ସୋରଡ଼ା,୨୬/୦୬: ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ତା’ପୂର୍ବରୁ ଆଜି ଶ୍ରୀଜିଉଙ୍କ ପବିତ୍ର ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ।ଏନେଇ ଆଜି ଗଞ୍ଜାମ ଜିଲ୍ଲା ସୋରଡ଼ାରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ନବଯୌବନ ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ସକାଳୁ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେଲା ପରେ ଦର୍ଶନ ଆରମ୍ଭ ହୋଇଥିଲା । ସେହିପରି ରଥଯାତ୍ରା ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ସରିଛି । ଶୁକ୍ରବାର ରାଜା ଡକ୍ଟର ଦେବଦୁତ୍ତ ସିଂ ଦେଓ ଏଠାରେ ରାଜକୀୟ ନୀତି ସମ୍ପନ୍ନ କରିବେ । ପ୍ରବଳ ଭିଡ଼ ଦୃଷ୍ଟିରୁ ପୁଲିସ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କଡ଼ାକଡ଼ି ହୋଇଛି ।

ଖୁସି ଭିତରେ ଆପ୍କୁ ଝଟକା, ଦଳର ସମସ୍ତଙ୍କ ପଦରୁ ଇସ୍ତ...