ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପିର ବିବାଦୀୟ ପୋଷ୍ଟ ମାମଲାରେ ଜେପି ନଡ୍ଡା ଏବଂ ଅମିତ ମାଲବ୍ୟଙ୍କୁ ସମନ୍‌

ବେଙ୍ଗାଲୁରୁ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସମନ ପଠାଇଛି କର୍ଣ୍ଣାଟକ ପୁଲିସ । ବିଜେପିର ବିବାଦୀୟ ପୋଷ୍ଟକୁ ନେଇ ତାଙ୍କୁ କର୍ଣ୍ଣାଟକ ପୁଲିସ ଏହି ସମନ ପଠାଇଛି। ଜେପି ନଡ୍ଡାଙ୍କ ସହ ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟଙ୍କୁ ମଧ୍ୟ ପୁଲିସ ସମନ କରିଛି । ବେଙ୍ଗାଲୁରୁ ପୁଲିସ ସାମ୍ନାରେ ହାଜର ହେବାକୁ ଉଭୟଙ୍କୁ ଏକ ସପ୍ତାହ ସମୟ ଦିଆଯାଇଛି । ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଦଳର ଆଇଟି ମୁଖ୍ୟ ଅମିତ ମାଲବ୍ୟ ଓ କର୍ଣ୍ଣାଟକ ବିଜେପି ମୁଖ୍ୟ ବିଓ୍ୱାଇ ବିଜୟେନ୍ଦ୍ରଙ୍କ ବିରୋଧରେ ଏଫଆଇଆର ଦେଇଥିଲା କଂଗ୍ରେସ । 

ଏସ୍‌ସି ଓ ଏସ୍‌ଟି ସଂପ୍ରଦାୟର ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ନ ଦେବାକୁ ଏମାନେ ଡରାଉଥିବା ନେଇ ଅଭିଯୋଗ କରିଥିଲା କଂଗ୍ରେସ । କଂଗ୍ରେସର ଏଫଆଇଆର ପରେ ବେଙ୍ଗାଲୁରୁର ହାଇ ଗ୍ରାଉଣ୍ଡସ୍‌ ପୁଲିସ୍‌ ମାମଲା ରୁଜୁ କରିଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କର୍ଣ୍ଣାଟକ ବିଜେପି ଦ୍ୱାରା ଏକ ଭିଡିଓ ପୋଷ୍ଟ କରାଯାଇଥିଲା। ଏହି ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଥିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ରାହୁଲ ଗାନ୍ଧୀଙ୍କୁ ଏହି ଭିଡିଓରେ ଭୁଲ୍‌ ରୂପେ ଉପସ୍ଥାପିତ କରାଯାଇଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା । 

ଏ ସମ୍ପର୍କରେ କର୍ଣ୍ଣାଟକ କଂଗ୍ରେସ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲା ଦଳ। ଏଥିରେ କୁହାଯାଇଥିଲା ଯେ, ଭିଡିଓ ଜରିଆରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଲୋକଙ୍କୁ ଭୟଭୀତ କରାଯାଇଛି। ଏସସି ଓ ଏସଟି ସମ୍ପ୍ରଦାୟର ଲୋକଙ୍କ ବିରୋଧରେ ଶତ୍ରୁତା, ଘୃଣା ଏବଂ ଅନୈତିକ ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଭିଡିଓକୁ ବିଜେପି ଦ୍ୱାରା ପୋଷ୍ଟ କରାଯାଇଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା। ଏହା ସହିତ କର୍ଣ୍ଣାଟକ କଂଗ୍ରେସ ବିଜେପି ଉପରେ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ମଧ୍ୟ କରିଛି। 

 ସେପଟେ କଂଗ୍ରେସ ପାଖରୁ ଅଭିଯୋଗ ପାଇବା ପରେ କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଭିଡିଓ ପୋଷ୍ଟକୁ ହଟାଇବା ଲାଗି ବିଜେପିକୁ ନିର୍ଦେଶ ଦେଇଥିଲେ । କିନ୍ତୁ ବିଜେପି ପକ୍ଷରୁ ଏହି ପୋଷ୍ଟ ଡିଲିଟ କରାଯାଇନଥିଲା । ପରେ ନିର୍ବାଚନ ଆୟୋଗ ଏକ୍ସକୁ ନୋଟିସ୍ ଜାରି ଏହି ଭିଡିଓ ହଟାଇବାକୁ କୁହାଯାଇଥିଲା । ଏହି ଭିଡିଓକୁ କର୍ଣ୍ଣାଟକ ବିଜେପି ଦ୍ୱାରା ମେ' ୪ରେ ପୋଷ୍ଟ କରାଯାଇଥିଲା। ତେବେ ଗତକାଲି କର୍ଣ୍ଣାଟକର ସମସ୍ତ ୨୮ ଲୋକସଭା ଆସନରେ ନିର୍ବାଚନ ଶେଷ ହୋଇଛି । 

  • BJP
  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.