ମହାନଦୀରେ ଜଳକ୍ରୀଡ଼ା ଦ୍ୱୀପରେ ମଜା

ପର୍ଯ୍ୟଟନ ଋତୁରେ ଭୋଜିଭାତ ପାଇଁ ନୂଆ ଠା’ପାଲଟିଛି ସହର ଉପକଣ୍ଠ ଧବଳେଶ୍ୱର ଘାଟ, ନନ୍ଦିକେଶ୍ୱରୀ ପଠା। ଏଠାରେ ବଣଭୋଜିର ମଜା ଉଠାଇ ପାରିବେ। କେବଳ କଟକ ସହରବାସୀ ନୁହନ୍ତି, କଟକ ଆଖପାଖ ଅଞ୍ଚଳ ଏବଂ ଭୁବନେଶ୍ୱରରୁ ଲୋକେ ଏଠାକୁ ଆସି ବଣଭୋଜି କରୁଛନ୍ତି। ଚିରସ୍ରୋତା ମହାନଦୀର ନୀଳ ଜଳରାଶିର ଆନନ୍ଦ ଉଠାଇବା ସହ ଜଙ୍ଗଲିଆ ପରିବେଶରେ ଭୋଜି କରିବା ଏବଂ ବୋଟିଂର ମଜା ଉଠାଇବା ବେଶ୍‌ ନିଆରା ଅନୁଭବ ନେଇପାରିବେ । ଏମିତିକି ବିଡ଼ାନାସୀ ସ୍ଥିତ ଭୁଆଶୁଣି ପଠାରେ ବେଶ୍‌ ଭିଡ଼ ଜମୁଛି । ଏସବୁ ଭିତରେ ସହରରେ ଥିବା ନୌବାଣିଜ୍ୟ ସଂଗ୍ରହାଳୟ, ନେତାଜୀ ସଂଗ୍ରହାଳୟ ଓ ମଧୁବାବୁଙ୍କ ସଂଗ୍ରହାଳୟ ପର୍ଯ୍ୟଟକଙ୍କ ମନ ଜିଣୁଛି । କେବଳ ସେତିକି ନୁହେଁ ଏମିତିକି କଟକ ବାସୀ ଏବେ ଭୋଜିଭାତ ପାଇଁ ସହର ଉପକଣ୍ଠରେ ଥିବା ଘରୋଇ ଫାର୍ମ ହାଉସ୍‌କୁ ପସନ୍ଦ କରୁଛନ୍ତି।

ଭାଇବୋହୂ ଦେଡ଼ଶୁର କୂଅ

ଚୌଦ୍ୱାର-ଗୁରୁଡ଼ିଝାଟିଆ ଚୌଦ୍ୱାର ଡାଳିଯୋଡ଼ା ବନାଞ୍ଚଳ ନିକଟବର୍ତ୍ତୀ ପାହାଡ଼ ପାଦଦେଶରେ ରହିଛି ଏହି ଭାଇବୋହୂ ଦେଡ଼ଶୁର କୂଅ । ମହିଷାଲଣ୍ଡା ପଞ୍ଚାୟତର ଆମ୍ୱିଳିଝରୀ ଗ୍ରାମର ଘଞ୍ଚ ଅରଣ୍ୟ ଭିତରେ ଏହାର ଅବସ୍ଥିତି। ସାଧାରଣରେ ବିଶ୍ୱାସ ରହିଛି ଯେ, ଏହି କୂଅ ପାଣିରେ ଗାଧୋଇଲେ ଜ୍ୱର ଛାଡ଼ିଯାଏ । କେହି କେହି କୁହନ୍ତି ସେହି ପାଣିରୁ ଅଢ଼େଇ ଢୋକ ପିଇ ଦେଲେ ଜ୍ୱରରୁ ଉପଶମ ମିଳେ । କୂଅଟିର ଆକାର, ପ୍ରକାର ଓ ଅବସ୍ଥିତିକୁ ପରଖିଲେ ଏହା ପୌରାଣିକ ଯୁଗର ବୋଲି ବିଶ୍ୱାସ କରାଯାଏ । କୂଅର ପ୍ରବେଶ ଦ୍ୱାରରେ ଦୁଇଟି ଖମ୍ୱ ସହ ମୂର୍ତ୍ତି ରହିଛି । କୂଅର ଭିତରକୁ ଯିବାକୁ ହେଲେ ୨୨ଟି ପାହାଚ ଅତିକ୍ରମ କରିବାକୁ ପଡ଼େ । କୂଅର ଗଭୀରତା ୩୫ରୁ ୪୦ ଫୁଟ୍‌ । ଏହି ରହସ୍ୟମୟ କୂଅଟି ବଉଳମାଳା ପଥରରେ ନିର୍ମିତ ହୋଇଛି । ଏହା ନିକଟରେ ଯଜ୍ଞ କୁଣ୍ଡ, ସତୀ ପୁଷ୍କରିଣୀ, ଯୋଗୀ ମଠ ଓ ଏକ ପଥର ତିଆରି ବଡ଼ ଦୀପ ରହିଛି । ଏହା ଦ୍ୱାଦଶ ଶତାଦ୍ଦୀର କୂଅ ବୋଲି ଅନୁମାନ କରାଯାଏ ।

ବଣଭୋଜିର ନୂଆ ଠା’
ପର୍ଯ୍ୟଟନ ଋତୁରେ ଭୋଜିଭାତ ପାଇଁ ନୂଆ ଠା’ପାଲଟିଛି ସହର ଉପକଣ୍ଠ ଧବଳେଶ୍ୱର ଘାଟ, ନନ୍ଦିକେଶ୍ୱରୀ ପଠା। ଏଠାରେ ବଣଭୋଜିର ମଜା ଉଠାଇ ପାରିବେ । କେବଳ କଟକ ସହରବାସୀ ନୁହନ୍ତି, କଟକ ଆଖପାଖ ଅଞ୍ଚଳ ଏବଂ ଭୁବନେଶ୍ୱରରୁ ଲୋକେ ଏଠାକୁ ଆସି ବଣଭୋଜି କରୁଛନ୍ତି । ଚିରସ୍ରୋତା ମହାନଦୀର ନୀଳ ଜଳରାଶିର ଆନନ୍ଦ ଉଠାଇବା ସହ ଜଙ୍ଗଲିଆ ପରିବେଶରେ ଭୋଜି କରିବା ଏବଂ ବୋଟିଂର ମଜା ଉଠାଇବା ବେଶ୍‌ ନିଆରା ଅନୁଭବ ନେଇପାରିବେ । ଏମିତିକି ବିଡ଼ାନାସୀ ସ୍ଥିତ ଭୁଆଶୁଣି ପଠାରେ ବେଶ୍‌ ଭିଡ଼ ଜମୁଛି । ଏସବୁ ଭିତରେ ସହରରେ ଥିବା ନୌବାଣିଜ୍ୟ ସଂଗ୍ରହାଳୟ, ନେତାଜୀ ସଂଗ୍ରହାଳୟ ଓ ମଧୁବାବୁଙ୍କ ସଂଗ୍ରହାଳୟ ପର୍ଯ୍ୟଟକଙ୍କ ମନ ଜିଣୁଛି । କେବଳ ସେତିକି ନୁହେଁ ଏମିତିକି କଟକ ବାସୀ ଏବେ ଭୋଜିଭାତ ପାଇଁ ସହର ଉପକଣ୍ଠରେ ଥିବା ଘରୋଇ ଫାର୍ମ ହାଉସ୍‌କୁ ପସନ୍ଦ କରୁଛନ୍ତି।