ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ମହାର୍ଘ୍ୟ ମୁହୂର୍ତ୍ତରେ ଇଷ୍ଟଦେବୀଙ୍କୁ ଲାଗିହେଲା ନବାନ୍ନ; ପରିବାର ସହ ନୂଆ ଖାଇଲେ ସମସ୍ତେ

Published By : Harapriya Sethi | August 28, 2025 11:08 AM

ସମ୍ୱଲପୁର,୨୮/୦୮: ପଶ୍ଚିମ ଓଡ଼ିଶାର  କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଆଜି ମହାର୍ଘ୍ୟ ମୁହୂର୍ତ୍ତରେ ନୀତିକାନ୍ତି ସହିତ ଇଷ୍ଟଦେବୀଙ୍କୁ ଲାଗି ହୋଇଛି ନବାନ୍ନ । ସମ୍ବଲପୁର ଅଧିଷ୍ଠାତ୍ରୀ ମା’ ସମଲେଶ୍ବରୀଙ୍କୁ ନବାନ୍ନ ଲାଗି କରାଯାଇଛି । ନବାନ୍ନ ଲାଗି ସମୟରେ ମାଆଙ୍କୁ ନୂଆ ଧାନରେ ଅନ୍ନ ଲାଗି କରାଯିବା ସହ ମହାଆଳତି ମଧ୍ୟ କରାଯାଇଥିଲା । ସେହିଭଳି ମା’ ପାଟଣେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇଛି ।

ଗୁରୁବାର ପବିତ୍ର ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଆହ୍ୱାନରେ ପଣ୍ଡିତଙ୍କ ଦ୍ୱାରା ଏବର୍ଷ ତୁଳା ଲଗ୍ନ, ମକର ନବାଂଶରେ ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ  ମା’ ସମଲେଇଙ୍କ ପୀଠରେ  ନବାନ୍ନ ଲାଗି ହୋଇଛି । ପୂର୍ବାହ୍ନ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ନବାନ୍ନ ଅର୍ପଣ କରାଯାଇଥିଲା । ଏହାପରେ ପାର୍ଶ୍ୱ ଦେବାଦେବୀଙ୍କୁ ନବାନ୍ନ ଲାଗି ହୋଇଥିଲା । ପରେ ପଶ୍ଚିମ ଓଡ଼ିଶାବାସୀ ଘରର ଇଷ୍ଟ ଦେବଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରି ନିଜେ ଖାଇବେ । ନବାନ୍ନ ପ୍ରସ୍ତୁତି ନିମନ୍ତେ ମା’ ସମଲେଇଙ୍କ ମୁଖ୍ୟ ପୂଜକଙ୍କ ନିକଟକୁ ୫ଦିନ ତଳୁ ନୂଆଁ ସରିଆ ଧାନ ପହଞ୍ଚି ସାରିଥିଲା ।

ସାରା ପଶ୍ଚିମ ଓଡ଼ିଶାର ଘରେ ଘରେ ପରିବାର ସଦସ୍ୟ  ଆସି ପହଞ୍ଚି ସାରିଛନ୍ତି । ପୂରା ପରିବାର ଏକାଠି ହେବା ପରେ  ଘର ଉତ୍ସାହରେ ଫାଟି ପଡୁଛି । ଭଳିକି ଭଳି ପିଠାପଣାର ଆସରରେ ଘର ମହକି ଉଠୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.