ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବରଯାତ୍ରୀରେ ମର୍ଡର ପ୍ଲାନ୍‌: ମଉକା ଦେଖି କରିଥାନ୍ତେ ହତ୍ୟା, ଯୋଜନା ଭଣ୍ଡୁର କରିଦେଲା ପୋଲିସ

Published By : Harapriya Sethi | February 24, 2025 12:41 PM

ଭୁବନେଶ୍ୱର, ୨୪/୦୨: ମର୍ଡର ପ୍ଲାନ୍‌ କରି ବରଯାତ୍ରୀରେ ଆସିଥିଲେ ଦୁର୍ବୃତ୍ତ । ମଉକା ଦେଖି ବରକୁ କରିଥାନ୍ତେ ହତ୍ୟା । ହେଲେ ତା ପୂର୍ବରୁ ଦୁର୍ବୃତ୍ତଙ୍କ ଷଡଯନ୍ତ୍ରକୁ ଭଣ୍ଡୁର କରିଛି ପୋଲିସ । ଏହି ଘଟଣାରେ ୭ ଜଣ ଗିରଫ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ସହ ୩ ଫେରାର ହୋଇଯାଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିବା ଜଣାପଡ଼ିଛି । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଗାଈବାହାଲ ଗାଁରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ରବିବାର ରାତିରେ ବାଦୀଜୋରରୁ ଗାଈବାହାଲକୁ ଆସିଥିଲେ ବରଯାତ୍ରୀ । ତେବେ ପୂର୍ବ ଶତ୍ରୁତାରୁ ବରକୁ ମାରିବା ପାଇଁ ୧୦ରୁ ଅଧିକ ଯୁବକ ପ୍ଲାନ୍‌ କରି ବରଯାତ୍ରୀଙ୍କ ସହ ଆସିଥିଲେ । ସେମାନଙ୍କ ଗତିବିଧି ଉପରେ ଗାଁ ଲୋକଙ୍କର ସନ୍ଦେହ ହୋଇଥିଲା । ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ଗାଁଲୋକେ । ଖବର ପାଇ ପୋଲିସ ତୁରନ୍ତ ପହଞ୍ଚି ଯୁବକମାନଙ୍କୁ କାବୁ କରିଥିଲା । ହେଲେ ଏହାରି ଭିତରେ ୩ ଜଣ ଫେରାର ହୋଇଯାଇଥିବାବେଳେ ୭ ଜଣଙ୍କୁ ଧରିବାରେ ସଫଳ ହୋଇଛି ଦେଓଗାଁ ପୋଲିସ । ସେମାନଙ୍କ ପାଖରୁ ଅନେକ ମାରଣାସ୍ତ୍ର ସହ ବନ୍ଧୁକ ଜବତ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.