ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମୁମ୍ବାଇ ଟେଷ୍ଟ : କିୱି ଦଳର କ୍ଲିନ ସୁଇପ୍, ୨୪ ବର୍ଷ ପରେ ଘରୋଇ ଗ୍ରାଉଣ୍ଡରେ ହାରିଲା ଭାରତ

Published By : Gurupada Nath | November 3, 2024 2:14 PM

ମୁମ୍ବାଇ ; ୩/୧୧ : ସମ୍ମାନ ପାଇଁ ଖେଳୁଥିଲା ହେଲେ ସେତିକ ବି ରଖିପାରିଲା ନାହିଁ ରୋହିତ ବାହିନୀ । ମାଟି କାମୁଡିଲା ଟିମ୍ ଇଣ୍ଡିଆ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆର ଲଜ୍ୟାଜନକ ପରାଜୟ ହୋଇଛି । ୨୪ ବର୍ଷ ପରେ ଘରୋଇ ଗ୍ରାଉଣ୍ଡରେ ପରାସ୍ତ ହୋଇଛି ଭାରତ । ୩-୦ରେ ସିରିଜ କବ୍ଜା କରି ଇତିହାସ ରଚିଛି କିୱି ଦଳ । ୨୫ରନରେ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ ।

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ ଟେଷ୍ଟ ମ୍ୟାଚ ଖେଳାଯାଉଥିଲା । ତୃତୀୟ ଟେଷ୍ଟ ମ୍ୟାଚରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲଙ୍କ ଆଗରେ ତିଷ୍ଠି ପାରିନଥିଲା ଇଣ୍ଡିଆ । ଭାରତକୁ ଜିତିବା ପାଇଁ ୧୪୭ ରନ ଦରକାର ଥିଲା । ମାତ୍ର ୧୨୧ରନ କରି ଭାରତ ଅଲଆଉଟ ହୋଇଥିଲା । ୨୫ରନରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିବା ସହିତ ୩-୦ରେ ସିରିଜ ସିଲ କରିଛି । କିୱି ଦଳ ଏହି ବିଜୟରେ ହିରୋ ସାଜିଥିଲେ ଏଜାଜ ପଟେଲ । ସେ ୫୭ ରନ ଦେଇ ମୋଟ ୬ଟି ୱିକେଟ ହାସଲ କରିଥିଲେ ।

୨୪ ବର୍ଷ ପରେ ଘରୋଇ ମାଟିରେ ଟେଷ୍ଟ ସିରିଜରେ ପରାସ୍ତ ହୋଇଛି ଭାରତ । ଏହା ପୂର୍ବରୁ ୨୦୦୦ ମସିହାରେ ଦକ୍ଷିଣ ଆଫ୍ରିକା ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ମ୍ୟାଚରେ ଭାରତକୁ ପରାସ୍ତ କରିଥିଲା । ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୨୩୫ ରନ କରିଥିଲା । ସେହିପରି ଦ୍ବିତୀୟ ଇନିଂସରେ ୧୭୪ ରନ କରିଥିଲା । ଭାରତ ପ୍ରଥମ ଇନିଂସରେ ୨୬୩ କରିଥିବାବେଳେ ଦ୍ବିତୀୟ ଇନିଂସରେ ୧୨୧ ରନ କରିବାରେ ସକ୍ଷମ ହୋଇଥିଲା ।

ଭାରତୀୟ ବ୍ୟାଟରଙ୍କ ବିଫଳତା ପରାଜୟର କାରଣ ହୋଇଛି । ମାତ୍ର ୩ ଜଣ ଖେଳାଳି ୨ ଅଙ୍କ ଛୁଇଁଥିଲେ । ବାକି ୮ ପ୍ଲେୟାର ୧୦ ରନରୁ ଅଧିକ କରି ନାହାନ୍ତି । ଶୁଭମନ ଗିଲ, ସର୍ଫରାଜ ଖାନ ୧ ରନ କରିଥିବା ବେଳେ ଜାଡେଜା ୬ ରନ, ୱାଶିଂଟନ ସୁନ୍ଦର ୧୨ ଓ ଆର ଅଶ୍ବିନୀ ୮ ରନ କରିଥିଲେ । ଆକାଶ ଦୀପ ଓ ସିରାଜ ଖାତା ଖୋଲିପାରି ନଥିଲେ । ନ୍ୟୁଜିଲାଣ୍ଡର ବିଜୟରେ ହିରୋ ସାଜିଥିବା ଏଜାଜ ପଟେଲ ତୃତୀୟ ଟେଷ୍ଟରେ ମୋଟ ୧୧ଟି ୱିକେଟ ନେଇ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଗ୍ଲେନ ଫିଲିପ୍ସ ୪ଟି ୱିକେଟ ନେଇଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.