ଭୁବନେଶ୍ବର, ୦୨/୦୫: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନ ଚିଠି ଲେଖିବା ପ୍ରସଙ୍ଗ। ବିଜେଡ଼ିକୁ କଡା ଜବାବ ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଦାନ ମାଝୀ ଘଟଣା ସମୟରେ କ’ଣ ହୋଇଥିଲା ? ସେତେବେଳେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ସେ ଭୁଲି ଯାଇଛନ୍ତି। ଦାନ ମାଝୀ ଘଟଣାରେ ସମ୍ପୂର୍ଣ ରାଜ୍ୟ ସରକାରଙ୍କ ଭୁଲ ଥିଲା, ସେତେବେଳେ କିଏ କାହାକୁ ଚିଠି ଲେଖିଥିଲା । ଦାନ ମାଝୀ ଭଳି ଅନେକ ଘଟଣା ତାଙ୍କ ସରକାର ସମୟରେ ହୋଇଥିଲା, ଯାହାର ସେ ପର୍ଯ୍ୟାଲୋଚନା ଆଜି ପର୍ଯ୍ୟନ୍ତ କରିନାହାନ୍ତି। ଚିଠି ଲେଖା ନେତା ଚିଠି ଲେଖିବା ଛଡା, ସୋସିଆଲ ମିଡ଼ିଆରେ ଗାଳି ଦେବା ଛଡା ଅଧିକ କିଛି କରିପାରିବେ ନାହିଁ। ସେ ଚିଠି ଲେଖିବା କଥା ଲେଖନ୍ତୁ, ଯାହା କରିବା କଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି।

ପୃଥ୍ବୀରାଜ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି, ନବୀନ ବାବୁ ଚିଠି ଲେଖିବା ଡ୍ରାମା ବନ୍ଦ କରନ୍ତୁ । ଜିତୁ ମୁଣ୍ଡା ଘଟଣାରେ ଗୋଟେ ବ୍ୟାଙ୍କିଙ୍ଗ ସମସ୍ୟା ଥିଲା, ଯେଉଁଥିରେ ସେମାନେ ସହୃଦୟତା ସହିତ କରିବାର ଥିଲା, ଯାହା ସେମାନେ କରି ନାହାନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆରଡ଼ିସି ସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି । ରିପୋର୍ଟ ଆସିବା କାର୍ଯ୍ୟାନୁଷ୍ଠାନ ନେବେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।  

ତେବେ ଜିତୁ ମୁଣ୍ଡା ଘଟଣାରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ। ଗତ ଏପ୍ରିଲ ୨୭ ତାରିଖ ଦିନ କେନ୍ଦୁଝର ଜିଲ୍ଲାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମଲ୍ଲିପଶି ଶାଖାରେ ଘଟିଥିବା ଅମାନବୀୟ ଘଟଣାରେ ଆଲୋକପାତ କରିବା ପାଇଁ ବିରୋଧୀ ଦଳ ନେତା ଚିଠି ଲେଖିଛନ୍ତି। ବ୍ୟାଙ୍କ ଏହି ଅମାନବୀୟ ଆଚରଣକୁ ଯଥାର୍ଥ କରିବା ପାଇଁ RBI ନିର୍ଦ୍ଦେଶାବଳୀର ଆଳ ଦେଖାଉଛି। ଏହାଦ୍ଵାରା ବ୍ୟାଙ୍କ ଅଧିକାରୀମାନଙ୍କର ଦାୟିତ୍ୱବୋଧତାକୁ ଲୁଚେଇବା ପାଇଁ ଚେଷ୍ଟା କରାଯାଉଛି। ଗଣତନ୍ତ୍ରରେ ନିୟମ ନାଗରିକମାନଙ୍କୁ ଅପମାନିତ କରିବା ପାଇଁ ନୁହେଁ, ବରଂ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ନବୀନ କହିଛନ୍ତି।

ନବୀନ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଏହି ଭୟଙ୍କର ଘଟଣା ସମଗ୍ର ଓଡ଼ିଶାର ଜନଭାବନାକୁ ଆଘାତ ଦେଇଛି। ନ୍ୟୁୟର୍କ ପୋଷ୍ଟ ଏବଂ ବିବିସି ଭଳି ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହି ଘଟଣା ଦୃଷ୍ଟି ଆକର୍ଷଣ କରିଛି। ଏହି ଘଟଣାଟି ପୃଥକ ଭାବରେ ଆମକୁ ଏକ ଅଧିକ ମାନବିକ ବ୍ୟାଙ୍କିଂ ପ୍ରଶାସନ ପ୍ରତିଷ୍ଠା କରିବା ପାଇଁ ଏକ ଅନ୍ତର୍ଦୃଷ୍ଟି ପ୍ରଦାନ କରୁଛି। ବିଶେଷକରି ଦୂରବର୍ତ୍ତୀ ଆଦିବାସୀ ଅଞ୍ଚଳରେ। ଏହି ଆଶ୍ଚର୍ଯ୍ୟଜନକ ତ୍ରୁଟି ପାଇଁ ତୁରନ୍ତ ସ୍ପଷ୍ଟ ଦାୟିତ୍ୱ ସ୍ଥିର କରାଯାଉ। ଏହା ସମସ୍ତ ଗ୍ରାମୀଣ ବ୍ୟାଙ୍କଗୁଡ଼ିକୁ ସହାନୁଭୂତି ସହିତ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନକୁ ଗ୍ୟାରେଣ୍ଟି ଦେବା ପାଇଁ ଏକ ସ୍ପଷ୍ଟ ସଙ୍କେତ ଦେବ। ଘଟଣାରେ ଆପଣଙ୍କ ହସ୍ତକ୍ଷେପ ସହିତ, ନାଗରିକଙ୍କ ପ୍ରତି ଏହି ପ୍ରକାରର ଅମାନବୀୟ ବ୍ୟବହାର ଦେଶର ଅନ୍ୟ କୌଣସି ସ୍ଥାନରେ ପୁନରାବୃତ୍ତି ନହେଉ ବୋଲି ଲେଖିଛନ୍ତି ନବୀନ। ତେବେ ନବୀନଙ୍କ ଏହି ଚିଠିକୁ ନେଇ ବିଜେଡି ଏବଂ ବିଜେପି ମୁହାଁମୁହିଁ ହୋଇଛନ୍ତି । ବିଜେଡି ସୁପ୍ରିମୋଙ୍କୁ ଟାର୍ଗେଟ୍ କରିଛନ୍ତି ଆଇନ ମନ୍ତ୍ରୀ ।...

ଅଧିକ ପଢନ୍ତୁ: ଜିତୁ ମୁଣ୍ଡା ଘଟଣାରେ ନିର୍ମଳାଙ୍କୁ ଚିଠି ଲେଖିଲେ ନବୀନ, ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ