ଜୟପୁର, ୧୭/୧୦: ନିୟମିତ ଦରମା ଦେଉନି ଠିକାସଂସ୍ଥା। ବାରମ୍ବାର ଅବହେଳା କରୁଥିବାରୁ କାମ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅସ୍ଥାୟୀ ସଫେଇ କର୍ମଚାରୀ। ୩୦ ଟି ଟ୍ରାକ୍ଟର ଏବଂ ଅଟୋଟିପର ରଖି ଆବର୍ଜନା ପରିବହନ ବନ୍ଦ କରିଛନ୍ତି । ପ୍ରତିମାସ ୧୦ ତାରିଖ ସୁଦ୍ଧା ଦରମା ଦିଆଯାଉ ବୋଲି ଦାବି କରିଛନ୍ତି।

gyjhjh​​​​​​​ଏଥିସହ ପିଏଫ୍ ଟଙ୍କା ଜମା କରାଯାଉ ବୋଲି ମଧ୍ୟ ଅପିଲ କରିଛନ୍ତି। ପ୍ରଶାସନ ଏବଂ ଠିକାସଂସ୍ଥା ନଶୁଣିଲେ ମୁଖ୍ୟରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ଅସ୍ଥାୟୀ ସଫେଇ କର୍ମଚାରୀ । ତେବେ ଏଯାବତ୍  ଠିକାସଂସ୍ଥା  କିମ୍ବା ପୌର ପ୍ରଶାସନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।