ନୂଆଦିଲ୍ଲୀ,୨୭।୮: ଗତ କିଛି ଦିନ ହେବ ଜାରି ରହିଛି ପ୍ରବଳ ବର୍ଷା। ହିମାଚଳ ଏବଂ ଜମ୍ମୁ-କଶ୍ମୀର ଦେଇ ଆସୁଥିବା ନଦୀ ଏବେ ବିପଦ ସଙ୍କେତ ଉପରେ ଚାଲୁଥିବାରୁ ବନ୍ୟା ଭଳି ସ୍ଥିତି ଦେଖିବାକୁ ମିଳିଛି। ଗୁରୁଦାସପୁରରେ ଜବାହର ନବୋଦୟ ବିଶ୍ବବିଦ୍ୟାଳୟରେ ହଠାତ ବନ୍ୟା ପାଣି ଭରି ଯାଇଛି। ଗ୍ରାଉଣ୍ଡ ଫ୍ଲୋରରେ ତିଆରି ହୋଇଥିବା କ୍ଳାସରୁମ୍ରେ ବହୁ ପରିମାଣରେ ପାଣି ଭରି ଯାଇଛି। ଏହି ନବୋଦୟ ବିଦ୍ୟାଳୟ ଗୁରୁଦାସପୁରଠାରୁ ପ୍ରାୟ ୧୨ କିଲୋମିଟର ଦୂର ଡାବୁରୀ ଗାଁରେ ରହିଛି। ସ୍ଥିତି ଏହା ଯେ, ସ୍କୁଲର ୪୦୦ ଛାତ୍ର ଓ ପ୍ରାୟ ୪୦ ଷ୍ଟାଫ ମେମ୍ବର୍ସ ଫଶି ରହିଛନ୍ତି।
ଏହି ସ୍କୁଲ ଗୁରୁଦାସପୁରରୁ ଦୋରାଙ୍ଗଲା ଯାଉଥିବା ସଡକରେ ରହିଛି। ସଡକରେ ପ୍ରବଳ କ୍ଷତି ହୋଇଛି ଓ ଆଖପାଖ ଅଞ୍ଚଳରେ ବନ୍ୟା ଦେଖିବାକୁ ମିଳିଛି। ସ୍ଥିତି ଏଭଳି ରହିଛି ଯେ, ପହଁଞ୍ଚିବା କଷ୍ଟକର ହୋଇଯାଇଛି। ଟ୍ରିବ୍ୟୁନର ରିପୋର୍ଟ ଅନୁସାରେ, ଉଦ୍ଧାର କାର୍ଯ୍ୟରେ ଏଥିପାଇଁ ବିଳମ୍ବ ହେଉଛି, କାରଣ ଦିନାନଗର ସମ୍ଭାଗକୁ ସିଏମ୍ ଭଗବତମାନ ଯାଉଛନ୍ତି। ଏହି ସମ୍ଭାଗରେ ଗୁରୁଦାସପୁର ଜିଲ୍ଲା ଆସିଥାଏ ଓ ବର୍ତ୍ତମାନ ଅଧିକାରୀ ତାଙ୍କର ଆୟୋଜନରେ ଫଶି ରହିଛନ୍ତି। କୁହାଯାଉଛି ଯେ, ଏହି କାରଣରୁ ଚାଲୁଥିବା କାର୍ଯ୍ୟ କରିବାରେ ବିଳମ୍ବ ହେଉଛି। ଏହି ସ୍କୁଲ ମଧ୍ୟ ଦିନାଜନଗର ସବ-ଡିଭିଜନ୍ରେ ଆସୁଛି।
ଜବାହର ନବୋଦୟ ବିଦ୍ୟାଳୟ କେନ୍ଦ୍ର ସରକାରଙ୍କ ଦ୍ବାରା ଫଣ୍ଡିଂରେ ଚାଲୁଥିବା ସରକାରୀ ସ୍କୁଲ। ଗୁରୁଦାସପୁର ଡେପୁଟି କମିଶନର ଏହାର ଚେୟାରମ୍ୟାନ୍ ଭାବରେ କାମ କରନ୍ତି। ଏହି ମାମଲାରେ ପ୍ରଶାସନର ଶିଥିଳତାକୁ ଦେଖି ପିଲାଙ୍କ ବାପା-ମା ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଊଲ୍ଲେଖନୀୟ ଯେ, ଜବାହର ନବୋଦୟ ବିଦ୍ୟାଳୟ ଏକ ଆବାସିକ ସ୍କୁଲ। ସେଠାରେ ପିଲାମାନେ ରହି ପଢିଥାନ୍ତି। ସୁତ୍ରର କହିବା ଅନୁସାରେ, ସ୍କୁଲ ନିକଟ ଦେଇ ଏକ ନାଳ ବୋହୁଛି, ଯାହାର ବହୁ ବର୍ଷ ହେବ ସଫେଇ ହୋଇନି।