ମୁମ୍ବାଇ,୧୩/୧ : WPL ୨୦୨୬ରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଜାୟଣ୍ଟ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚରେ MIର ସବୁଠାରୁ ଭରସା ବ୍ୟାଟର ନେଟ ସାଇବର ବ୍ରଣ୍ଟ ଖେଳୁନାହାନ୍ତି । ଏହା ପ୍ରଥମ ଥର ଅଟେ କି ଯେତେବେଳେ ନେଟ ସାଇବର ବ୍ରଣ୍ଟ ଓ୍ବିମେନ୍ସ ପ୍ରିମିୟର ଲିଗର କୌଣସି ମ୍ୟାଚ୍ ମିସ୍ କରୁଛନ୍ତି । ଏହାସହ ତାଙ୍କୁ ଏକ ଐତିହାସିକ ରେକର୍ଡ଼ କରିବାରୁ ବାହାର ହେବାକୁ ପଡ଼ିଛି ।

ଟସ୍ ସମୟରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହରମନପ୍ରୀତ କୌର କହିଛନ୍ତି କି ଶାରିରୀକ ଅସୁସ୍ଥତା କାରଣରୁ ନେଟ ସାଇବର ବ୍ରଣ୍ଟ ଏହି ମ୍ୟାଚରେ ଖେଳିପାରିବେ ନାହିଁ । ସେ ଏବେ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ଲାଗି ବାରମ୍ବାର ୩୧ମ୍ୟାଚ୍ ଖେଳି ସାରିଥିଲେ ଏବଂ ଏହି ଟିମ୍ ଲାଗି ମିସ୍ କରିନଥିଲେ । କିନ୍ତୁ ଶାରୀରିକ ଅସୁସ୍ଥତା କାରଣରୁ ତାଙ୍କୁ ପ୍ରଥମ ଥର WPLରେ ମୁମ୍ବାଇ ଇଣ୍ଡିଆନ୍ସର ଚୁଡ଼ାନ୍ତ ଏକାଦଶରୁ ବାହାରିବାକୁ ପଡ଼ିଛି ।

ନେଟ ସାଇବର ବ୍ରଣ୍ଟ ଏବେ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ଭରସାପୂର୍ଣ୍ଣ ଖେଳାଳୀ ହୋଇଛନ୍ତି । ସେ ଲିଗର ଇତିହାସରେ ଏବେ ପର୍ଯ୍ୟନ୍ତ ୧ ହଜାରରୁ ଅଧିକ ରନ୍ କରିଥିବା ପ୍ରଥମ ବ୍ୟାଟର ଅଟନ୍ତି । ତାଙ୍କ ନାଁରେ ୩୧ମ୍ୟାଚରେ ୧,୧୦୧ରନ୍ ଅଛି । ଏହା ବ୍ୟତୀତ ସେ MI ଲାଗି ଖେଳି ୩୫ଓ୍ବିକେଟ ବି ନେଇଛନ୍ତି । ଏହି ଅଲରାଉଣ୍ଡର ପ୍ରଦର୍ଶନ ବଳରେ ସେ ମୁମ୍ବାଇ ଇଣ୍ଡିଆନ୍ସକୁ ୨ଥର ଚାମ୍ପିୟନ୍ସ କରିବାରେ ମହତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି ।