ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଷ୍ଟ୍ରାଜେନେକାର ୟୁ ଟର୍ଣ୍ଣ; ବିରଳ ପାର୍ଶ୍ବ ପ୍ରତିକ୍ରିୟା ପରେ ବିଶ୍ବ ବଜାରରୁ ଟିକା ଫେରାଇଲା କମ୍ପାନୀ

Image source: NDTV

ନୂଆଦିଲ୍ଲୀ,୦୮/୦୫: ଆଷ୍ଟ୍ରାଜେନାକ ପ୍ରସ୍ତୁତ କରିଥିବା କୋଭିଡ ଟିକା କୋଭିସିଲ୍ଡକୁ ନେଇ ନୂଆ ନୂଆ ଖବର। ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ନୁହେଁ ବୋଲି ପ୍ରମାଣିତ ହୋଇସାରିଛି। ଏହି ଟିକାରେ ବିରଳ ପାର୍ଶ୍ୱପ୍ରତିକ୍ରିୟା ଥିବା ଖବର ଆସିବା ପରେ ଏନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା। ତେବେ ଆଷ୍ଟ୍ରାଜେନେକା ଏହାକୁ ସ୍ୱୀକାର କରି ସାରିଥିବା ବେଳେ ଏବେ ଏହାର ଉତ୍ପାଦକୁ ବିଶ୍ୱ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି କମ୍ପାନୀ। 

କୋଭିସିଲ୍ଡର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଥିବା ବେଳେ କମ୍ପାନୀ ପକ୍ଷରୁ ଏହାକୁ ବିଶ୍ବ ବଜାରରୁ ଫେରାଇ ନେବାକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଛି। କମ୍ପାନୀ ପ୍ରବକ୍ତା କହିଛନ୍ତି, ମାର୍କେଟରେ ଆବଶ୍ୟକତାଠୁ ଅଧିକ ମାତ୍ରାରେ କୋଭିସିଲ୍ଡ ଟିକା ମହଜୁଦ ରହିଛି।  କେବଳ ଆଷ୍ଟ୍ରାଜେନେକା ନୁହେଁ ଏଥିସହ ଆହୁରି ବହୁ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀମାନଙ୍କର କୋଭିଡ ଟିକା ବି ବଜାରରେ ଉପଲବ୍ଧ ରହୁଛି। ମାତ୍ର ଏବେ ଏହି ଟିକାର ସେପରି ଆବଶ୍ୟକତା ନ ଥିବାରୁ ତାହା ମାର୍କେଟରେ ପଡ଼ି ରହିଛି । ତେଣୁ କମ୍ପାନୀ ଏହାକୁ ଫେରାଇ ନେବାକୁ ସ୍ଥିର କରିଛି । ପୂର୍ବରୁ ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ସ୍ୱୀକାର କରି ସାରିଛି ଯେ, କୋଭିସିଲ୍ଡ ଟିକାର ବିରଳ ପାର୍ଶ୍ୱପ୍ରତିକ୍ରିୟା ରହିଛି ।

ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଓ ବ୍ଲଡ ପ୍ଲେଟଲେଟ କାଉଣ୍ଟ କମିଯାଇପାରେ ବୋଲି ଇଂଲଣ୍ଡ କୋର୍ଟଙ୍କୁ ଟିକା ପ୍ରସ୍ତୁତକାରୀ କମ୍ପାନି ଆଷ୍ଟ୍ରାଜେନେକା ଜଣାଇ ସାରିଛି । କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତଭାବେ ଏହି ଟିକା ପ୍ରସ୍ତୁତ କରାଯାଇଥିଲା। ଭାରତରେ ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ସହ ମିଶି ଏହି କମ୍ପାନି ଟିକା ଉତ୍ପାଦନ କରିଥିଲା। ଭାରତରେ ମଧ୍ୟ କୋଟି କୋଟି ଲୋକ ଏହି ଟିକା ନେଇଛନ୍ତି ।  ଏଥିପାଇଁ କମ୍ପାନୀ ପକ୍ଷରୁ ମାର୍ଚ୍ଚ ୫ ତାରିଖରେ ଆବେଦନ ହୋଇଥିବା ବେଳେ ଦୁଇ ମାସ ପରେ ଅର୍ଥାତ ଏପ୍ରିଲ ୭ ତାରିଖରେ ଏହା ସାମନାକୁ ଆସିଛି। ଆଷ୍ଟ୍ରାଜେନେକା ସ୍ୱଇଚ୍ଛାରେ ୟୁରୋପୀୟ ସଂଘରୁ ନିଜ ବ୍ୟବସାୟକୁ ପ୍ରତ୍ୟାହାର କରିଛି। କେବଳ ୟୁରୋପୀୟ ଦେଶ ନୁହେଁ ବିଶ୍ୱର ଅନ୍ୟ ବହୁ ଦେଶରୁ ବି କମ୍ପାନୀ ନିଜ ଉତ୍ପାଦକୁ ଫେରାଇ ନେବା ପ୍ରକ୍ରିୟା ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.