ଲାର ଅନେକ ମାଫିଆ ଏବେ ବାହାର ରାଜ୍ୟକୁ ଗଞ୍ଜେଇ  ଚାଲାଣ କରୁଛନ୍ତି । ବିଶେଷ ଭାବେ କୋଦଳା ଓ ବେଗୁନିଆପଡ଼ା  ଥାନା ଅଞ୍ଚଳରେ ରହି ଦେଶର ବିଭିନ୍ନ ଅଞ୍ଚଳକୁ ଗଞ୍ଜେଇ ଚାଲାଣ  କରୁଥିବା ଜଣାଯାଉଛି । କୋଦଳା ଅଞ୍ଚଳରେ ଦୁଇଜଣ ଗଞ୍ଜେଇ  ମାଫିଆଙ୍କ ସମ୍ପତ୍ତି ବି ବ୍ୟାଜ୍ୟାପ୍ତ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.