ପ୍ରମୂଖ ଖବର
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଲରେନ୍ସ ବିଷ୍ଣୋଇର ହିଟ୍‌ଲିଷ୍ଟରେ ମୁନୱର ଫାରୁକୀଙ୍କ ନାଁ ? ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ

Published By : Prameya | October 14, 2024 4:33 PM

ମୁମ୍ୱାଇ : ବାବା ସିଦ୍ଦିକିଙ୍କ ହତ୍ୟା ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଚର୍ଚ୍ଚା ପୁଣି ଜୋର ଧରିଛି। ଏହାର ଉଦ୍ଦେଶ୍ୟ ସହ ଜଡ଼ିତ କିଛି ଆଶ୍ଚର୍ଯ୍ୟକର କଥା ସାମନାକୁ ଆସୁଛି। ଏବେ ଖବର ଆସିଛି ଯେ, ଏହି ଗ୍ୟାଙ୍ଗର ହିଟ୍‌ଲିଷ୍ଟରେ କମେଡିଆନ ମୁନୱର ଫାରୁକୀଙ୍କ ନାଁ ମଧ୍ୟ ସାମିଲ ଅଛି। ଏକ ରିପୋର୍ଟ ମୁତାବିକ , ଦିଲ୍ଲୀର ଏକ ଇଭେଣ୍ଟକୁ ଯାଇଥିବା ମୁନୱରଙ୍କ ପଛରେ ବିଷ୍ଣୋଇ ଗ୍ୟାଙ୍ଗର ଦୁଇ ଜଣ ସୁଟର  ଥିଲେ। ହେଲେ ପୁଲିସକୁ ମିଳିଥିବା ଗୁଇନ୍ଦା ସୂଚନା ପରେ ତାଙ୍କର ଉଦ୍ଦେଶ୍ୟ ପୂରା ହୋଇ ପାରି ନଥିଲା। 

ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ , ପୁଲିସ ବିଷ୍ଣୋଇ ଗ୍ୟାଙ୍ଗର ନେଟୱର୍କକୁ ଖୋଳତାଡ଼ କରୁଛି। ଏହି ମଧ୍ୟରେ ଖବର ଅଛି ଯେ, ହିଟଲିଷ୍ଟରେ ସଲମାନ ଖାନଙ୍କ ବ୍ୟତୀତ ମୁନୱର ଫାରୁକୀଙ୍କ ସହ ଅନେକ ନେତା ଓ ସେଲିବ୍ରେଟିଙ୍କ ନାଁ ମଧ୍ୟ ରହିଛି। ନ୍ୟୁଜ୍‌ ଚ୍ୟାନେଲ ଟାଇମ୍ସ ନାଓର ରିପୋର୍ଟ ମୁତାବିକ, ସେପ୍ଟେମ୍ୱର ମାସରେ କମେଡିଆନ ମୁନୱର ଫାରୁକୀ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟ୍‌ରୁ ରକ୍ଷା ପାଇଥିଲେ। ସେ ଇଭେଣ୍ଟରେ ଭାଗ ନେବାକୁ ମୁମ୍ୱାଇରୁ ଦିଲ୍ଲୀ ଯାଇ ଥିଲେ। ମୁନୱର ଯେଉଁ ଫ୍ଲାଇଟ୍‌ରେ ଥିଲେ, ଏଥିରେ ଲରେନ୍ସ ବିଷ୍ଣୋଇର ଦୁଇ ଜଣ ସୁଟର ମଧ୍ୟ ଥିଲେ। ଉଭୟ ଦକ୍ଷିଣ ଦିଲ୍ଲୀର ସୂର୍ଯ୍ୟା ହୋଟେଲରେ ରୁମ୍‌ ବୁକ୍‌ କରିଥିଲେ। ଏହି ହୋଟେଲରେ ମୁନୱର ମଧ୍ୟ ରହି ଥିଲେ। ଦିଲ୍ଲୀ ପୁଲିସ୍‌ ଟିମ୍‌ ଏହି ସୁଟରଙ୍କର ପୂର୍ବରୁ ତଲାସରେ ଥିଲେ , କାରଣ ତାଙ୍କୁ ଦିଲ୍ଲୀର ଜଣେ ବିଜନେସମ୍ୟାନଙ୍କର ମଧ୍ୟ ହତ୍ୟା କରି ଥିଲେ।  

ଦିଲ୍ଲୀ ପୁଲିସ ଟିମକୁ ଖବର ମିଳିଥିଲା ଯେ , ସୁଟରମାନେ ହୋଟେଲରେ ଅଛନ୍ତି,ଏହାପରେ ସେଠାରେ ରେଡ୍ କରାଯାଇ ଥିଲା। ଏହା ପୂର୍ବରୁ ମୁନୱର ଫାରୁକୀଙ୍କୁ ଧମକ ମିଳିଥିଲା। ପୁଲିସ ଏହି ଧମକ ଓ ବିଷ୍ଣୋଇ ଗ୍ୟାଙ୍ଗର ସୁଟରଙ୍କର ହୋଟେଲରେ ରହିବା ଘଟଣା ପୂରା ମ୍ୟାଚ ହେଉଥିଲା। ଏହାରେ ଏହା ଜଣାପଡ଼ି ଥିଲା ଯେ , ଏ ଦୁଇ ସୁଟର ମୁନୱର ଫାରୁକୀଙ୍କର ସୁଟ୍‌ କରିବାକୁ ପ୍ଲାନ କରିବାକୁ ଆସିଛନ୍ତି। ଏହି ଆଶଙ୍କା ଏଥିପାଇଁ ମଧ୍ୟ ହୋଇଛି  ,କାରଣ ମୁନୱର ଫାରୁକୀ ନିଜ ଶୋ’ରେ ଧର୍ମ ସହ ଜଡ଼ିତ କଟାକ୍ଷ ମଧ୍ୟ କରିଥାନ୍ତି। ବିଷ୍ଣୋଇ ଗ୍ୟାଙ୍ଗର ଅସନ୍ତୁଷ୍ଟତା ଏହା ଉପରେ ବି ରହିଛି। ମିଡ଼ିଆ ହାଉସକୁ କିଛି ଅଧିକାରୀ ସ୍ପଷ୍ଚ କରିଛନ୍ତି କି ମୁନୱର ଗ୍ୟାଙ୍ଗର ଚାର୍ଗେଟ୍‌ରେ ଅଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.