ବ୍ୟାସନଗର,୧୬/୧୧: ବ୍ୟାସନଗର ପ୍ରେସ ଫୋରମ ପକ୍ଷରୁ ଯାଜପୁର ରୋଡ଼ ଏନସି ହାଇସ୍କୁଲ ଖେଳ ପଡ଼ିଆରେ ଜାତୀୟ ସାମ୍ବାଦିକତା ଦିବସ ପାଳନ କରାଯାଇଥିଲା । ଫୋରମର ସଭାପତି ଡ. ଅଭୟ ପତିଙ୍କ ସଭାପତିତ୍ୱରେ ଆୟୋଜିତ ଜାତୀୟ ସାମ୍ବାଦିକ ଦିବସ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନୀଜୀବୀ ଚନ୍ଦ୍ରଶେଖର ପଣ୍ଡା,ବିବେକାନନ୍ଦ ମହାନ୍ତି, ବରିଷ୍ଠ ସାମ୍ବାଦିକ ତଥା ପ୍ରେସ ଫୋରମର ମୁଖ୍ୟ ପରାମର୍ଶଦାତା ଉଦୟନାଥ ଖଣ୍ଡେଇ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡୁ ଅତିଥି ଭାବେ ଯୋଗ ଦେଇଥିଲେ ।ଦେଶ ଓ ରାଜ୍ୟର ବିକାଶରେ ସାମ୍ବାଦିକଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସାମ୍ବାଦିକ ସଂଘ ପକ୍ଷରୁ କେକ୍ କଟାଯାଇ ଏହି ଦିବସକୁ ଉତ୍ସାହର ସହିତ ପାଳନ କରାଯାଇଥିଲା।