ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଆଷ୍ଟ୍ରୋନାଣ୍ଟ ସୁନୀତା ୱିଲିୟମ୍ସ ଓ ତାଙ୍କର ମହାକାଶ ସାଥି ୱିଲମୋର ବୁଚ୍‌ ଗତ ବର୍ଷ ଜୁନ୍‌ରୁ ମହାକାଶରେ ଅଛନ୍ତି। ଉଭୟଙ୍କର ଫେରିବା ନେଇ ବାରମ୍ୱାର ଦିନ ଘୁଞ୍ଚି ଘୁଞ୍ଚି ଚାଲିଛି। ମାର୍ଚ୍ଚର ଶେଷ ବା ଅପ୍ରେଲ ପହିଲାରେ ଦୁହେଁ ଫେରିବାର ସମ୍ଭାବନା କରାଯାଉଛି, କିନ୍ତୁ ଏହା ପୂର୍ବରୁ ହିଁ ସୁନୀତା ଓ ୱିଲମୋର ପୃଥିବୀକୁ ଆସି ପାରନ୍ତି। ଉଭୟ ମହାକାଶ ଯାତ୍ରୀଙ୍କ ଫେରିବା ପାଇଁ ନାସା ଏବେ ୧୯ ମାର୍ଚ୍ଚର ତାରିଖ ଉପରେ ବିଚାର କରୁଛନ୍ତି। ଡେଲି ମେଲ୍‌ ନାସାର ସୂତ୍ରାନୁସାରେ କହିଛି କି,ସ୍ପେସ୍‌ ଏଜେନ୍ସି ସୁନୀତା ଓ ୱିଲମୋରଙ୍କୁ ୧୯ ମାର୍ଚ୍ଚ ପାଖାପାଖି ପୃଥିବୀକୁ ଫେରିବେ। ଏହା ପୂର୍ବରୁ ଘୋଷିତ ସମୟ ସୀମାର ପାଖାପାଖି ଦୁଇ ସପ୍ତାହ ପୂର୍ବର। ଉଭୟଙ୍କ ଶୁଭେଚ୍ଛୁ ପାଇଁ ଏହା କୌଣସି ଖୁସି ଖବର ଠାରୁ କମ୍‌ ନୁହେଁ। 

ସୁନୀତା ୱିଲିୟମ୍ସ ଓ ୱିଲମୋରଙ୍କର ଫେରିବା ପାଇଁ ହେଉ ଥିବା ଏହି ପରିବର୍ତ୍ତନ ସ୍ପେସ୍‌ଏକ୍ସର କ୍ରୁ-୧୦ ମିଶନର ମହାକାଶ ଯାନ ଆସାଇନମେଣ୍ଟରେ ପରିବର୍ତ୍ତନ ସହ ଯୋଡ଼ି ହୋଇ ରହିଛି। ସୁନୀତା ଜୁନର ପ୍ରଥମ ସପ୍ତାହରେ କେବଳ ସପ୍ତାହେ ପାଇଁ ମହାକାଶକୁ ଯାଇଥିଲେ। କିନ୍ତୁ ତାଙ୍କର ମହାକାଶ ଯାନରେ ଟେକ୍ନିକାଲର ସମସ୍ୟା ଦେଖା ଦେଇ ଥିଲା। ଯେଉଁଥିରେ ଦୁହିଁଙ୍କର ଫେରିବା ଲଗାତାର ଟଳିବାରେ ଲାଗିଛି। ପରେ ଏଲନ ମସ୍କଙ୍କ ସ୍ପେସ୍‌ଏକ୍ସରୁ ଦୁହିଁଙ୍କର ଫେରିବା ଘୋଷଣା ହୋଇଛି। 

ୱିଲମୋର ଓ ୱିଲିୟମ୍ସ ସ୍ପେସଏକ୍ସ କ୍ରୁ-୯ର କ୍ୟାପସୁଲରେ ଫେରିବେ। ଏହା ୨୯ ଡିସେମ୍ୱରରୁ ସ୍ପେସ୍‌ ଷ୍ଟେସନରେ ରହିଛି। କିନ୍ତୁ ନାସା ସ୍ଥିର କରିଛି କି, ଯେବେସୁଦ୍ଧା କ୍ରୁ-୧୦ ସ୍ପେସ୍‌ ଷ୍ଟେସନରେ ପହଞ୍ଚି ନାହିଁ , ସେପର୍ଯ୍ୟନ୍ତ କ୍ରୁ-୯ର ସେଠାରୁ ପୃଥିବୀକୁ ପ୍ରସ୍ଥାନ ହୋଇ ପାରିବ ନାହିଁ। ନିକଟରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଲନ ମସ୍କଙ୍କୁ କହିଥିଲେ କି, ସେ ସୁନୀତା ଓ ୱିଲମୋରଙ୍କୁ ଖୁବ୍‌ ଶୀଘ୍ର ମହାକାଶରୁ ଫେରେଇ ଆଣିବେ। ଏହାସହ ଟ୍ରମ୍ପ ବାଇଡେନଙ୍କ ଉପରେ ଉଭ ମହାକାଶ ଯାତ୍ରୀଙ୍କୁ ମହାକାଶରେ ଫସାଇବାର ଅଭିଯୋଗ ଲଗେଇ ଥିଲେ।

ନାସାର ସୂତ୍ର ‘ଆର୍ସ ଟେକ୍ନିକା’କୁ କହିଛନ୍ତି କି, ଏହି ଆକସ୍ମିକ ଯୋଜନା ଟ୍ରମ୍ପଙ୍କ ପଦଭାର ଗ୍ରହଣ କରିବା ପୂର୍ବରୁ ହିଁ ଆରମ୍ଭ ହୋଇ ଯାଇ ଥିଲା। ନିକଟରେ ଏହାକୁ ସବୁଜ ପତାକା ସଙ୍କେତ ଦିଆଯାଇଛି। ଗୁରୁବାର ଘୋଷଣାକୁ ରାଷ୍ଟ୍ରପତିଙ୍କ ରାଜନୀତିକ ବିଜୟ ଭାବେ ଦେଖାଯାଇ ପାରେ। ମସ୍କ ୨୮ ଜାନୁଆରୀରେ ଏକ୍ସରେ ପୋଷ୍ଟ କରିଥିଲେ କି, ଟ୍ରମ୍ପ ସ୍ପେସ୍‌ଏକ୍ସକୁ କହିଥନ୍କି କି ସେ ଖୁବ୍‌ ଶୀଘ୍ର ମହାକାଶରେ ଫସି ରହିଥିବା ମହାକାଶଯାତ୍ରୀଙ୍କୁ ଫେରେଇ ଆଣନ୍ତୁ। ଏଲନ ମସ୍କ କହିଛନ୍ତି କି, ତାଙ୍କର କମ୍ପାନ ଏମିତି କରିବ , ସେ କହିଛନ୍ତି କି ଏହା ଭୟାନକ ଯେ ବାଇଡେନ୍‌ ପ୍ରଶାସନ ତାଙ୍କୁ ଏତେ ଦୀର୍ଘ ସମୟ ଯାଏ ଛାଡି ଦେଇଛି।