ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ନାକଟିଦେଉଳରେ ଅଭାବନୀୟ ଘଟଣା: ଆର୍‌ସିସିଏଫ୍‌ ଡିଏଫ୍‌ଓ, ରେଞ୍ଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

Published By : Prameya | November 19, 2024 10:27 AM

ନାକଟିଦେଉଳ,୧୯/୧୧: ପୁଣି ଶିକାରୀଙ୍କ ବିଦ୍ୟୁତ୍‌ ଫାଶରେ  ପଡ଼ିଛନ୍ତି ହାତୀ । ଗୋଟିଏ କି ଦୁଇଟି  ନୁହେଁ, ଥରକରେ ଯାଇଛି ୩ ହାତୀଙ୍କ ଜୀବନ । ତନ୍ମଧ୍ୟରେ ଦୁଇଟି  ମାଈ ହାତୀ ଓ ଗୋଟିଏ ଛୁଆ ।  ସମ୍ବଲପୁର ଜିଲ୍ଲା ନାକଟିଦେଉଳ  ବନାଞ୍ଚଳରେ ଘଟିଥିବା ଏହି ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି  କରିଛି । ଏହି ଘଟଣାରେ ସମ୍ପୃକ୍ତ  ୪ ଶିକାରୀଙ୍କୁ ଗିରଫ କରାଯାଇଛି । 

ବିଭାଗୀୟ କର୍ମଚାରୀଙ୍କ ଅବହେଳାରୁ ଏଭଳି ଅଘଟଣ  ଘଟିଥିବା ପିସିସିଏଫ୍‌ ସୁଶାନ୍ତ  ନନ୍ଦ ସ୍ପଷ୍ଟ କରିବା ସହ ଗଭୀର  ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ।  ବିଦ୍ୟୁତ ବିଭାଗ ସହ ବନ ବିଭାଗ  ପାଟ୍ରୋଲିଂ ଠିକ୍‌ ଭାବେ କରିନି ।  ପାଟ୍ରୋଲିଂ କରି ବିଛାଯାଇଥିବା ବିଦ୍ୟୁତ୍‌ ତାରକୁ ହଟାଇବାର ଥିଲା । ସିସିଏଫ୍‌ ଓ ଆର୍‌ସିସିଏଫ୍‌ଙ୍କୁ  ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ  ଦିଆଯାଇଛି । ବନ୍ୟପ୍ରାଣୀ  ମୁଖ୍ୟାଳୟର ଜଣେ ସିସିଏଫ୍‌ଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ବନ ବିଭାଗ ଏନେଇ ତ୍ୱରିତ  କାର୍ଯ୍ୟାନୁଷ୍ଠାନ ନେଇଛି । ୨ ଜଣ ଫରେଷ୍ଟରଙ୍କ ସମେତ ୩ଜଣ କ୍ଷେତ୍ର କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।  ସେହିପରି ରେଢ଼ାଖୋଲ ଡିଏଫ୍‌ଓ  ଏବଂ ନାକଟିଦେଉଳ ରେଞ୍ଜରଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ  ସୁପାରିସ କରାଯାଇଛି । 

ସମସ୍ତ ବନାଞ୍ଚଳରେ ହାତୀ  ସୁରକ୍ଷାକୁ ସୁନିଶ୍ଚିତ କରିବା ଓ ହାତୀମୃତ୍ୟୁ ଏଡ଼ାଇବା ଲାଗି ଆବଶ୍ୟକ ପଦକ୍ଷେପ  ନେବାକୁ ସେ ସମସ୍ତ ଆର୍‌ସିସିଏଫ୍‌ଙ୍କୁ ଚିଠି ଲେଖିଛନ୍ତି । ସର୍କିଟ୍‌  ବ୍ରେକର ସହ ଅଟୋ-ରିକ୍ଲୋଜ ସୁବିଧାକୁ ବାଧ୍ୟତାମୂଳକ  କରିବାକୁ ପରାମର୍ଶ ଦେଇଛନ୍ତି । ଜଙ୍ଗଲରେ ୧୧ କେଭି ତାର  ଲାଇନ୍‌ ଯାଇଥିଲେ, ଭୂମିଠୁ ଅତିକମ୍‌ରେ ୫.୫ ମିଟର ଦୂରତା  ବଜାୟ ରଖିବାକୁ କୁହାଯାଇଛି ।   

ନାକଟିଦେଉଳ ରେଞ୍ଜ ଘୋଷରାମାଳ ସେକ୍ସନର ଶିବ ମନ୍ଦିର  ନିକଟ ବୁରାମାଳ ଗାଁ ରାସ୍ତାଠାରୁ ଅଳ୍ପ ଦୂରରେ ୩ଟି ହାତୀ ମରି  ପଡ଼ିଥିବା ସୋମବାର ଭୋର୍‌ରୁ ଜଣାପଡ଼ିଥିଲା । ମୃତ ଦୁଇ ମାଈ  ହାତୀଙ୍କ ଆନୁମାନିକ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ।  ସେହିପରି ଛୁଆଟି ପ୍ରାୟ ୨ ବର୍ଷର ବୋଲି ଅନୁମାନ କରାଯାଉଛି ।  ସମସ୍ତଙ୍କ ଗୋଡ଼ରେ ବିଦ୍ୟୁତ୍‌ ତାର ଗୁଡ଼େଇ ହୋଇ ରହିଥିଲା ।  ବାର୍‌ହା ଶିକାର ପାଇଁ ୧୧ କେଭିରୁ ବିଛା ଯାଇଥିବା ବିଦ୍ୟୁତ୍‌  ତାରରେ ଛନ୍ଦି ହୋଇ ଏମାନଙ୍କ ମୃତ୍ୟୁ ଘଟିଥିବା ରେଢ଼ାଖୋଲ  ଡିଏଫ୍‌ଓ ଅରବିନ୍ଦ ମହାନ୍ତି ସ୍ପଷ୍ଟ କରିଛନ୍ତି । ହାତୀମୃତ୍ୟୁ ସମ୍ପର୍କରେ  ସୂଚନା ପାଇ ବନ ବିଭାଗ ଅଧିକାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।  ମୃତଦେହ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି ।   

ଅନ୍ୟପଟେ ଘଟଣାକୁ ବନ ବିଭାଗ ଗମ୍ଭୀରତାର ସହ  ନେଇଥିବା କହିଛନ୍ତି ଆରସିସିଏଫ୍‌ ଟି.ଅଶୋକ କୁମାର । ଶ୍ରୀ  କୁମାର କହିଛନ୍ତି, ଏକ ପଲରେ ୧୧ ହାତୀ ରେଢ଼ାଖୋଲ ରେଞ୍ଜରୁ  ନାକଟିଦେଉଳ ରେଞ୍ଜକୁ ଆସୁଥିବା ସମୟରେ ଏହି ଅଘଟଣ  ଘଟିଛି । ହାତୀମୃତ୍ୟୁ ପଛରେ ଗ୍ରାମବାସୀଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ  ଜଣାପଡ଼ିଛି । ଆଖପାଖ ଗାଁରୁ ୪ ଜଣଙ୍କୁ ଗିରଫ କରାଯାଇଛି ।  ସେମାନଙ୍କୁ ଭୁବନେଶ୍ୱରରୁ ଆସିଥିବା ଟିମ୍‌ ଜେରା କରିଛନ୍ତି ।  ବିଦ୍ୟୁତ୍‌ ବିଭାଗ ତ୍ରୁଟିକୁ ମଧ୍ୟ ଦେଖାଯାଉଛି । ସେମାନଙ୍କର ଯଦି  କୌଣସି ତ୍ରୁଟି ଥିବ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନାଯୋଗ୍ୟ, ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ  ରେଞ୍ଜ ପାଲଟିଛି ହାତୀଙ୍କ ମୃତ୍ୟୁ ଯନ୍ତା । ଗତ ଅଗଷ୍ଟ ୧୭ରେ  ଏହି ଘୋଷରାମାଳ ସେକ୍ସନର ଚହଟାପଦାରେ ବିଦ୍ୟୁତ୍‌ ତାର  ସଂସ୍ପର୍ଶରେ ଆସି ଏକ ଦନ୍ତାର ମୃତ୍ୟୁ ଘଟିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.