ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଡିସେମ୍ୱର ୪ରେ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ପାଳନ ହେବ ନୌସେନା ଦିବସ, ରାଷ୍ଟ୍ରପତିଙ୍କ ସମେତ ସାଢ଼େ ୭ ହଜାର ଅତିଥି ଯୋଗଦେବେ

Published By : Prameya | November 21, 2024 11:46 AM

ଭୁବନେଶ୍ୱର, ୨୧/୧୧: ପୁରୀ ବ୍ଲୁ ଫ୍ଲାଗ୍‌ ବେଳାଭୂମିରେ ଡିସେମ୍ୱର ୪  ତାରିଖରେ ନୌସେନା ଦିବସ ପାଳିତ  ହେବ । ସାମୁଦ୍ରିକ ବେଳାଭୂମିରେ ଭାରତୀୟ  ନୌସେନା ଏହାର ଶକ୍ତି ପ୍ରଦର୍ଶନ  କରିବ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେବେ । ନୌସେନା ଅଧିକାରୀ ଏବଂ  ନିମନ୍ତ୍ରିତ ଅତିଥିଙ୍କୁ ମିଶାଇ ପ୍ରାୟ ୭୫୦୦  ଯୋଗଦେବେ । ଦେଶାତ୍ମବୋଧକ ଚେତନା  ଜାଗ୍ରତ କରୁଥିବା ଏହି ବିରଳ ତଥା  ଆକର୍ଷଣୀୟ ଦୃଶ୍ୟକୁ ଦେଖିବା ପାଇଁ ପୁରୀ  ବେଳାଭୂମିରେ ଲକ୍ଷାଧିକ ଲୋକଙ୍କ ସମାଗମ  ହେବ ବୋଲି ଆକଳନ କରାଯାଉଛି ।  

କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା  ପାଇଁ ଭାରତୀୟ ନୌସେନା, ଓଡ଼ିଶା  ସରକାର ତଥା ପୁରୀ ଜିଲ୍ଲା ପ୍ରଶାସନ  ମିଳିତ ଭାବେ ପ୍ରସ୍ତୁତି ଜାରି ରଖିଛନ୍ତି ।  ଏନେଇ ବୁଧବାର ଏକ ପ୍ରସ୍ତୁତି ବୈଠକ  ଲୋକସେବା ଭବନରେ ଅନୁଷ୍ଠିତ  ହୋଇଥିଲା । ବିଭିନ୍ନ କାର୍ଯ୍ୟ ମଧ୍ୟରେ  ପୂର୍ତ୍ତ ବିଭାଗ ତରଫରୁ ସମଙ୍ଗ ଏବଂ  ପୁରୀ କ୍ରୀଡ଼ା କମ୍ପେ୍ଲକ୍ସ ଠାରେ ଅସ୍ଥାୟୀ  ହେଲିପ୍ୟାଡ୍‌, ପାର୍କିଂ ଅଞ୍ଚଳ, ବିଭିନ୍ନ  ସ୍ଥାନରେ ଆବଶ୍ୟକ ବ୍ୟାରିକେଡିଂ, ରାସ୍ତା  ମରାମତି ଏବଂ ସ୍ୱାସ୍ଥ୍ୟ ଓ ପରିବାର  କଲ୍ୟାଣ ବିଭାଗ ତରଫରୁ ବ୍ୟବସ୍ଥା  ବିଷୟରେ ଆଲୋଚନା ହୋଇଥିଲା ।  

ଭୁବନେଶ୍ୱରରୁ ପୁରୀ ଏବଂ ପୁରୀ ସହର  ମଧ୍ୟରେ ଟ୍ରାଫିକ୍‌ ନିୟନ୍ତ୍ରଣ, ଯାନବାହନ  ପାର୍କିଂ, ଜନଗହଳି ସ୍ଥାନର ପରିଚାଳନା,  ନୌସେନା ଅତିଥିମାନଙ୍କ ପାଇଁ ବସ୍‌  ତଥା ପାର୍କିଂ, ଭୁବନେଶ୍ୱର-ପୁରୀ ମୁଖ୍ୟ  ରାସ୍ତା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ  ସ୍ଥାନରେ ଅଗ୍ନିଶମ ଏବଂ ପୁଲିସ ବିଭାଗ  ତରଫରୁ କର୍ମଚାରୀ ଓ ଅଧିକାରୀ  ମୁତୟନ ରହିବେ ବୋଲି ବୈଠକରେ  ନିଷ୍ପତ୍ତି ହୋଇଛି । ବିଭିନ୍ନ ସ୍ଥାନରେ  ଟ୍ରାଫିକ୍‌ ପରାମର୍ଶ ସୂଚନା ଓ ହୋର୍ଡିଂ  ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି  କ୍ୟାମେରା ଲଗାଯିବା ପାଇଁ ବୈଠକରେ  ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମର  ସିଧା ପ୍ରସାରଣ କଳିଙ୍ଗ ଷ୍ଟାଡିୟମ ଏବଂ  କଟକର ବାରବାଟୀ ଷ୍ଟାଡିଅମରେ ବ୍ୟବସ୍ଥା  ପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗକୁ  ଅନୁରୋଧ କରାଯାଇଛି । ଗୃହ ନିର୍ମାଣ  ଓ ନଗର ଉନ୍ନୟନ ବିଭାଗ ତରଫରୁ  ବ୍ଲୁ ଫ୍ଲାଗ୍‌ ସମେତ ପୁରୀ ସମୁଦ୍ର  କୂଳରେ ପ୍ରାୟ ୧୦୦ ଅସ୍ଥାୟୀ ଟଏଲେଟ୍‌  ସ୍ଥାପନ ଏବଂ ସମୁଦ୍ର କୂଳକୁ ଯାଇଥିବା  ସମସ୍ତ ରାସ୍ତାର ସୌନ୍ଦର୍ଯ୍ୟକରଣ ପାଇଁ  ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅଧିକ  ଜନଗହଳି ସ୍ଥାନରେ ଏଲ୍‌ଇଡି ସ୍କ୍ରିନରେ  କାର୍ଯ୍ୟକ୍ରମ ପ୍ରସାରଣ ସହ ଧାରା  ବିବରଣୀ ପ୍ରଦାନ ବ୍ୟବସ୍ଥା ରହିବ ।  

ନୌସେନାର କୌଶଳ ପ୍ରଦର୍ଶନ  କାର୍ଯ୍ୟକ୍ରମ ଥିବାରୁ ନଭେମ୍ୱର ୨୭ରୁ  ଡିସେମ୍ୱର ୫ ତାରିଖ ପର୍ଯ୍ୟନ୍ତ ପୁରୀ  ସମୁଦ୍ରରେ ନୋ ଫିସିଂ ଜୋନ୍‌ (ମାଛଧରା  ନିଷେଧ ଅଞ୍ଚଳ) ଘୋଷଣା କରାଯିବ । ଏ  ସଂପର୍କରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ  ବିଭାଗ ତରଫରୁ ମତ୍ସ୍ୟଜୀବୀମାନଙ୍କୁ  ସୂଚନା ପ୍ରଦାନ କରାଯିବ । ପୁରୀ  ବେଳାଭୂମିର ପରିଷ୍କାର ପରିଚ୍ଛନ୍ନ,  ସଂଲଗ୍ନ ବିଭିନ୍ନ ରାସ୍ତାକୁ ଅବରୋଧ ମୁକ୍ତ  କରାଯିବା ସଂପର୍କରେ ବୈଠକରେ ନିଷ୍ପତ୍ତି  ନିଆଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ  ପ୍ରାୟ ୫୦ ଜଣ ଓଡ଼ିଶା ପ୍ରଶାସନିକ  ସେବା ଅଧିକାରୀଙ୍କୁ ଏହି କାର୍ଯ୍ୟକ୍ରମର  ସୁପରିଚାଳନା ପାଇଁ ନିୟୋଜିତ କରିବା  ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.