ନୀଳଗିରି,୧୪/୭:ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା କଳାକାଦ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲା ଝିଅ। ସଚନା ମୁତାବକ, ନୀଳଗିରି ଥାନା ଅନ୍ତର୍ଗତ କଳାକାଦ ଗ୍ରାମର ହରମୋହନ ପାତ୍ରଙ୍କ ପୁଅ ସନ୍ତୋଷ ଗ୍ରାମରେ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଥିଲେ। ଏନେଇ ଗ୍ରାମବାସୀ ଆଜି ସକାଳୁ ଦେଖିବାକୁ ପାଇଥିଲେ। ଯାହାପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତକାଲି ସନ୍ତୋଷଙ୍କ ସହିତ ସେହି ଗ୍ରାମର ଦୁଇ ଜଣଙ୍କ ଝଗଡା ହୋଇଥିବା ବେଳେ ତାଙ୍କୁ ସେମାନେ ଆକ୍ରମଣ କରି ମାରି ଦେଇଥିବା ତାଙ୍କ ଝିଅ ଅଭିଯୋଗ କରିଛନ୍ତି। ଏହି ଘଟଣାର ବରମପୁର ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସ...