ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ମୋ ବାପା କହିଥିଲେ ମୁଁ CJI ହେବି, ସ୍ୱପ୍ନ ପୂରଣ ହେଲା ହେଲେ ବାପା ନାହାନ୍ତି'; ଭାବୁକ ହେଲେ ସିଜେଆଇ ଗଭଇ

Published By : Ankita S | June 28, 2025 9:46 AM

ନୂଆଦିଲ୍ଲୀ,୨୮/୦୬: ମୋ ବାପାଙ୍କୁ ସବୁବେଳେ ଲାଗୁଥିଲା ଗୋଟିଏ ଦିନ ମୁଁ ସୁପ୍ରିମକୋର୍ଟ ଚିଫ୍ ଜଷ୍ଟିସ ହେବି । ଏହା ତାଙ୍କର ସ୍ବପ୍ନ ଥିଲା । ଆଜି ତାଙ୍କ ସ୍ବପ୍ନ ପୂରଣ ହୋଇଛି । ହେଲେ ସେ ଏହାକୁ ଦେଖିବାକୁ ନାହାନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ବିଆର ଗଭଇ ନାଗପୁର ଓକିଲ ସଂଘ ପକ୍ଷରୁ ଆୟୋଜିତ ସମ୍ମାନ ସମାରୋହରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କ ବାପାଙ୍କୁ ମନେ ପକାଇ ଭାବବିହ୍ୱଳ ହୋଇଥିଲେ ।

'ବାପା କହିଥିଲେ ମୁଁ CJI ହେବି'- କାର୍ଯ୍ୟକ୍ରମରେ ସାମିଲ ହୋଇ ଭାବବିହ୍ୱଳ ହୋଇଥିଲେ ସିଜେଆଇ । ବାପାଙ୍କୁ ମନେ ପକାଇଥିଲେ । ସେ କହିଥିଲେ, ମୋ ବାପା ସବୁବେଳେ କହୁଥିଲେ  ମୁଁ ସୁପ୍ରିମକୋର୍ଟ ଚିଫ୍ ଜଷ୍ଟିସ ହେବି । ଏହା ତାଙ୍କର ସ୍ବପ୍ନ ଥିଲା । ଆଜି ତାଙ୍କ ସ୍ବପ୍ନ ପୂରଣ ହୋଇଛି ହେଲେ ଦେଖିବାକୁ ସେ ନାହାନ୍ତି । ୨୦୧୫ରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ଅନୁପସ୍ଥିତି ଅନୁଭବ ହୁଏ । ମୁଁ ଖୁସି ଯେ ଏହି ମୂହୁର୍ତ୍ତକୁ ଦେଖିବାକୁ ମୋ ମାଆ ମୋ ପାଖରେ ଅଛନ୍ତି ।

'ବିଚାରପତି ହେବା ୯ଟାରୁ ୫ଟାର ଚାକିରି ନୁହେଁ' - ସୁପ୍ରିମକୋର୍ଟର କଲେଜିୟମରେ ସର୍ବଦା ଯୋଗ୍ୟତା ଆଧାରରେ ଚୟନକୁ ଗୁରୁତ୍ୱ ଦିଆଯାଏ । କେବେ ବି ଜାତି, ଧର୍ମ, ସାମାଜିକ ପୃଷ୍ଠଭୂମି ବାବଦରେ ବିଚାର କରାଯାଏ ନାହିଁ । ଏହା କେବଳ ପ୍ରାର୍ଥୀଙ୍କ ଯୋଗ୍ୟତା ଦେଖିଥାଏ ଏବଂ ସେହି ବ୍ୟକ୍ତି ସମ୍ପୃକ୍ତ ପଦ ପାଇଁ ଯୋଗ୍ୟ କି ନା ତାହା ପରଖା ଯାଏ । ବିଚାରପତି ଏକା କାମ କରିପାରିବେ ନାହିଁ । ବିଚାରପତି ହେବା କୌଣସି ୯ରୁ ୫ ଚାକିରି ନୁହେଁ । ଏହା ଦେଶସେବା । କିନ୍ତୁ ବେଶ୍‌ କଠିନ । ସୁପ୍ରିମକୋର୍ଟର ସମସ୍ତ ବିଚାରପତି ସର୍ବୋଚ୍ଚ ନ୍ୟାୟାଳୟ ଭାବେ କାମ କରିବା ଉଚିତ ନା କି କେବଳ ଭାରତର ପ୍ରଧାନ ବିଚାରପତି । ସମସ୍ତ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯିବା ଆବଶ୍ୟକ । ବିଚାରପତିଙ୍କୁ ସମାଜ ସହ ମିଶିବା ଉଚିତ । ଏହା ଦ୍ୱାରା ସମାଜର ସମସ୍ୟା ଏବଂ ପ୍ରଶ୍ନକୁ ବୁଝିବା ସହଜ ହୋଇଥାଏ ଏବଂ ନ୍ୟାୟ ମାଧ୍ୟମରେ ତାହାର ସମାଧାନ କରାଯାଇ ପାରିଥାଏ ବୋଲି କହିଛନ୍ତି ସିଜେଆଇ  ବିଆର ଗଭଇ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.