ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଖୁବଶୀଘ୍ର ୨୬ଟି ରାଫେଲ୍‌-ଏମ୍‌ ଜେଟ୍‌ କ୍ରୟ କରିବାକୁ ଚୁକ୍ତି ହେବ: ନୌସେନା ମୁଖ୍ୟ

Published By : Tapas Panda | December 2, 2024 11:26 PM

ନୂଆଦିଲ୍ଲୀ: ନୌସେନା ଲାଗି ୨୬ଟି ରାଫେଲ୍‌ ବିମାନ କିଣିବେ ଭାରତ ସରକାର । ଏହା ସହ ଆଉ ତିନୋଟି ଅତ୍ୟାଧୁନିକ ବୁଡ଼ାଜାହାଜ ଖୁବଶୀଘ୍ର ନୌସେନାରେ ସାମିଲ ହୋଇପାରେ । ନୌସେନା ଦିବସ ପୂର୍ବରୁ ଆଡମିରାଲ ଦୀନେଶ କେ ତ୍ରିପାଠୀ ସୋମବାର ଏହି ସୂଚନା ଦେଇଛନ୍ତି ।  ସେ କହିଛନ୍ତି ଯେ, ଆସନ୍ତା ମାସରେ ଅର୍ଥାତ୍ ଜାନୁଆରୀରେ ୨୬ଟି ରାଫେଲ୍ ଯୁଦ୍ଧ ବିମାନ ଏବଂ ତିନୋଟି ସ୍କର୍ପିନ୍ ବୁଡ଼ାଜାହାଜ କ୍ରୟ ପାଇଁ ପୃଥକ ଚୁକ୍ତିନାମା ସ୍ୱାକ୍ଷରିତ ହେବ। ଡିସେମ୍ବର ୪ରେ ପାଳନ ହେବାକୁ ଥିବା ଭାରତୀୟ ନୌସେନା ଦିବସ ପୂର୍ବରୁ ଆଡମିରାଲ ଦୀନେଶ କେ ତ୍ରିପାଠୀ କହିଛନ୍ତି ଯେ, ଚୀନ୍ ଏବଂ ପାକିସ୍ତାନର ନୌସେନାର କାର୍ଯ୍ୟକଳାପ ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି ।

ଆସନ୍ତା ମାସରେ ରାଫେଲ ଯୁଦ୍ଧ ବିମାନ ଏବଂ ବୁଡ଼ାଜାହାଜ ପାଇଁ ଚୁକ୍ତି ଚୂଡାନ୍ତ ହେବ ଏବଂ ଏଥିରେ ଦସ୍ତଖତ କରାଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ସେପଟେ କେନ୍ଦ୍ର ସରକାର ମଧ୍ୟ ଦୁଇଟି ପରମାଣୁ ଚାଳିତ ବୁଡ଼ାଜାହାଜ ପାଇଁ ଅନୁମତି ଦେଇଛନ୍ତି । ଏହିପରି ସମୁଦାୟ ୬ଟି ବୁଡ଼ାଜାହାଜ ନିର୍ମାଣ କରିବାକୁ ଯୋଜନା କରାଯାଇଛି । ପରମାଣୁ ଶକ୍ତିସଂପନ୍ନ ପ୍ରଥମ ବୁଡ଼ାଜାହାଜ ୨୦୩୬-୩୭ ସୁଦ୍ଧା ଏବଂ ଦ୍ୱିତୀୟଟି ୨୦୩୮-୩୯ ସୁଦ୍ଧା ପ୍ରସ୍ତୁତ ହେବ ବୋଲି ନୌସେନା ମୁଖ୍ୟ ସୂଚନା ଦେଇଛନ୍ତି । ରାଫେଲ-ଏମ ଜେଟଗୁଡ଼ିକ ମୁଖ୍ୟତଃ ଭାରତର ସ୍ୱଦେଶୀ ବିମାନ ପରିବହନକାରୀ INS Vikrant ଉପରେ ନିୟୋଜିତ ହେବ ।

ନୌସେନା ମୁଖ୍ୟ ଆଡମିରାଲ ଦୀନେଶ ତ୍ରିପାଠୀ କହିଛନ୍ତି ଯେ, ଏହା ଦୁଇ ଦେଶର ସରକାରଙ୍କ ମଧ୍ୟରେ ଏକ ଚୁକ୍ତି, ତେଣୁ ଅଧିକ ସମୟ ଲାଗିବ ନାହିଁ। ଭାରତୀୟ ନୌସେନାର ଦକ୍ଷତା ବୃଦ୍ଧି ପାଇଁ ବର୍ତ୍ତମାନ ୬୨ ଜାହାଜ ଏବଂ ଗୋଟିଏ ବୁଡ଼ାଜାହାଜ ନିର୍ମାଣ କାର୍ଯ୍ୟ ଚାଲିଛି । ପଡ଼ୋଶୀ ଦେଶଗୁଡ଼ିକ ପାଖରୁ ଥିବା ସମ୍ଭାବ୍ୟ ଯେକୌଣସି ବିପଦ ସହ ମୁକାବିଲା କରିବାକୁ ଭାରତୀୟ ନୌସେନା ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଆଡମିରାଲ ଦୀନେଶ ତ୍ରିପାଠୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.