ପ୍ରମୁଖ ଖବର
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଅଗ୍ନି କବଳିତ ନୈନିତାଲ; ହାଇକୋର୍ଟ କଲୋନୀ ପର୍ଯ୍ୟନ୍ତ ବ୍ୟାପିଲାଣି ନିଆଁ, ଲିଭାଇବାକୁ ଅହରହ ପ୍ରୟାସରେ ବନବିଭାଗ ଓ ବାୟୁସେନା

ନୈନିତାଲ,୨୭/୦୪: ବଣ ପାହାଡ଼ ଘେରା ଉତ୍ତରାଖଣ୍ଡର ନୈନିତାଲ। ଗତ ୩୬ ଘଣ୍ଟା ଧରି ଏହାର ପାର୍ବତ୍ୟାଞ୍ଚଳ ଓ ଜଙ୍ଗଲରେ ଲାଗିଛି ନିଆଁ। ରାତିର ଅନ୍ଧକାରରେ ଏହି ହୁତୁହୁତୁ ଜଳୁଥିବା ନିଆଁ ସୃଷ୍ଟି କରୁଛି ବିନାସର ଭ୍ରମ। ନିଆଁର ପକୋପ ଓ କ୍ଷୟକ୍ଷତିକୁ ନଜରରେ ରଖି ଭାରତୀୟ ବାୟୁସେନା ଏହାର କିଛି ବରିଷ୍ଠ ଅଧିକାରୀ ଓ ଏମ୍‌ଆଇ-୧୭ ଚପର୍‌କୁ ନେଇ ଅଗ୍ନିପ୍ରବଣ ଅଞ୍ଚଳରେ ଏକ ଡୋଜିଂ ଅପରେସନ୍‌ ଆରମ୍ଭ କରିଛି। ବାୟୁସେନା ଏହାର ଚପରଗୁଡ଼ିକ ମାଧ୍ୟମରେ ନିକଟସ୍ଥ ଭିମତାଲ ହ୍ରଦରୁ ପାଣି ନେଇ ନିଆଁ ଲାଗିଥିବା ଅଞ୍ଚଳରେ ଆକାଶମାର୍ଗରୁ ପାଣି ଢ଼ାଳି ଲିଭାଇବାକୁ ଚେଷ୍ଟା କରୁଛି। 

ତେବେ ବନ ବିଭାଗ ଓ ବାୟୁସେନାର ଅଗ୍ନି ନିର୍ବାପକ ଦଳର ନିରନ୍ତର ପ୍ରଚେଷ୍ଟା ସତ୍ବେ ନିଆଁ ଲାଗିଥିବା ହେକ୍ଟର ହେକ୍ଟର ଜଙ୍ଗଲ ଜମି ନଷ୍ଟ ହୋଇଛି। ବନ ବିଭାଗର ରିପୋର୍ଟ ମୁତାବକ ଗତ ୨୪ ଘଣ୍ଟାରେ ରାଜ୍ୟର ଅନ୍ୟ ୩୧ଟି ଅଞ୍ଚଳରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଏଥିରେ ୩୩.୩୪ ହେକ୍ଟର ଜଙ୍ଗଲ ଜମି ନଷ୍ଟ ହୋଇଛି।

ଏକ ପ୍ରତିକ୍ରିୟାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଅଧିକାରୀଙ୍କ ମଧ୍ୟରେ ସଜାଗ ରହିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏବଂ ବଢ଼ୁଥିବା ସଙ୍କଟକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବା ପାଇଁ ବିଭାଗଗୁଡିକ ମଧ୍ୟରେ ନିରନ୍ତର ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେପଟେ ରୁଦ୍ରପ୍ରୟାଗ ଜଙ୍ଗଲରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ତିନିଜଣଙ୍କୁ ଗିରଫ କରିଛି ବନବିଭାଗ।

ନୈନିତାଲ ବିଭାଗୀୟ ବନ ଅଧିକାରୀ ଚନ୍ଦ୍ରଶେଖର ଯୋଶୀଙ୍କ ସୂଚନା ମୁତାବକ, ନିଆଁକୁ ଆୟତ କରିବ ପାଇଁ ୪୦ ମନୋରା ରେଞ୍ଜ ଅଧିକାରୀ ଏବଂ ଦୁଇଜଣ ରେଞ୍ଜର ନିୟୋଜିତ ଅଛନ୍ତିି। ବନ ବିଭାଗ ପକ୍ଷରୁ ଜାରି କରାଯାଉ‌ଥିବା ଦୈନିକ ବୁଲେଟିନ୍‌ରେ ଉଲ୍ଲେଖ କରାଯାଇଛି ଯେ, ଗତ ୨୪ ଘଣ୍ଟା ଭିତରେ ରାଜ୍ୟର କୁମାଓନ ଅଞ୍ଚଳରେ ଅଗ୍ନକାଣ୍ଡ ଜନିତ ୨୬ଟି ଘଟଣା ସାମ୍ନାକୁ ଆସିଛି। ଏଥିରୁ ୫ଟି ଗରହଓ୍ବାଲ ଅଞ୍ଚଳରେ ହୋଇଥିବା ବେଳେ ସେଠାରେ ୩୩.୩୪ ହେକ୍ଟର ଜଙ୍ଗଲ ଜମି ନିଆଁରେ ପ୍ରଭାବିତ ହୋଇଛି।

ନିଆଁକୁ ଆୟତ କରିବାକୁ ବାରମ୍ବାର ଚେଷ୍ଟା ସତ୍ତ୍ବେ ବି ଧିରେ ଧିରେ ନୈନିତାଲର ଅନ୍ୟ ପାର୍ବତ୍ୟାଞ୍ଚଳକୁ ନିଆଁ ବ୍ୟାପିବାରେ ଲାଗିଛି। ଏହାର ପ୍ରଭାବ ହାଇକୋର୍ଟ କଲୋନୀ ପର୍ଯ୍ୟନ୍ତ ଅନୁଭୁତ ହେଉଥିବା ବେଳେ ଏଠାରେ ଥିବା ପାଇନ ଗଛ ଯଦି ନିଆଁ କବଳକୁ ଆସେ ତେବେ ବ୍ୟାପକ ସଂଖ୍ୟାରେ ବହୁମୂଲ୍ୟ ଗଛ ସବୁ ଜଳିପୋଡ଼ି ପାଉଁଶ ହୋଇଯିବ ବୋଲି ବନ ବିଭାଗ କହିଛି। ତେବେ ଏହି ଅଞ୍ଚଳକୁ ନିଆଁ ଲାଗିବା ପୂର୍ବରୁ ଆୟତ କରିବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ କରୁଛି ଅଗ୍ନି ନିର୍ବାପକ ଦଳ ସମେତ ଭାରତୀୟ ବାୟୁସେନା।

You can also read: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ,ହେଲିକପ୍ଟରକୁ ଚଢିବା ବେଳେ ଗୋଡ଼ ଖସି ପଡ଼ିଗଲେ


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.