ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାହୁଲଙ୍କୁ ମୋଦୀଙ୍କ ପ୍ରଶ୍ନ, ‘ଅମ୍ବାନୀ-ଆଦାନୀଙ୍କଠାରୁ କେତେ ଟଙ୍କା ପାଇଛ ?’

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି ଯେ, ନିର୍ବାଚନ ତାରିଖ ଘୋଷଣା ହେବା ଦିନ ଠାରୁ କଂଗ୍ରେସର ଶେହଜାଦା ରାହୁଲ ଗାନ୍ଧୀ ଆଦାନୀ ଓ ଅମ୍ବାନୀଙ୍କ ପ୍ରସଙ୍ଗ ଉଠାଇବା ବନ୍ଦ କରିଦେଇଛନ୍ତି । ଏମାନଙ୍କୁ ଠାରୁ ସେ କେତେ ଟଙ୍କା ନେଇଛନ୍ତି। କେତେ ଟଙ୍କା ଭିତରେ ଡିଲ୍‌ ହୋଇଛି ବୋଲି ରାହୁଲ ଗାନ୍ଧୀଙ୍କୁ ତେଲଙ୍ଗାନାର କରିମନଗରର ଏକ ନିର୍ବାଚନ ରାଲିକୁ ସମ୍ବୋଧନ ବେଳେ ପଚାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ମୋଦୀ କଂଗ୍ରେସ ଏବଂ ବିଆରଏସ ଉପରେ ବର୍ଷିଛନ୍ତି । ମୋଦୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି, ନିର୍ବାଚନ ଘୋଷଣା ହେବା ଦିନଠାରୁ ରାହୁଲ, ଅମ୍ବାନୀ ଏବଂ ଅଦାନୀଙ୍କୁ ଗାଳି ଦେବା ବନ୍ଦ କରି ଦେଇଛନ୍ତି। କେତେ ଟଙ୍କା ଭିତରେ ଏମାନଙ୍କର ଡିଲ୍‌ ହୋଇଛି ? ଅଦାନୀ ଓ ଅମ୍ବାନୀଙ୍କ ଠାରୁ କେତେ ଟଙ୍କା ନେଇଛନ୍ତି ରାହୁଲ ? ତାହା ସର୍ବସମ୍ମୁଖରେ ଘୋଷଣା କରାଯାଉ ।




ମୋଦୀ ଆହୁରି କହିଛନ୍ତି ଯେ, ‘ ଆପଣମାନେ ଦେଖିଥିବେ ସେ ଲଗାତାର କହିଆସିଛନ୍ତି ୫ ବ୍ୟବସାୟୀ…୫ ବ୍ୟବସାୟୀ । ରାଫେଲ ପ୍ରସଙ୍ଗ ଉଠାଇ ବିଫଳ ହେବା ପରେ ସେ ନୂଆ ମନ୍ତ୍ର ଜପିବା ଆରମ୍ଭ କରିଥିଲେ । ଆଜି ତେଲେଙ୍ଗାନା ମାଟିରୁ ପଚାରିବାକୁ ଚାହେଁ, ଗଂଗ୍ରେସର ଶେହଜାଦା (ରାଜକୁମାର) କେତେ ବ୍ୟାଗ କଳାଧନ ପାଇଛନ୍ତି ? ଟେମ୍ପୋରେ ଭର୍ତ୍ତି ଟଙ୍କା କଂଗ୍ରେସ ପାଖରେ ପହଞ୍ଚିଯାଇଛି କି ? କେତେ ଟଙ୍କାର ଡିଲ ଫାଇନାଲ ହେଲା ଯେ, ତୁମେ ରାତାରାତି ଅମ୍ବାନୀ ଏବଂ ଆଦାନୀଙ୍କୁ ଟାର୍ଗେଟ କରିବା ବନ୍ଦ କରିଦେଇଛ ?’ ତେବେ ମୋଦୀ ସିଧାସଳଖ ରାହୁଲ ଗାନ୍ଧୀଙ୍କ ନାଁ ନନେଇ କଂଗ୍ରେସର ଶେହଜାଦା ବୋଲି କହିଛନ୍ତି ।

ଅନ୍ୟପଟେ ଜନସଭାକୁ ସମ୍ବୋଧିତ କରି ମୋଦୀ ବିଆର୍‌ଏସ୍‌ ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି, 'ଦୁର୍ନୀତି ଏଭଳି ଏକ ଫେଭିକଲ୍‌ ଯାହା କଂଗ୍ରେସ ଓ ବିଆର୍‌ଏସ୍‌ର କମନ୍‌ କ୍ୟାରେକ୍ଟର । ଏମାନେ ଗୋଟିଏ ହିଁ ମୁଦ୍ରାର ଦୁଇଟି ପାର୍ଶ୍ୱ। ବିଜେପି 'ରାଷ୍ଟ୍ର-ପ୍ରଥମ' ନୀତିରେ କାର୍ଯ୍ୟ କରୁଛି। କିନ୍ତୁ କଂଗ୍ରେସ ଏବଂ ବିଆରଏସ ତେଲେଙ୍ଗାନାରେ 'ପରିବାର-ପ୍ରଥମ' ନୀତି ଅନୁସରଣ କରୁଛନ୍ତି।'

 

  • Narendra Modi
  • Rahul Gandhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.