ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଜାତୀୟ ଦୁଗ୍ଧ ଦିବସ, ଭାରତକୁ ଦୁଗ୍ଧ ଉତ୍ପାଦନରେ ସ୍ୱାବଲମ୍ବୀ କରିଥିଲା ଶ୍ୱେତ ବିପ୍ଲବ

Published By : Prameya | November 26, 2024 10:56 AM

ନୂଆଦିଲ୍ଲୀ ୨୬/୧୧:  ଶ୍ୱେତ ବିପ୍ଳବର ଜନକ ଡ. ଭର୍ଗିଜ କୁରିଅନଙ୍କ ସମ୍ମାନରେ ପ୍ରତି ବର୍ଷ ଭାରତରେ ପାଳିତ ହୁଏ ଜାତୀୟ ଦୁଗ୍ଧ  ଦିବସ । ଅପରେସନ୍‌ ଫ୍ଲଡ୍‌ରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା  ନିର୍ବାହ କରିଥିଲେ, ଯାହା ଦେଶର ସର୍ବବୃହତ ନିଜସ୍ୱ  ସ୍ଥାୟୀ ଉଦ୍ୟୋଗର ସ୍ଥିତି ଅଭିମୁଖେ ଭାରତର ଦୁଗ୍ଧ  ଉଦ୍ୟୋଗକୁ ବଳ ଦେଇଥିଲା । ଭାରତୀୟ ଦୁଗ୍ଧ ସଂଗଠନ  (ଆଇଡିଏ) ଦ୍ୱାରା ନିଆଯାଇଥିବା ପଦକ୍ଷେପ ଅଧୀନରେ  ୨୦୧୪ ମସିହାରୁ ପ୍ରତି ବର୍ଷ ଦେଶରେ ଏହି ଦିବସ  ପାଳିତ ହେଉଛି ।  

ଭାରତର ଅର୍ଥନୈତିକ  ସର୍ଭେ ୨୦୨୧-୨୦୨୨  ଅନୁସାରେ, ଦୁଗ୍ଧ  ଉତ୍ପାଦନରେ ଭାରତ  ପ୍ରଥମ ସ୍ଥାନ ହାସଲ  କରିଛି । ବିଶ୍ୱ ଦୁଗ୍ଧ  ଉତ୍ପାଦନର ୨୩  ପ୍ରତିଶତ ଯୋଗଦାନ  ମଧ୍ୟ ଭାରତର ରହିଛି । ସେତିକି ନୁହେଁ, ଦୁଗ୍ଧ ହେଉଛି  ଏକକ ସର୍ବବୃହତ କୃଷିଜାତ ଦ୍ରବ୍ୟ, ଯାହାର ଜାତୀୟ  ଅର୍ଥନୀତିକୁ ୫ ପ୍ରତିଶତ ଯୋଗଦାନ ରହିଛି । ସିଧାସଳଖ  ୮ କୋଟିରୁ ଉଦ୍ଧ୍ୱର୍ କୃଷକଙ୍କୁ ଏହା ନିଯୁକ୍ତି ଦେଉଛି ।  ଭାରତରେ ଦୁଗ୍ଧ ଉତ୍ପାଦନ ବର୍ଷକୁ ୬.୨ ପ୍ରତିଶତ ହାରରେ  ବଢ଼ିଛି । ଦୁଗ୍ଧ ଉତ୍ପାଦନରେ ଭାରତକୁ ଆତ୍ମନିର୍ଭରଶୀଳ  କରିଥିବା ଡ. ଭର୍ଗିଜ କୁରିଅନଙ୍କ ପ୍ରୟାସ ଯୋଗୁ ଏ ସମସ୍ତ  ଉପଲବ୍ଧି ସମ୍ଭବ ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.