ବାରଙ୍ଗ,୨୯/୧୧: ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ୠତୁ । ନନ୍ଦନକାନନର ଉଦ୍ଭିଦ ଉଦ୍ୟାନରେ ବଣଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଦୁଃଖ ଖବର । ସେମାନେ  ଆଉ ଆଗଭଳି ସୁନ୍ଦର ସବୁଜିମା ମଧ୍ୟରେ ବଣ  ଭୋଜି କରିବାର ସୁଯୋଗ ପାଇ ପାରିବେ ନାହିଁ ।  କାରଣ ବନବିଭାଗ ନନ୍ଦନକାନନର ଉଦ୍ଭିଦ  ଉଦ୍ୟାନ(ବଟାନିକାଲ ଗାଡ଼େନ)ରେ ବଣଭୋଜିକୁ  ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ ରଖିବାକୁ ନିଷ୍ପତି  ନେଇଛନ୍ତି । ବଣଭୋଜି ସମୟରେ ପର୍ଯ୍ୟଟକଙ୍କ  ପ୍ଲାଷ୍ଟିର ବହୁଳ ବ୍ୟବହାର ଓ ଶବ୍ଦ ପ୍ରଦୃଷଣ ଏହାର  ମୁଖ୍ୟ କାରଣ ବୋଲି କୁହାଯାଉଛି । ପ୍ରତ୍ୟେକ  ବର୍ଷ ବଟାନିକାଲ ଗାଡ଼େନକୁ ହଜାର ହଜାର  ପର୍ଯ୍ୟଟକ ବଣ ଭୋଜି କରିବାକୁ ଆସିଥାନ୍ତି । ମାତ୍ର  ଅଧିକ ଶବଦରେ ସାଉଣ୍ଡ ବକ୍ସ ବଜାଇବା ଦ୍ୱାରା  ଜୀବଜନ୍ତୁଙ୍କ ଉପରେ ଖରାପ ପ୍ରଭାବ ପକାଉଛି ।  ବଟାନିକାଲ ଗାଡ଼େନ ନିକଟରେ ରହିଛି ଦେଶର  ବୃହତ ପ୍ରାଣୀ ଉଦ୍ୟାନ । ଏଠାରେ ରହିଛନ୍ତି ଦେଶ  ବିଦେଶର ୧୬୯ ପ୍ରଜାତୀର ୪୨୮୫ ଜୀବଜନ୍ତୁ ।  ସେଥିମଧ୍ୟରୁ ୧୦୯ଟି ଭାରତୀୟ ଓ ୬୦ଟି ବିଦେଣୀ  ପ୍ରଜାତୀର ଜୀବଜନ୍ତୁ ।