ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଭାରତକୁ ନାଟୋ ମୁଖ୍ୟଙ୍କ ଚେତାବନୀ, ରୁଷ ସହ କାରବାର ପଡ଼ିବ ମହଙ୍ଗା

Published By : Rasmita Pradhan | July 16, 2025 9:33 AM

image source : News Arena

ନୂଆଦିଲ୍ଲୀ,୧୬/୦୭ : ରୁଷକୁ ଅର୍ଥନୈତିକ ଭାବେ ଦୁର୍ବଳ କରି ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ଚାହଁଛି । ଏହି ଆଧାରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଉପରେ ୧୦୦% ଯାଏ କାର୍ଯ୍ୟାନୁଷ୍ଠାନମୂଳକ ଟାରିଫ୍‌ ଘୋଷଣା କରିଛନ୍ତି । ଅନ୍ୟପଟେ ରୁଷ ସହ କାରବାର କରୁଥିବା ଦେଶ ଗୁଡ଼ିକ ମଧ୍ୟ ଆମେରିକା ଟାର୍ଗେଟରେ । ଏହି ଦେଶଗୁଡ଼ିକ ବିରୋଧରେ ପୁଣି ପଡ଼ିପାରେ ଟାରିଫ୍‌ ବୋମା । ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟେ ଭାରତ ସହ ଚୀନ ଓ ବ୍ରାଜିଲ ଭଳି ଦେଶକୁ ଏ ନେଇ ଚେତାବନୀ ଦେଇଛନ୍ତି । ରୁଷ ସହ କାରବାର ମହଙ୍ଗା ପଡ଼ିବ ବୋଲି ସେ କହିଛନ୍ତି । 

ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ସାରା ବିଶ୍ୱର ଅର୍ଥନୀତି ଏବେ ପ୍ରଭାବିତ । ରୁଷ ଯୁଦ୍ଧରୁ ନିବୃତ୍ତ ହେଉ ବୋଲି ଆମେରିକା ଚେଷ୍ଟା ଜାରି ରଖିଛି । ତେବେ ଏହି ଚେଷ୍ଟାରେ ଏବେ ଯାଏ ସଫଳ ହୋଇନି ୟୁଏସ୍‌ । ଏବେ ରୁଷକୁ ବାଣିଜ୍ୟରେ ସମର୍ଥନ କରୁଥିବା ଦେଶ ଗୁଡ଼ିକୁ ଟାର୍ଗେଟ କରିବା ଯୋଜନାରେ ରହିଛି ଆମେରିକା । ରୁଷ ଉପରେ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ଯୋଗୁ ଭାରତ, ଚୀନ ଏବଂ ବ୍ରାଜିଲ ବଡ଼ ମାତ୍ରାରେ କ୍ଷତିଗ୍ରସ୍ତ ହୋଇପାରନ୍ତି ବୋଲି ରୁଟେଙ୍କୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି ରୟଟର୍ସ । କଂଗ୍ରେସରେ ଆମେରିକା ସିନେଟର ଏବଂ ଟ୍ରମ୍ପଙ୍କ ସହ ଭେଟିବା ପରେ ଏଭଳି ପ୍ରସଙ୍ଗ ଉଠାଇଛନ୍ତି ନାଟୋ ମୁଖ୍ୟ । ୫୦ ଦିନରେ ଯୁଦ୍ଧ ବିରତି ନ ଘୋଷଣା ହେଲେ ରୁଷ ଉପରେ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । ୧୦୦% ଟାରିଫ ଲାଗୁ ହେବ । ଏହା ସହ ୟୁକ୍ରେନକୁ ଯୁଦ୍ଧାସ୍ତ୍ର କିଣା ଲାଗି ନୂଆ ପ୍ୟାକେଜ ଘୋଷଣା କରିଛି ଆମେରିକା । ଏଭଳି ସ୍ଥିତିରେ ସିନେଟର ଲିଣ୍ଡ୍‌ସେ ଗ୍ରାହାମ ଏବଂ ରିଚାର୍ଡ ବ୍ଲୁମେନ୍ଥାଲ ମଧ୍ୟ ଭାରତ ସମେତ ରୁଷ ସମର୍ଥିତ ଦେଶ ଗୁଡ଼ିକୁ ସମାଲୋଚନା କରିଛନ୍ତି । ରୁଷ ସହ କାରବାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏହି ୨ ସିନେଟର ମଧ୍ୟ କହିଛନ୍ତି । 

ଦକ୍ଷିଣ କାରୋଲିନାର ରିପବ୍ଲିକାନ ସିନେଟର ଗ୍ରାହାମ ଏବଂ ଡେମୋକ୍ରାଟିକ ସିନେଟର ବ୍ଲୁମେନ୍ଥାଲ ନିକଟରେ ରୁଷ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଏକ ବିଲ୍‌ ଉପସ୍ଥାପନା କରିଥିଲେ । ଏହି ବିଲ୍‌ ସପକ୍ଷରେ ମଧ୍ୟ ସେମାନେ ସମର୍ଥନ ଯୋଗାଡ଼ କରିଥିଲେ । ରୁଷ କାର୍ଯ୍ୟାନୁଷ୍ଠାନ ବିଲ୍‌କୁ ଆଗକୁ ବଢ଼ାଇବା ଲାଗି ଉଦ୍ୟମ ଜାରି ରହିବ ବୋଲି ଏକ୍ସ ହ୍ୟାଣ୍ଡେଲରେ ରିଚାର୍ଡ ବ୍ଲୁମେନ୍ଥାଲ କହିଛନ୍ତି । ତେଲ ଏବଂ ଗ୍ୟାସ କିଣି ରୁଷକୁ ସମର୍ଥନ କରୁଥିବାରୁ ଭାରତ, ବ୍ରାଜିଲ ଏବଂ ଚୀନ ଉପରେ ୫୦୦ ଟାରଫ୍‌ ଲାଗୁ ବୋଲି ସେମାନେ ଦାବି କରିଛନ୍ତି । ଏଭଳି ସ୍ଥିତିରେ ରୁଷ ଯଦି ୫୦ ଦିନ ମଧ୍ୟରେ ଯୁଦ୍ଧ ବିରତି ଚୁକ୍ତି ନ କରେ ଭାରତ, ବ୍ରାଜିଲ ଏବଂ ଚୀନ ଉପରେ ୧୦୦% ଅତିରିକ୍ତ ଟାରିଫ୍‌ ଲାଗିପାରେ । ପୁଟିନଙ୍କୁ ଶାନ୍ତି ଚୁକ୍ତିରେ ଦସ୍ତଖତ କରିବାକୁ ଆମେରିକା ଏଭଳି କାମ ଦ୍ୱାରା ବାଧ୍ୟ କରିବ । ଏହି ଟାରିଫ୍‌ ୫୦୦% ଯାଏ ରହିପାରେ । ଏଭଳି ପ୍ରସଙ୍ଗକୁ ନେଇ ଭାରତ ଚିନ୍ତା ବ୍ୟକ୍ତ କରିଛି । ଭାରତ ଏହାର ତେଲ ଆବଶ୍ୟକତାର ୮୫% ବିଦେଶରୁ ଆମଦାନି ଦ୍ୱାରା ପୂରଣ କରିଥାଏ । ଏକ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଭାବେ ଶକ୍ତି ନିରାପତ୍ତା ଲାଗି ଭାରତ ରୁଷର ଶସ୍ତା ତେଲ ଉପରେ ନିର୍ଭର କରୁଛି । ମଧ୍ୟପ୍ରାଚ୍ୟରେ ଅଶାନ୍ତି ବଢ଼ିବା ପରେ ଦେଶ ରୁଷରୁ ତେଲ କିଣାକୁ ବହୁ ଗୁଣରେ ବଢ଼ାଇ ଦେଇଛି । ମାତ୍ର ଟ୍ରମ୍ପ ଯଦି ଏଭଳି ଟାରିଫ ଲଗାନ୍ତି ଏହା ଭାରତ ଲାଗି ଶକ୍ତ ଝଟ୍‌କା ହେବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.