କଟକ, ୧୧/୫ : ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଜନୈକ ଯୁବକ ଗିରଫ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ IIC/RPF କଟକଙ୍କ ତତ୍ତ୍ୱାବଧାନରେ ଗଠିତ RPF ପୋଷ୍ଟ କଟକର ଏକ ଦଳ ଗଞ୍ଜେଇ ପରିବହନ କରୁଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ପଚରାଉଚରା କରିବାରୁ ସେ ନିଜ ଅପରାଧ ସ୍ବୀକାର କରିଥିଲା । ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗ ମୁର୍ଶିଦାବାଦର ସୈନୁଦ୍ଦିନ ସେଖ(୪୨)ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ସେ କେରଳରେ ଏକ ପଦାଧିକାରୀ ଭାବରେ କାମ କରୁଥିଲେ। ଏକ ମାସ ପୂର୍ବରୁ କାମରୁ ବିରତି ପାଇଁ ତାଙ୍କ ଜନ୍ମସ୍ଥାନକୁ ଆସିଥିଲେ। ବର୍ତ୍ତମାନ ସେ କେରଳକୁ କାମ ପାଇଁ ଫେରୁଥିଲେ। କଟକରୁ କେରଳ ଯାଉଥିବା ଟ୍ରେନକୁ ଅପେକ୍ଷା କରିବା ସମୟରେ ସେ ଆରପିଏଫ୍ ଦ୍ୱାରା ଧରାପଡ଼ିଥିଲେ। ଉପରୋକ୍ତ ବ୍ୟକ୍ତିଙ୍କ କବଜାରୁ ମୋଟ ୧୦.୯୦୦ କିଲୋଗ୍ରାମ ଚୋରା ସାମଗ୍ରୀ ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧,୦୯,୦୦୦ ହେବ ବୋଲି ଜଣାପଡ଼ିଛି । GRPSକଟକ ଗିରଫ ଅଭିଯୁକ୍ତ ବିରୁଦ୍ଧରେ NDPSଆଇନ ଅନୁସାରେ ଏକ ମାମଲା ରୁଜୁ କରିଛି ।