ନୂଆଦିଲ୍ଲୀ: ରବିବାର ଏନସିପି ଅଜିତ ପାୱାର ଦଳର ନେତା ତଥା ପୂର୍ବତନ ମନ୍ତ୍ରୀ ନବାବ ମଲିକଙ୍କ ଜ୍ବାଇଁ ସମୀର ଖାନଙ୍କ ଦେହାନ୍ତ ହୋଇଛି । ସମୀରଙ୍କୁ ଗତ ଦେଢ ମାସ ହେବ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେପ୍ଟେମ୍ବରରେ ସମୀର ଖାନଙ୍କର ଏକ ଦୁର୍ଘଟଣା ଘଟିଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ସେବେଠାରୁ ସମୀର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।
ସୂଚନାଥାଉକି ଯେ,ସେପ୍ଟେମ୍ବରରେ ଏକ ସଡକ ଦୁର୍ଘଟଣାରେ ସମୀର ଖାନ ଆହତ ହୋଇଥିଲେ । ଏହି ସମୟରେ ତାଙ୍କ ପତ୍ନୀ ନିଲୋଫର ମଧ୍ୟ ତାଙ୍କ ସହ ଥିଲେ। ଏହି ଦୁର୍ଘଟଣା ପରେ ସମୀର ଖାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରବିବାର ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୧୭ ରେ ସମୀର ତାଙ୍କ ପତ୍ନୀ ତଥା ନବାବ ମଲିକଙ୍କ ଝିଅ ନିଲୋଫରଙ୍କୁ ନିୟମିତ ଯାଞ୍ଚ ପାଇଁ ଡାକ୍ତରଖାନା ନେଇଥିଲେ। ଏହା ପରେ ସେ ଡ୍ରାଇଭରକୁ କାରକୁ ଡାକ୍ତରଖାନା ବାହାରକୁ ଆଣିବାକୁ କହିଥିଲେ। ଏହା ପରେ ଡ୍ରାଇଭର ବ୍ରେକ୍ ବଦଳରେ ଏକ୍ସିଲେଟର ଦବାଇ ଦେଇଥିଲେ ଏବଂ ସମୀର ଏକ ଦୁର୍ଘଟଣାର ଶିକାର ହୋଇଥିଲେ ।
ଏହି ଦୁର୍ଘଟଣାରେ ସମୀର ଆହତ ହୋଇଥିଲେ, ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ରବିବାର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ସମୀର ଖାନଙ୍କ ମୃତ୍ୟୁ ପରେ ନବାବ ମଲିକଙ୍କ ଘରେ ଶୋକ ପ୍ରକାଶ ପାଇଛି।