ନୂଆଦିଲ୍ଲୀ,୦୮/୦୬; ଝଗଡାରୁ ଉଜୁଡିଗଲା ସଂସାର । ଧିରେ ଧିରେ ଉଗ୍ର ରୂପ ନେଲା ସ୍ୱାମୀ ସ୍ତ୍ରୀଙ୍କ ଝଟଡା । ଏତେ ବଢିଗଲା ଯେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ନିଜେ ଜୀବନ ହାରିଦେଲେ । ଏକୁଟିଆ ହୋଇଗଲା ୮ ବର୍ଷ ପୁଅ । ପୁଲିସ୍ ଆଗରେ ବାପାମାଆଙ୍କ ଝଗଡାଠୁ ନେଇ ମୃତ୍ୟୁ ଯାଏ କଣ ଘଟିଲା ସବୁ କହିଛି କୁନିପୁଅଟି । ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରୁ ଚାଞ୍ଚଲ୍ୟ, ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ନ୍ଯୁ କାଞ୍ଚନପୁରର ବାସିନ୍ଦା ନେହା ସିଂହଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହେବାର ଗୋଟିଏ ଦିନ ପରେ, ତାଙ୍କ ସ୍ୱାମୀ ମୟଙ୍କ ସିଂହଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହି ଡବଲ୍ ମୃତ୍ୟୁ ମାମଲାର ସବୁଠାରୁ ବଡ଼ ଲିଙ୍କ ହେଉଛି ଦମ୍ପତିଙ୍କ ୮ ବର୍ଷର ପୁଅ ଏବଂ ମୟଙ୍କ ଛାଡିଯାଇଥିବା ସୁଇସାଇଡ୍ ନୋଟ୍ ।

୮ ବର୍ଷର ପୁଅ କହିଲା ସବୁ କଥା- ପୁଲିସ ତଦନ୍ତରେ ମୃତ ଦମ୍ପତିଙ୍କ ୮ ବର୍ଷର ପୁଅ, ଯିଏକି ଜଣେ ପ୍ରତ୍ୟକ୍ଷଦର୍ଶୀ ସେ କଥା କହିଛି । ଜୁନ୍ ୩ ରାତିରେ ତାଙ୍କ ବାପାମାଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ଯୁକ୍ତିତର୍କ ସମୟରେ ମୟଙ୍କ ଏକ ଛୁରୀ ଉଠାଇଥିଲା, ଯାହା ନେହାଙ୍କୁ କହିବାକୁ ବାଧ୍ୟ କରିଥିଲା ଯେ, ସେ ଆତ୍ମହତ୍ୟା କରିବେ। ପିଲାଟିର କହିବା ଅନୁସାରେ, ମୟଙ୍କ ଏକ ଫାଶ ପ୍ରସ୍ତୁତ କରିଥିଲା। ନେହା ବେକରେ ଫାଶ ଧରି ଏକ ଟେବୁଲ ଉପରେ ଠିଆ ହୋଇଥିବା ବେଳେ, ମୟଙ୍କ ତାଙ୍କ ଗୋଡ଼ରେ ଟେବୁଲକୁ ଠେଲି ଦେଇଥିଲା । କିଛି ସମୟ ପରେ, ସେ ରଶି କାଟି ନେହାଙ୍କୁ ତଳକୁ ଆଣିଥିଲେ, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ସାରିଥିଲା। ପୁଲିସ ପିଲାଟିର ବୟାନ, ପୋଷ୍ଟମର୍ଟମ ରିପୋର୍ଟ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରୁଛି । 

ପୁଲିସକୁ ମିଳିଥିବା ସୁଇସାଇଡ ନୋଟରେ ମୟଙ୍କ ଲେଖିଛନ୍ତି ଯେ, ସେ ତାଙ୍କ ପତ୍ନୀ ନେହାଙ୍କୁ ହତ୍ୟା କରିଛନ୍ତି ଏବଂ ଅନ୍ୟ କାହାକୁ ଦାୟୀ କରାନଯାଉ । ସେ ଏହା ମଧ୍ୟ କହିଛନ୍ତି ଯେ ସେ ଦୀର୍ଘ ଦିନ ଧରି ମାନସିକ ଯନ୍ତ୍ରଣାରେ ପୀଡିତ ଥିଲେ । ସେ ତାଙ୍କ ଶାଳୀ ଏବଂ ମାଉସୀଙ୍କ ବିରୋଧରେ ନିର୍ଯାତନାର ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସୁଇସାଇଡ ନୋଟରେ ମୟଙ୍କ ମଧ୍ୟ ଇଚ୍ଛା ପ୍ରକାଶ କରିଥିଲେ ଯେ ତାଙ୍କ ବୀମା ଟଙ୍କା ତାଙ୍କ ପୁଅକୁ ଦିଆଯାଉ ଏବଂ ତାଙ୍କ ବାପା (ଜେଜେ) ପିଲାଟିର ଯତ୍ନ ନିଅନ୍ତୁ । 

ଏହା ବି ପଢନ୍ତୁ...Murder: ଲଭ୍-ବ୍ରେକ୍ଅପ୍-ପ୍ରତିଶୋଧ...ଗାର୍ଲଫ୍ରେଣ୍ଡକୁ ଅଫିସ୍ ଭିତରେ ୨୫ ଥର ଛୁରୀ ଭୁସିଲା ବୟଫ୍ରେଣ୍ଡ, କ୍ୟାମେରାରେ ଛାତିଥରା ଦୃଶ୍ୟ

୨ ବର୍ଷ ପୂର୍ବେ ହୋଇଥିଲା ବାହାଘର- ପୁଲିସ ସୂଚନା ଅନୁସାରେ ନେହା ମୂଳତଃ ସିହୋରାର ବାସିନ୍ଦା, । ମୟଙ୍କ କଟନି ଜିଲ୍ଲାର ବିଜୟରାଘବଗଡ଼ର ବାସିନ୍ଦା। ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ପରେ ନେହା ଦ୍ୱିତୀୟ ବିବାହ କରିଥିଲେ । ବିବାହ ପରେ, ଦମ୍ପତି ଅଧରତାଲର ନିୟୁ କାଞ୍ଚନପୁରରେ ଏକ ଭଡା ଘରେ ରହୁଥିଲେ । ମୟଙ୍କ ଜବଲପୁରର ଏକ ଚକୋଲେଟ୍ କାରଖାନାରେ କାମ କରୁଥିଲେ ।

ସ୍ପା ସେଣ୍ଟରରେ ଚାକିରିକୁ ନେଇ ବିବାଦ- ତଦନ୍ତରୁ ଜଣାପଡିଛି ଯେ, ବର୍ଷେ ପୂର୍ବେ ମୟଙ୍କ ନେହାଙ୍କ ସ୍ପା ସେଣ୍ଟରରେ ଚାକିରି ବିଷୟରେ ଜାଣିବା ପରେ ବିବାଦ ଆରମ୍ଭ ହୋଇଥିଲା। ପୁଲିସ କହିଛି ଯେ, ଏହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଧିରେ ଧିରେ ଆଶନ୍ତି ବଢ଼ିଲା । ସିଏସପି ରାଜେଶ୍ୱରୀ କୌରଭ କହିଛନ୍ତି ଯେ, ପିଲାଟିର ବୟାନ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ବିବାଦକୁ ସୂଚିତ କରୁଛି । ପୋଷ୍ଟମର୍ଟମ ରିପୋର୍ଟ, ଫୋରେନସିକ୍ ପରୀକ୍ଷା ଏବଂ ଅପରାଧ ସ୍ଥଳରୁ ସଂଗୃହୀତ ପ୍ରମାଣ ଆଧାରରେ ମାମଲାର ତଦନ୍ତ କରାଯାଉଛି ।