ଭୁବନେଶ୍ବର ୧୭/୧୧: ବୈକୁଣ୍ଠଧାମ ଆଶ୍ରମରେ ନାବାଳକଙ୍କୁ ପୂଜା ଘଟଣା ଉପରେ   ନାବାଳକଙ୍କ ବାପା ପଣ୍ଡିତ କାଶୀନାଥ ସ୍ପଷ୍ଟୀକରଣ ରଖିଛନ୍ତି  । ସେ କହିଛନ୍ତି ଯେ  ମୋ ପୁଅ ଠାକୁର ନୁହେଁ । ମୋ ପୁଅ ଠାକୁର ବୋଲି କେବେ କହିନି କି ପ୍ରଚାର କରିନି । କିଛି କୁଚକ୍ରୀ ଗୋଷ୍ଠୀ ଜାଣିଶୁଣି ବଦନାମ କରୁଛନ୍ତି ।  

 ଏହି ଫଟୋଟି ୧୦-୧୨ ବର୍ଷର ତଳର ଅଟେ। ଯେତେ ବେଳେ ମୋ ପୁଅକୁ ୪ଓ ୫ ବର୍ଷ ହୋଇଥିଲା।  ଫଟୋରେ ମୁଁ ଦେଖୁଛି ପାଦ ନିକଟରେ ତୁଳସୀ ଅଛି ଏବଂ ଫଟୋରେ ମୋ ପୁଅ ବସିଛନ୍ତି। ସେଥିରେ ମୁଁ କି ମୋର ପତ୍ନୀ ନାହାନ୍ତି। କିଛି କୁଚକ୍ରୀ ଗୋଷ୍ଠୀ ଏପରି ଫଟୋ କରି ଭାଇଲାଲ କରୁଛନ୍ତି। ମୋ’ ପୁଅ ଠାକୁର ବୋଲି କେବେ କହି ନାହିଁ।  କି ପ୍ରଚାର ମାଧ୍ୟମରେ ସିଧାସଳଖ ଲୋକଙ୍କୁ କହି ନାହିଁ ବୋଲି କହିଛନ୍ତି।