ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

Tamilnadu: ଆନ୍ନାମଲାଇଙ୍କ ପରେ ଆସିବେ ଏନ୍ ନାଗେନ୍ରନ; ତାମିଲନାଡୁ ରାଜ୍ୟ ବିଜେପି ଅଧ୍ୟକ୍ଷ ପଦ ପାଇଁ ଭରିଲେ ନାମାଙ୍କନ ପତ୍ର

Published By : Bijay Swain | April 11, 2025 5:40 PM

ନୂଆଦିଲ୍ଲୀ: ତାମିଲନାଡୁ ରାଜ୍ୟ ବିଜେପି ଅଧ୍ୟକ୍ଷ ଭାବେ ଏକ ନୂଆ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିବାକୁ ଯାଉଛି। ନୈନାର ନାଗେନ୍ଦ୍ରନ ବିଜେପି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାକୁ ଯାଉଛନ୍ତି। କାରଣ ଗତ ବୁଧବାର ନାଗେନ୍ଦ୍ରନ ଏକମାତ୍ର ଲୋକ ଭାବେ ରାଜ୍ୟ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦଳର ପୂର୍ବତନ ସଭାପତି କେ ଆନ୍ନାମଲାଇ ତାଙ୍କ ନାମ ସୁପାରିଶ କରିଥିଲେ ବୋଲି ଜଣାପଡିଛି। 

ନାଗେନ୍ଦ୍ରନ ବର୍ତ୍ତମାନ ତିରୁନେଲବେଲ୍ଲୀରୁ ବିଜେପି ବିଧାୟକ ଭାବେ କର୍ଯ୍ୟ କରୁଛନ୍ତି। ସେ ପୂର୍ବରୁ ଏଆଏଡିଏମକେ ଦଳର ପାର୍ଥି ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ତାମିଲନାଡୁ ବିଜେପି ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି। ଆଗକୁ ତାମିଲନାଡୁରେ ନିର୍ବାଚନ ଥିବାରୁ ବିଜେପି, ଏଆଏଡିଏମକେ ଦଳ ସହ ଗଠବନ୍ଧନ କରିବାକୁ ଚେଷ୍ଟା କରୁଛି। ତେବେ ଏହି ପଦକ୍ଷେପରେ ନାଗେନ୍ଦ୍ରନ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି। 

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦଳ ସମ୍ପର୍କରେ ବରିଷ୍ଠ ନେତାମାନଙ୍କ ସହ କଥା ହେବାପାଇଁ ବର୍ତ୍ତମାନ ଚେନ୍ନାଇ ଗସ୍ତରେ ଅଛନ୍ତି। ସେ ଏନେଇ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇ ଲେଖିଛନ୍ତି ଯେ “ତାମିଲନାଡୁ ବିଜେପି କେବଳ ଶ୍ରୀ ଏନ୍ ନାଗେନ୍ଦ୍ରନ ଜୀଙ୍କ ଠାରୁ ରାଜ୍ୟ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ପାଇଛି” ବୋଲି ଉଲ୍ଲେଖ କରିଛନ୍ତି। 

ଏହା ସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ “ପୂର୍ବରୁ ତାମିଲନାଡୁ ବିଜେପି ଦଳର ସଭାପତି ଥିବା ଆନ୍ନାମଲାଇ ଜୀ ମଧ୍ୟ ପ୍ରଶଂସନୀୟ ସଫଳତା ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ ଲୋକଙ୍କ ପାଖରେ ପହଞ୍ଚାଇବା ହେଉ କିମ୍ବା ଗାଁରୁ ଗାଁକୁ ଦଳର କାର୍ଯ୍ୟକ୍ରମ ହେଉ, ଅନ୍ନାମଲାଇ ଜୀଙ୍କ ଅବଦାନ ଅଭୂତପୂର୍ବ। ବିଜେପି ଆନ୍ନାମଲାଇଙ୍କ ସାଂଗଠନିକ ଦକ୍ଷତାକୁ ଜାତୀୟସ୍ତରରେ ମଧ୍ୟ ପ୍ରଶଂସା କରିଥାଏ।”

ତାମିଲନାଡୁ ବିଜେପିରେ ଏ ପାର୍ଶ୍ୱ ପରିବର୍ତ୍ତନକୁ ଦଳିୟ କର୍ମକର୍ତ୍ତାମାନେ ମଧ୍ୟ ସ୍ୱାଗତ କରିଛନ୍ତି। କେ. ଆନ୍ନାମଲାଇ ମଧ୍ୟ ନାଗେନ୍ଦ୍ରନଙ୍କୁ ସମର୍ଥନ ଜଣାଇଛନ୍ତି। ତେବେ ଆଗକୁ ତାମିଲନାଡୁର ରାଜନୈତିକ ଦୃଶ୍ୟପଟ୍ଟରେ କଣ ପରିବର୍ତ୍ତନ ହେଉଛି ତାହା ଦେଖିବା ବାକି ରହିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.