ଭୁବନେଶ୍ବର, ୧୬।୩ : ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂକୁ  ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  ପ୍ରତିକ୍ରିୟା  ରଖିଛନ୍ତି। ରାଜ୍ୟସଭା ନିର୍ବାଚନରେ ବିଜେପି ଘୋଡା ବେପାର କରିଛି ବୋଲି ସେ କହିଛନ୍ତି। ଅପରାଧିକ ପୃଷ୍ଠଭୂମି ଥିବା ବିଧାୟକ କ୍ରସଂ ଭୋଟିଂ କରିଛନ୍ତି। ବିଜେଡି ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଲଢିବ ବୋଲି ନବୀନ କହିଛନ୍ତି।

ରାଜ୍ୟସଭା ନିର୍ବାଚନରେ ୧୧ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ଜଣାପଡିଛି। ସେଥିରେ ବିଜେଡିର ୮ ବିଧାୟକ ଅଛନ୍ତି। କଂଗ୍ରେସର ୩ ବିଧାୟକ ଅଛନ୍ତି।  ବିଜେଡି  ବିଧାୟକମାନଙ୍କ ମଧ୍ୟରେ ଅଛନ୍ତି ଚକ୍ରମଣି କହଁର, ସୌଭିକ ବିଶ୍ବାଳ, ନବ କିଶୋର ମଲ୍ଲିକ, ସୁବାସିନୀ ଜେନା, ଦେବୀ ରଞ୍ଜନ ତ୍ରିପାଠୀ, ରମାକାନ୍ତ ଭୋଇ। ସେମାନଙ୍କ ମଧ୍ୟରୁ  ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏବଂ କଟକ-ଚୌଦ୍ବାର ଏମଏଲଏ ସୌଭିକ୍ ବିଶ୍ଵାଳ କ୍ରସ୍ ଭୋଟିଂ କରିଥିବା ନେଇ ସ୍ବୀକାର କରିଛନ୍ତି। ବାପାଙ୍କ ପ୍ରତି ହୋଇଥିବା ଅସମ୍ମାନର ପ୍ରତିଶୋଧ ନେଲୁ ବୋଲି କହିଛନ୍ତି । ବିଜେଡି ବିରୋଧରେ ବିଷୋଦଗାର କରିଛନ୍ତି ଦେବୀ ରଞ୍ଜନ।ସେହିପରି ସୌଭିକ୍ ବିଶ୍ବାଳ କହିଛନ୍ତି ଯେ, ବିଜୁ ବାବୁଙ୍କ ଆଶୀର୍ବାଦ ଯାହାଙ୍କ ପ୍ରତି ଅଛି, ତାଙ୍କୁ ଭୋଟ୍ ଦେଇଛି।