ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମୋହନ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍‌, କହିଲେ-‘ମିସନ୍‌ ଶକ୍ତି ମହିଳାଙ୍କ ଦରମା ବନ୍ଦ ପାଇଁ କରୁଛନ୍ତି ଷଡଯନ୍ତ୍ର

Published By : Krishna Priya | December 10, 2024 11:27 AM

ଭୁବନେଶ୍ୱର ୧୦/୧୨: ୩ଦଫା ଦାବି ନେଇ ସୋମବାର ଲୋୟର ପିଏମଜିରେ ଅଲ ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି ସାମ୍ମୁଖ୍ୟ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇଥିଲା । କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି), ମଷ୍ଟର ବୁକ୍‌ କିପର (ଏମବିକେ), ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଲାଇଭ୍‌ଲିହୁଡ୍‌ ସପୋର୍ଟ ପର୍ସନ (ଏଲଏସପି)ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲା । ପ୍ରାୟ ୬ଟି କ୍ୟାଡରରେ କାମ କରୁଥିବା ୩୪ହଜାରରୁ ଅଧିକ ମହିଳା କର୍ମଚାରୀ ଗତ ୮ମାସର ବକେୟା ପାରିଶ୍ରମିକ ବା ଦରମା ପାଇନାହାନ୍ତି । କେବଳ ସେତିକି ନୁହେଁ, ସ୍ଥାୟୀ ନିଯୁକ୍ତି, ରିଷ୍ଟ୍ରକ୍‌ଚରିଂ ବନ୍ଦ ଭଳି ଦାବି ଉଠିଥିଲା । ଏହାକୁ ନେଇ ଆଜି ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳ ଏହି ପ୍ରସଙ୍ଗ ଉଠାଇବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଯାହାପରେ ବିଧାନସଭା ଗୃହରେ ହଟ୍ଟଗୋଳ ଦେଖାଦେଇଛି।

ଅନ୍ୟପକ୍ଷେ, ବିଧାନସଭାରେ ମିଶନଶକ୍ତି ପ୍ରସଙ୍ଗରେ ତାତି ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧି ଦଳ ନେତା ନବୀନ ବଟ୍ଟନାୟକ। ସେ କହିଛନ୍ତି, “ବିଜେପି ରାଜ୍ୟ ସରକାର ଷଡଯନ୍ତ୍ର କରୁଛି ମିସନ୍ ଶକ୍ତି ମହିଳାଙ୍କ ଦରମା ବନ୍ଦ ପାଇଁ। ମୁଁ ଏହାକୁ ଦୃଢ଼ ଭାବେ ନିନ୍ଦା କରୁଛି। ୭୦ ଲକ୍ଷରୁ ଅଧିକ ମହିଳା ଅଛନ୍ତି ମିସନ୍ ଶକ୍ତିରେ। ଏହା ଅତ୍ୟନ୍ତ ଖରାପ। ବିଜେଡି ସବୁବେଳେ ମିଶନ ଶକ୍ତି ସହ ରହିଛି।“

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.