ଭୁବନେଶ୍ୱର,୩୧/୧୨: ମଙ୍ଗଳବାର ବିରୋଧୀ ଦଳ ନେତା ନବୀନ  ପଟ୍ଟନାୟକ  ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ । ଏହି ଅବସରରେ  ନବୀନ ପୁରୀର ସତ୍ୟବାଦୀ, କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ,  କଟକର ସାଲେପୁର ଓ ଜଗତସିଂହପୁରର ବାଲିକୁଦା ବ୍ଲକରେ କ୍ଷତିଗ୍ରସ୍ତ ଚାଷ ଅଞ୍ଚଳ ବୁଲି ଦେଖିବେ । ଏହା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ପଚାରି ବୁଝିବେ । ସମ୍ପୃକ୍ତ ଅଧିକାରୀମାନଙ୍କ  ସହ ମଧ୍ୟ ଫସଲ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ ।