ମୁମ୍ବାଇ,୨୩/୪ : ୱାଙ୍ଖଡ଼େରେ ଚେନ୍ନାଇ ସୁପର କିଙ୍ଗ୍ସର ସୁପର ଶୋ । ମୁମ୍ବାଇକୁ ୧୦୩ରନରେ ହରାଇଲା ଚେନ୍ନାଇ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୬ ଓ୍ବିକେଟ ହରାଇ ୨୦୭ରନ୍ କରିଥିଲା ଚେନ୍ନାଇ । ୨୦୮ରନ୍ ବିଜୟର ଲକ୍ଷ୍ୟ ନେଇ ମୁମ୍ବାଇ ୧୯ଓଭରରେ ୧୦ଓ୍ବିକକେଟ ହରାଇ ୧୦୪ ରନ୍ କରି ପରାସ୍ତ ହୋଇଛି ।
ପ୍ରଥମ ପାଳିରେ ସଞ୍ଜୁଙ୍କ ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିଥିଲା । ୫୪ବଲରେ ୧୦୧ କରି ନଟ୍ ଆଉଟ୍ । ସାମସନ ଶେଷ ଓଭରରେ ତିନୋଟି ଛକା ମାରି ତାଙ୍କର ଶତକ ପୂରଣ କରିଥିଲେ। ଏହା ତାଙ୍କର ପଞ୍ଚମ ଆଇପିଏଲ ଶତକ ଏବଂ ଏହି ସିଜନର ଦ୍ୱିତୀୟ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ଚେନ୍ନାଇ ବ୍ୟାଟସମ୍ୟାନ୍ ସ୍ଥିର ଭାବରେ ଖେଳିପାରି ନ ଥିଲେ। ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ନିର୍ଦ୍ଧାରିତ ୨୦ଓଭରରେ ୬ ଓ୍ବିକେଟ ହରାଇ ୨୦୭ରନ୍ କରିଛି । ୨୦୮ରନର ବିଜୟ ଲକ୍ଷ୍ୟ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ।
ପ୍ରଥମେ ବ୍ୟାଟିଂ କରି ସଞ୍ଜୁ ସାମସନ ୧୦୧(୫୪)*, ଋତୁରାଜ ଗାୟକଓ୍ବାଡ଼୨୨(୧୪),ସରଫରାଜ ଖାନ ୧୪(୮), ସିଭମ ଦୁବେ୫(୮), ଦେଓ୍ବାଲ୍ଡ ବ୍ରେଭିସ ୨୨(୧୧), କାର୍ତ୍ତିକ ଶର୍ମା ୧୮(୧୯), ଜାମି ଓଭରଟୋନ ୧୫(୭), ଆକେଲ ହୋଶେନ ୨(୨)* କରିଛନ୍ତି । ବୋଲିଂ କଥା ଯଦି ଆମେ କହିବା ଜସପ୍ରିତ ବୁମରାହ ୧ଓ୍ବିକେଟ ନେଇଥିବାବେଳେ ଆମ ଗଜନଫାର ୨ ଓ୍ବିକେଟ, ମିଚେଲ ସାଣ୍ଟେର ୧, ଅଶ୍ବିନ କୁମାର ୨ ଓ୍ବିକଟେ୍ ଅକ୍ତିଆର କରିଛନ୍ତି ।
ମୁମ୍ବାଇ ତରଫରୁ କ୍ବିଣ୍ଟନ ଡେ କକ୍ ୭(୧୦), ଡାନିଶ ମାଲେଓ୍ବାର୦(୧), ନମନ ଧିର୦(୩), ସୂର୍ଯ୍ୟକୁମାର ଯାଦବ୩୬(୩୦), ତିଲକ ବର୍ମା ୩୭(୨୯), ହାର୍ଦ୍ଦିକ ପାଣ୍ଡ୍ୟା୧(୨), ସେରଫାନେ ରୁଦରଫୋଡ଼ ୦(୧), ସାର୍ଦ୍ଦୁଳ ଠାକୁର ୬(୧୨), କ୍ରିଶ ଭଗତ ୭(୧୫), ଅଶ୍ବିନ କୁମାର ୧(୬)*, ଜସପ୍ରିତ ବୁମରାହ ୨(୫) କରିଛନ୍ତି । ଓ୍ବିକେଟ କଥା କହିଲେ ଚେନ୍ନାଇ ପକ୍ଷରୁ ଆକିଲ ହୋସେନ ସର୍ବାଧିକ ୪ଟି ଓ୍ବିକେଟ ନେଇଥିବାବେଳେ ନୁର ଅହମଦ ୨ଟି ନେଇଛନ୍ତି। ମୁକେଶ ଚୌଧୁରୀ, ଅନସୁଲ କାମବୋଜ, ଜାମି ଓଭରଟନ, ଗୁରଜାପନିତ ସିଂହ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।