ଉମରକୋଟ ୦୭/୦୫: ତେଲ ଅଭାବ, ଚିନ୍ତାରେ ଗାଡ଼ି ଚାଳକ। ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଲାଣି । ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ପେଟ୍ରୋଲ ପମ୍ପରେ ଟାଙ୍କ ଖାଲି ହେବାକୁ ବସିଲାଣି। ପେଟ୍ରୋଲ ଓ ଡିଜେଲ ପାଇଁ ପମ୍ପରେ ଲାଗୁଛି ଲମ୍ବା ଲାଇନ୍। ତେଲ ପାଇଁ ଟାଙ୍କିରୁ ଟାଙ୍କି ଘୂରି ବୁଲୁଛନ୍ତି ଗ୍ରାହକ। କିଛି ପେଟ୍ରୋଲ ପମ୍ପ ସମ୍ପର୍ଣ୍ଣ ବନ୍ଦ ହେବା ସ୍ଥିତିରେ। ଏପଟେ ପେଟ୍ରୋଲ ପମ୍ପ ଏଜେନ୍ସି ଅର୍ଡର ପୂରଣ କରିପାରୁନାହାନ୍ତି କମ୍ପାନୀ। ଫଳରେ ପେଟ୍ରୋଲ ପମ୍ପ ମାଲିକମାନେ ବାଇକ ପାଇ ୧୦୦ରୁ ୨୦୦ ଟଙ୍କା ପେଟ୍ରେଲ ଦେବାକୁ କୁହାଯାଇଛି। ସେହିଭଳି ବଡ଼ ଗାଡ଼ି ୨ଶହ ଲିଟର ଅଧିକ ଡିଜେଲ ଦେବା ଉପରେ ଲାଗିଛି କଟକଣା। ବ୍ୟାରେଲ ମଧ୍ୟ ତେଳ ଦେବାକୁ ବାରଣ କରାଯାଇଛି। ଏଭଳି ନୋଟିସ କେତେ ପେଟ୍ରୋଲ ପମ୍ପ ଲାଗିଥିବା ଦେଖିବାକୁ ମିଳୁଛି। ଫଳରେ ନବରଙ୍ଗପୁର ଗାଡ଼ି ଚାଳକ ଏବଂ ଚାଷୀ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ ତେଲ ସଂକଟ ଉତ୍କଟ ରୂପ ଧାରଣ କରିଛି। କେବଳ ସହର ନୁହେଁ, ବରଂ ଉମରକୋଟ, ଧୋଡ୍ରା ଓ ଡାବୁଗାଁ ଭଳି ଗ୍ରାମାଞ୍ଚଳରେ ମଧ୍ୟ ପେଟ୍ରୋଲ ଓ ଡିଜେଲର ଘୋର ଅଭାବ ଦେଖିବାକୁ ମିଳିଛି। ବାଇକ ଚାଳକଙ୍କୁ କିଛି ପରିମାଣର ତେଲ ମିଳୁଥିବା ବେଳେ, ଚାଷ କାର୍ଯ୍ୟ ପାଇଁ ଚାଷୀଙ୍କୁ ଆବଶ୍ୟକ ଡିଜେଲ ମିଳିପାରୁ ନାହିଁ। ଯାହାକୁ ନେଇ ଚାଷୀକୂଳ ଏବେ ଚିନ୍ତାରେ। ଡାବୁଗାଁ ବ୍ଲକରେ ଥିବା ୪ଟି ପେଟ୍ରୋଲ ପମ୍ପ ମଧ୍ୟରୁ ସରାଗୁଡା ପେଟ୍ରୋଲ ପମ୍ପଟି ସମ୍ପୂର୍ଣ୍ଣ ବନ୍ଦ ରହିଛି। ଅନ୍ୟ ପମ୍ପଗୁଡିକରେ ମଧ୍ୟ ତେଲର ପରିମାଣ ଅତି କମ୍ ରହିଛି। କେତେକ ଟାଙ୍କିରେ ତ ଡିଜେଲ ଆଦୌ ନଥିବା କହିଛନ୍ତି।

 

ଷ୍ଟକ କମ୍ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ, କାହାକୁ ମଧ୍ୟ ପ୍ଲାଷ୍ଟିକ ଡବାରେ ତେଲ ଦିଆଯିବ ନାହିଁ। ଏହି ନିୟମ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ରବି ଚାଷ କରିଥିବା ଚାଷୀ। ଚାଷୀମାନେ ଡବାରେ ଡିଜେଲ ନେବାକୁ ଆସି ନିରାଶ ହୋଇ ଫେରୁଛନ୍ତି। ଅନ୍ୟପଟେ ବାଇକ ଚାଳକଙ୍କୁ ମଧ୍ୟ ମନଇଚ୍ଛା ତେଲ ମିଳୁନି, ମାତ୍ର ୧୦୦ ରୁ ୨୦୦ ଟଙ୍କାର ତେଲ ଦେଇ ପମ୍ପ ମାଲିକମାନେ ଗାଡ଼ି ପଠାଇ ଦେଉଛନ୍ତି। ଯାହା ଫଳରେ ଦୂର ଦୁରାନ୍ତ କୁ ଯାଉଥିବା ବାଇକ ଚାଳକ ମାନେ ଅସୁବିଧା ସମ୍ମୁଖୀନ ହେଉଥିବାର କହିଛନ୍ତି ।

ଅଧିକ ପଢ଼ନ୍ତୁ :-  Oil crisis: ଓଡ଼ିଶାରେ ଖାଲି ହେବାକୁ ବସିଲାଣି ତେଲ ଟାଙ୍କି, କଳକାରଖାନା ଗାଡ଼ିରେ ପଡ଼ୁଛି ବାହାର ଡିଜେଲ