ଭୁବନେଶ୍ବର: ସରିଲା ରାଜ୍ୟସଭା ନିର୍ବାଚନ । ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ରାଜ୍ୟସଭା ଯିବେ । କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର ହୋତାଙ୍କ ପରାଜ୍ର ହୋଇଛି । ତେବେ ଫଳାଫଳ ପରେ ବିଜେହି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ଏହାସହ ଦତ୍ତେଶ୍ବର ହୋତାଙ୍କୁ ସାଧୁବାଦ ଜଣାଇଛନ୍ତି । କହିଛନ୍ତି କି, ସେ ଆଦର୍ଶ ଏବଂ ନିଷ୍ଠାର ସହ ନିର୍ବାଚନ ଲଢ଼ିଛନ୍ତି । କୁଚକ୍ରୀ ନେତାଙ୍କ ପାଇଁ ଫଳ ଆମ ସପକ୍ଷରେ ଗଲାନି ।

ସେପଟେ ରାଜ୍ୟସଭାର ଚତୁର୍ଥ ଆସନରେ ବିଜୟୀ ହୋଇଛନ୍ତି ଦିଲ୍ଲୀପ ରାୟ । ରାଜ୍ୟସଭା ନିର୍ବାଚନରେ ବାଜି ମାରିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର, ବିଜେଡିର ସଂତୃପ୍ତ ମିଶ୍ର ଓ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ । କଂଗ୍ରେସ ଓ ବିଜେଡି ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ଦିଲ୍ଲୀପଙ୍କ ଠାରୁ ପରାଜିତ ହୋଇଛନ୍ତି। ପ୍ରଥମ ପସନ୍ଦ ଭୋଟରେ ମନମୋହନ ସାମଲ ୩୫, ସୁଜିତ କୁମାର ୩୫ ଓ ସଂତୃପ୍ତ ମିଶ୍ର ୩୧ ଖଣ୍ଡ ଭୋଟ ମିଳିଥିଲା। ପ୍ରଥମ ପସନ୍ଦ ଭୋଟରେ ବିଜେପିର ମନମୋହନ, ସୁଜିତ ଓ ବିଜେଡିର ସଂତୃପ୍ତ ବିଜୟୀ ହୋଇଥିଲେ।

ଏହାସହ ପଢ଼ନ୍ତୁ : ପରାଜୟ ପରେ ଏମିତି କହିଲେ ଦତ୍ତେଶ୍ବର ହୋତା