ନୂଆଦିଲ୍ଲୀ: ପୁଣି ଥରେ ସପ୍ତାହରେ ୭୦ ଘଣ୍ଟା କାମ କରିବା ବିଷୟରେ ଆଲୋଚନା କରିଛନ୍ତି ଇନଫୋସିସ୍ ର ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି । ପୁନର୍ବାର ତାଙ୍କ ବିବୃତ୍ତିକୁ ଦୋହରାଇ ସେ କହିଛନ୍ତି ଯେ, ଯୁବକ ମାନେ ୭୦ ଘଣ୍ଟା କାମ କରିବା ଆବଶ୍ୟକ। ସେ କହିଛନ୍ତି ଯେ ଯୁବକମାନଙ୍କୁ ବୁଝିବାକୁ ପଡିବ ଯେ, ଆମକୁ କଠିନ ପରିଶ୍ରମ କରିବାକୁ ପଡିବ, ଆଉ ଦେଶକୁ ଏକ ନମ୍ବର କରିବା ଦିଗରେ ନେବାକୁ ପଡିବ ।
ବାସ୍ତବରେ, ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀ କହିଛନ୍ତି ଯେ, ସପ୍ତାହରେ ୭୦ ଘଣ୍ଟା କାମ କରିବାର ବିଷୟକୁ ପୁଣି ଥରେ ଦୋହରାଇଛନ୍ତି ଏବଂ କହିଛନ୍ତି ଯେ ଦେଶର ଯୁବକ ମାନେ ବୁଝିବାକୁ ପଡିବ ଯେ ଆମକୁ କଠିନ ପରିଶ୍ରମ କରିବାକୁ ପଡିବ ଏବଂ ଦେଶକୁ ଏକ ନମ୍ବର କରିବା ଦିଗରେ କାର୍ଯ୍ୟ କରିବାକୁ ପଡିବ। ସେ କହିଛନ୍ତି ଯେ ଆମକୁ କାର୍ଯ୍ୟ କରିବାକୁ ପଡିବ, ଆମର ଆକାଂକ୍ଷାକୁ ଉଚ୍ଚରେ ରଖିବାକୁ ହେବ । କାରଣ ଦେଶରେ ୮୦ କୋଟି ଲୋକ ମାଗଣା ରାସନ ପାଆନ୍ତି, ଅର୍ଥାତ୍ ଦେଶରେ ୮୦ କୋଟି ଲୋକ ଗରିବ ଅଟନ୍ତି। ଏପରି ପରିସ୍ଥିତିରେ, ଯଦି ଆମେ କଠିନ ପରିଶ୍ରମ କରିବା ନାହିଁ ତେବେ କିଏ କରିବ ?
ସୂଚନାଥାଉକି, ଦେଶର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ୨୦୨୩ ମସିହାରେ ୭୦ ଘଣ୍ଟା କାମ କରିବାର କଳ୍ପନାକୁ ପ୍ରଥମେ ମୂର୍ତ୍ତୀ ପରାମର୍ଶ ଦେଇଥିଲେ। ଯଦିଓ ତାଙ୍କୁ ଅନେକ ଲୋକ ଏବଂ କିଛି ଡାକ୍ତର ସମାଲୋଚନା କରିଥିଲେ । ହେଲେ ଓଲା ସିଇଓ ଭବେଶ ଅଗ୍ରୱାଲଙ୍କ ସମେତ ଅନେକ ଲୋକ ମଧ୍ୟ ଏହାକୁ ପ୍ରଶଂସା କରିଥିଲେ ।
ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ଶତବାର୍ଷିକୀ ଉତ୍ସବରେ ଆରପିଏସଜି ଗ୍ରୁପ୍ ଚେୟାରମ୍ୟାନ୍ ସଞ୍ଜୀବ ଗୋଏଙ୍କାଙ୍କ ସହ ବାର୍ତ୍ତାଳାପରେ ନାରାୟଣ ମୁର୍ତ୍ତୀ କହିଛନ୍ତି ଯେ ଇନଫୋସିସରେ ମୁଁ କହିଥିଲି ଯେ ଆମେ ଶ୍ରେଷ୍ଠ ହେବୁ ଏବଂ ନିଜକୁ ସର୍ବଶ୍ରେଷ୍ଠ ବିଶ୍ୱ କମ୍ପାନୀ ସହିତ ତୁଳନା କରିବୁ। ବିଶ୍ବସ୍ତରୀୟ କମ୍ପାନୀ ଗୁଡିକ ମଧ୍ୟରେ ଆମେ ସର୍ବୋତ୍ତମ, ତେବେ ମୁଁ ଆପଣଙ୍କୁ କହିପାରେ ଯେ ଆମ ଭାରତୀୟ ମାନଙ୍କର ବହୁତ କିଛି କରିବାର ଅଛି ।
ତେବେ ଯୁବ ଭାରତୀୟ ମାନେ କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଚାପକୁ ନେଇ ଚିନ୍ତିତ ରହିଥିବା ବେଳେ ନାରାୟଣ ମୂର୍ତ୍ତୀଙ୍କ ଏହି ମନ୍ତବ୍ୟ ଆସିଛି । ଯାହାଦ୍ୱାରା ଅନେକ ଲୋକ ପ୍ରାଣ ହରାଇଛନ୍ତି। ଦୀର୍ଘ ଘଣ୍ଟା କାମ କରିବାର ଗମ୍ଭୀର ପରିଣାମ ବିଷୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ ଚେତାବନୀ ଦେଇଛନ୍ତି , ଯାହା କେବଳ କର୍ମଚାରୀଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ, ବରଂ ସେମାନଙ୍କର ବ୍ୟକ୍ତିଗତ ତଥା ସାମାଜିକ ସମ୍ପର୍କ ଉପରେ ମଧ୍ୟ ଗୁରୁତର ପ୍ରଭାବ ପକାଇପାରେ।