ଡେରାଡୁନ, ୨୦/୦୧: ଜାନୁଆରୀ  ୨୮ ତାରିଖରୁ  ଉତ୍ତରାଖଣ୍ଡରେ ଆରମ୍ଭ  ହେବାକୁ ଯାଉଛି  ୩୮ତମ ଜାତୀୟ  କ୍ରୀଡ଼ା । କ୍ରୀଡ଼ାର ସବୁ ପରିଚାଳନା ନିମନ୍ତେ ଆୟୋଜକ  ୧୨୦୦ କ୍ରୀଡ଼ା ସ୍ୱେଚ୍ଛା ସେବୀଙ୍କୁ ନିୟୋଜିତ କରିବେ । ସ୍ୱେଚ୍ଛାସେବୀଙ୍କୁ କ୍ରୀଡ଼ା  ଏବଂ ସାଧରଣ ବର୍ଗରେ ଏଭଳି ଦୁଇ  ଭାଗରେ ବିଭକ୍ତ କରାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ । ସାଧାରଣ ସ୍ୱେଚ୍ଛାସେବୀ ହେବା  ପାଇଁ ୩୦ ହଜାର ଅନ୍‌ଲାଇନରେ ନାମ  ପଞ୍ଜୀକରଣ କରିଥିଲେ । ସେମାନଙ୍କୁ  ଅନ୍‌ଲାଇନରେ ପ୍ରଶିକ୍ଷଣ ପ୍ରଦାନ  କରାଯାଇଛି । ସେହିପରି ଅନ୍‌ଲାଇନରେ  ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ  ୨୩୦୦ ଜଣଙ୍କୁ ଚୟନ କରାଯିବ । ଯେଉଁମାନେ କ୍ରୀଡ଼ା ସ୍ୱେଚ୍ଛାସେବୀ  ହେବେ ସେମାନଙ୍କୁ ନ୍ୟାସନାଲ ଫେଡେରେସନ୍‌ ସ୍ପୋର୍ଟ୍ସ ଅଫ୍‌  ଇଣ୍ଡିଆ ଚୟନ କରିବ । କ୍ରୀଡ଼ା  କ୍ଷେତ୍ରରେ ସେମାନଙ୍କ ଅଭିଜ୍ଞତା  ଥିବ କିମ୍ବା ସେମାନେ କ୍ରୀଡ଼ାବିତ ହୋଇଥିବେ ।  

ଜାତୀୟ କ୍ରୀଡ଼ାର  ଅତିରିକ୍ତ ସିଇଓ ପ୍ରଶାନ୍ତ ଆର୍ଯ୍ୟ  କହିଛନ୍ତି, ‘କ୍ରୀଡ଼ା ସ୍ୱେଚ୍ଛାସେବୀଙ୍କୁ  ଦୈନିକ ୧ ହଜାର ଏବଂ ସାଧାରଣ  ସ୍ୱେଚ୍ଛାସେବୀଙ୍କୁ ୫୦୦ ଟଙ୍କା ପ୍ରଦାନ  କରାଯିବ ।’ ‘ଉତ୍ତରାଖଣ୍ଡ ୩୮ତମ  କ୍ରୀଡ଼ା ଆୟୋଜନ ନେଇ ପୂରା ପ୍ରସ୍ତୁତ  ରହିଛି । ଏହା ରାଜ୍ୟବାସୀଙ୍କ ପାଇଁ  ଗର୍ବର ବିଷୟ । ଆଶା କ୍ରୀଡ଼ାର ସଫଳ  ଆୟୋଜନ ରାଜ୍ୟରେ କ୍ରୀଡ଼ାକୁ ନୂଆ  ଦୀଶା ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ  ପୁଷ୍କର ସିଂ ଧାମି ପ୍ରକାଶ କରିଛନ୍ତି ।