ନୂଆଦିଲ୍ଲୀ: ଚାଲିଛି ଆଇପିଏଲ, ଚର୍ଚ୍ଚାରେ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରାନ । ବିବାହ ବନ୍ଧନରେ ବାନ୍ଧି ହେବେ କି କାବ୍ୟା ? ଏଭଳି ଏକ ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ହେଉଛି । ତେବେ କାବ୍ୟାଙ୍କ ସହ ଯୋଡ଼ି ହୋଇଛି ଅନିରୁଦ୍ଧ ରବିଚନ୍ଦ୍ରଙ୍କ ନାଁ । ୟୁଜର୍ସମାନେ ଦାବି କରୁଛନ୍ତି କି, ସେମାନେ ବିବାହ ବନ୍ଧନରେ ବାନ୍ଧିହେଲେ । କିନ୍ତୁ ଏଯାବତ ଉଭୟ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ କାବ୍ୟାଙ୍କ ସହ ଯୋଡ଼ା ଯାଇଥିବା ଅନିରୁଦ୍ଧ କିଏ ?

କିଏ ଏହି ଅନିରୁଦ୍ଧ ରବିଚନ୍ଦ୍ର ?

ଫିଲ୍ମ ଜଗତରେ ଜଣେ ଜଣାଶୁଣା ଚେହେରା ହେଉଛନ୍ତି ଅନିରୁଦ୍ଧ । ସେ ଜଣେ ପ୍ରତିଷ୍ଠିତ ସଙ୍ଗୀତ କମ୍ପୋଜର । ସଂଙ୍ଗୀତ ଡାଇରେକ୍ଟର ଭାବେ ସେ ବହୁ ଫିଲ୍ମରେ ଦାୟିତ୍ବ ତୁଲାଇଛନ୍ତି । ତାମିଲ ଏବଂ ତେଲୁଗୁ ଫିଲ୍ମ ଜଗତରେ ସେ କାମ କରୁଛନ୍ତି । ତାଙ୍କର ଅନେକ ହିଟ୍ ଫିଲ୍ମମାନ ରହିଛି । ସେ ବହୁତ ହ୍ୟାଣ୍ଡସମ୍ ରହିଥିବାବେଳେ ବହୁ ନାୟିକାଙ୍କ ସହ ମଧ୍ୟ ତାଙ୍କ ନାମକୁ ଯୋଡ଼ା ଯାଇଥିବା ପୂର୍ବରୁ ଦେଖିବାକୁ ମିଳିଛି ।

ସେ ସାଉଥ ଫିଲ୍ମ ଜଗତର ଜଣାଶୁଣା ମ୍ୟୁଜିକ୍ କମ୍ପୋଜର ହୋଇଥିବାବେଳେ ୧୦ଟି ସିମ୍ମା ପୁରସ୍କାର ସହ ଫିଲ୍ମ ଫେୟାର ଆଓ୍ବାର୍ଡ ମଧ୍ୟ ଜିତିଛନ୍ତି । ୨୦୧୨ ମସିହାରେ ତାଙ୍କର ଏକ ଗୀତ ବେଶ ହିଟ୍ ହୋଇଥିଲା । ଯାହା ତାଙ୍କୁ ସାରା ବିଶ୍ବରେ ପରିଚିତ କରାଇଥିଲା । ତେବେ ସେହି ଗୀତଟି ଥିଲା ‘ହ୍ବାଏ ଦିସ୍ କୋଲାବରୀ ଡି’ । ଯାହାକୁ ୟ୍ୟୁଟୁବରେ ୪୫୦ ମିଲିୟନରୁ ଅଧିକ ଲୋକ ଦେଖିଛନ୍ତି । ଏହି ସଫଳତା ପରେ ସେ ୨୦୧୪ ମସିହାରେ ପ୍ରଥମେ ଚଳଚ୍ଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତେବେ ସେ ୫୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ଅଟନ୍ତି ।

ଏହାସହ ପଢ଼ନ୍ତୁ : Most Test Runs Record: ଭାଙ୍ଗିବେ କି ସଚିନଙ୍କ ରେକର୍ଡ ? ଏମିତି କହିଲେ ରୁଟ୍