ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

'ମିଷ୍ଟର ଆଣ୍ଡ ମିସେସ ମାହି'ରୁ ଜାହ୍ନବୀ ଓ ରାଜକୁମାରଙ୍କ ପ୍ରଥମ ଲୁକ୍ ଆଉଟ, ଏହି ଦିନ ହେବ ରିଲିଜ୍

ମୁମ୍ବାଇ, ୮।୫: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ରାଜକୁମାର ରାଓ ଖୁବଶୀଘ୍ର ଏକାଠି ପରଦାକୁ ଫେରିବାକୁ ଯାଉଛନ୍ତି । ଏହି ଦୁଇ ଷ୍ଟାର 'ମିଷ୍ଟର ଆଣ୍ଡ ମିସେସ ମାହି' ଫିଲ୍ମ ସହ ସିଲଭର ସ୍କ୍ରିନରେ ନିଜର ଜଲୱା ଦେଖାଇବେ । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମରୁ ଉଭୟଙ୍କ ପ୍ରଥମ ଲୁକ ପୋଷ୍ଟର ସାମ୍ନାକୁ ଆସିଛି । ଏହା ଏକ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ଅଟେ । ଫିଲ୍ମରେ ଟିମ୍ ଇଣ୍ଡିଆର ପୂର୍ବତନ ବିଶ୍ୱକପ୍ ବିଜେତା ଅଧିନାୟକ ତଥା କିମ୍ବଦନ୍ତୀ ମହେନ୍ଦ୍ର ସିଂ ଧୋନିଙ୍କ କାହାଣୀ ଉପରେ ଆଧାରିତ । 

କରଣ ଜୋହର ଓ ଅଭିନେତ୍ରୀ ଜାହ୍ନବୀ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟରରେ ଜାହ୍ନବୀ କପୁର ଏବଂ ରାଜକୁମାର ରାଓ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧିଥିବାର ନଜର ଆସିଛନ୍ତି । ପୋଷ୍ଟରରେ ଉଭୟଙ୍କ ଚେହେରା ଦେଖିବାକୁ ମିଳିଛି । ଏହା ସେୟାର କରି ଜାହ୍ନବୀ କ୍ୟାପସନରେ ଲେଖିଛନ୍ତି ,'ଜାଣନ୍ତୁ ମିଷ୍ଟର ଓ ମିସେସ ମାହିଙ୍କୁ । ଯାହାଙ୍କ ଜୀବନ କ୍ରିକେଟ ଓ କ୍ରିକେଟ ଜୀବନ ଅଟେ । କ୍ରିକେଟକୁ ଛାଡି ମାହି କେବଳ ତାଙ୍କ ପତ୍ନୀଙ୍କୁ ଭଲ ପାଆନ୍ତି ।'

ନିର୍ଦ୍ଦେଶକ ଶରଣ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ମିଷ୍ଟର ଆଣ୍ଡ ମିସେସ ମାହି' କୁ ଜି ଷ୍ଟୁଡିଓ ଏବଂ ଧର୍ମ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ । ଫିଲ୍ମକୁ ନିଖିଲ ମେହେରୋତ୍ରା ଏବଂ ଶରଣ ଶର୍ମା ଲେଖିଛନ୍ତି । ଏହି ଚଳଚ୍ଚିତ୍ରଟି ମେ ୩୧, ୨୦୨୪ରେ ପ୍ରେକ୍ଷାଳୟକୁ ଆସିବ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.