ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୨୦୫୦ ସୁଦ୍ଧା ବିଶ୍ଵର ସବୁଠୁ ବଡ଼ ମୁସଲିମ ରାଷ୍ଟ୍ର ହୋଇପାରେ ଭାରତ, କଣ ରହିବ ହିନ୍ଦୁଙ୍କ ସ୍ଥିତି ? ଜାଣନ୍ତୁ...

Published By : Rasmita Pradhan | July 12, 2025 9:16 AM

ନୂଆଦିଲ୍ଲୀ, ୧୨/୦୭ : ବଦଳୁଛି ବୈଶ୍ଵିକ ଧାର୍ମିକ ପରିଦୃଶ୍ୟ। କମିବାରେ ଲାଗିଛନ୍ତି ହିନ୍ଦୁ। ଦ୍ରୁତ ଗତିରେ ବଢୁଛି ମୁସଲିମ ସମ୍ପ୍ରଦାୟଙ୍କ ସଂଖ୍ୟା। ଖ୍ରୀଷ୍ଟିଆନଙ୍କ ସଂଖ୍ୟାରେ ବି ହ୍ରାସ। ଆସନ୍ତା ୨୫ ବର୍ଷ ଭିତରେ ଇଣ୍ଡୋନେସିଆକୁ ପଛରେ ପକାଇ ବିଶ୍ଵର ସବୁଠୁ ବଡ଼ ମୁସଲିମ ରାଷ୍ଟ୍ର ହେବ ଭାରତ। ପ୍ୟୁ ରିସର୍ଚ୍ଚ ସେଣ୍ଟରର ତାଜା ରିପୋର୍ଟରୁ ଖୁଲାସା। 

ରିପୋର୍ଟ ଅନୁସାରେ, ୨୦୧୦ ରୁ ୨୦୨୦ ମଧ୍ୟରେ ଅନ୍ୟ ଧର୍ମ ତୁଳନାରେ ମୁସଲିମଙ୍କ ସଂଖ୍ୟା ୩୪.୭ କୋଟି ବୃଦ୍ଧି ହୋଇଛି। ବୈଶ୍ଵିକ ସ୍ତରରେ ମୁସଲିମଙ୍କ ସଂଖ୍ୟା ୨୦୧୦ରେ ୨୩.୯ % ଥିବା ବେଳେ ୨୦୨୦ରେ ୨୫.୬%କୁ ବୃଦ୍ଧି ହୋଇଛି। ମୃତ୍ୟୁ ହାର ଅପେକ୍ଷା ଉଚ୍ଚ ଜନ୍ମହାର ଯୋଗୁଁ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଖାଲି ସେତିକି ନୁହେଁ ଧର୍ମ ପରିବର୍ତ୍ତନ ବି ସେମାନଙ୍କ ସଂଖ୍ୟା ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି।ସେହିପରି ୨୦୧୦ ରୁ ୨୦୨୦ ମଧ୍ୟରେ ହିନ୍ଦୁଙ୍କ ସଂଖ୍ୟା ୧୨ ପ୍ରତିଶତ ବୃଦ୍ଧି ପାଇଛି। ଯାହାକି ବୈଶ୍ଵିକ ଜନସଂଖ୍ୟା ବୃଦ୍ଧିର ବରାବର ରହିଛି। ୨୦୨୦ରେ ହିନ୍ଦୁଙ୍କ ସଂଖ୍ୟା ୧.୨ ଅରବ ଥିଲା। ଯାହାକି ବୈଶ୍ଵିକ ଜନସଂଖ୍ୟାର ୧୪.୯%। ୨୦୧୦ରେ ଭାରତରେ ହିନ୍ଦୁଙ୍କ ସଂଖ୍ୟା ୮୦% ଥିଲା। ୨୦୨୦ରେ ଏହା ୭୯%କୁ ଖସି ଆସିଛି। ହେଲେ ଭାରତରେ ମୁସଲିମ୍‌ଙ୍କ ସଂଖ୍ୟା ୩.୫୬ କୋଟି ବୃଦ୍ଧି ପାଇଛି। ହିନ୍ଦୁ ଧର୍ମରେ ଧର୍ମ ପରିବର୍ତ୍ତନ ସଂଖ୍ୟା କମ୍ ଏବଂ ଜନ୍ମହାର ବୈଶ୍ଵିକ ଜନସଂଖ୍ୟା ବୃଦ୍ଧିର ବରାବର ହୋଇଥିବାରୁ ଏମାନଙ୍କ ସଂଖ୍ୟାରେ ସ୍ଥିରତା ରହିଛି। ଏବେ ଭାରତ, ନେପାଳ ଏବଂ ମରିସସ୍‌ରେ ସବୁଠୁ ଅଧିକ ହିନ୍ଦୁ ସମୂହ ଅଛନ୍ତି। ବିଶ୍ଵରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୨.୩ ଅରବକୁ ବୃଦ୍ଧି ପାଇଛି। ହେଲେ ବୈଶ୍ଵିକ ସ୍ତରରେ ସେମାନଙ୍କ ସଂଖ୍ୟା ୩୦.୬% ରୁ ୨୮.୮% କୁ ହ୍ରାସ ପାଇଛି। ଧର୍ମ ପରିବର୍ତ୍ତନ ଯୋଗୁଁ ସେମାନଙ୍କ ସଂଖ୍ୟା କମିଛି। ବିଶେଷକରି ୟୁରୋପ, ଉତ୍ତର ଆମେରିକା ଏବଂ ଅଷ୍ଟ୍ରେଲିଆରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା କମିଛି। ସବୁଠୁ ବଡ଼ କଥା ହେଲା ନାସ୍ତିକ ଲୋକଙ୍କ ସଂଖ୍ୟା ୨୭ କୋଟିରୁ ୧.୯ ଅରବକୁ ବୃଦ୍ଧି ପାଇଛି। ଯାହାକି ବୈଶ୍ଵିକ ଜନସଂଖ୍ୟାର ୨୪.୨%। ଏହି ସମୂହ ମୁସଲିମ୍‌ଙ୍କ ପରେ ଦ୍ଵିତୀୟ ବଡ଼ ସମୂହ ଭାବରେ ମୁଣ୍ଡ ଟେକିଛନ୍ତି। ଚୀନରେ ସବୁଠୁ ଅଧିକ ୭୮.୩% ନାସ୍ତିକ ଅଛନ୍ତି। ସେହିପରି ବୌଦ୍ଧ ଧର୍ମୀଙ୍କ ସଂଖ୍ୟା ବି କମିଛି।ଏହି ସଂଖ୍ୟା ଜାରି ରହିଲେ ୨୦୫୦ ସୁଦ୍ଧା ବିଶ୍ଵରେ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ବରାବର ହୋଇଯିବ। ଆଗାମୀ ୨୫ ବର୍ଷ ଭିତରେ ଭାରତ ସବୁଠୁ ବଡ଼ ମୁସଲିମ ରାଷ୍ଟ୍ର ହୋଇଯିବ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.