ନୂଆଦିଲ୍ଲୀ, ୧୭ /୧୧: ପାଖେଇ ଆସୁଛି ନିର୍ବାଚନ । ଏନେଇ ନିର୍ବାଚନ ପାଇଁ ପ୍ରଚାର ରାଲି ସମୟରେ ଅମରାବତୀର ପୂର୍ବ ସାଂସଦ ନବନୀତ ରାଣାଙ୍କ ଉପରେ ଆକ୍ରମଣ । ଏଥିସହ ସଭା ମଝିରେ ତାଙ୍କ ଉପରକୁ ଚୌକି ମଧ୍ୟ ଫିଙ୍ଗା ଯାଇଛି। ତେବେ ଅମରାବତୀରେ ଜିଲ୍ଲାର ଦରିଆପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖାଲାର ଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ଏହି ଘଟଣା ଘଟିଛି।
ତେବେ ନିର୍ବାଚନ ସଭା ପ୍ରବଳ ଭିଡ଼ ଥିବା ବେଳେ ଲୋକମାନେ ବସିବା ପାଇଁ ଅଣାଯାଇଥିବା ଚୌକିକୁ ପରସ୍ପରକୁ ଫିଙ୍ଗିଥିଲେ। ଏପରିକି ନବନୀତ ରାଣାଙ୍କ ଉପରକୁ ମଧ୍ୟ ଚୌକି ଫିଙ୍ଗା ଯାଇଥିଲା। ତେବେ ସେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସ୍ଥିତି ବିଗିଡିବା ପରେ ନବନୀତ ରାଣା ଖଲ୍ଲାର ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପ୍ରତିକ୍ରିୟା ଦେଇ ନବନୀତ୍ ରାଣା କହିଛନ୍ତି ଯେ, ଯଦି ଆକ୍ରମଣକାରୀଙ୍କୁ ଗିରଫ କରାନଯାଏ ତେବେ ସମଗ୍ର ହିନ୍ଦୁ ସମ୍ପ୍ରଦାୟ ରାସ୍ତାକୁ ଓହ୍ଲାଇବ। ସେପଟେ ପୋଲିସ ଅଭିଯୋଗକୁ ଆଧାର କରି ଖଲ୍ଲାର ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏଥିସହ ଖଲ୍ଲାର ଗ୍ରାମରେ ବହୁ ସଂଖ୍ୟକ ପୁଲିସ ମୁତୟନ କରାଯାଇଛି।