ଭୁବନେଶ୍ଵର, ୦୧/୦୧ : ନୂଆବର୍ଷରେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ପୋଲିସ ଡିଜି ୱାଇ ବି ଖୁରାନିଆ। ପୋଲିସ ଡିଜି କହିଛନ୍ତି ଯେ, ନବବର୍ଷରେ ରାଜ୍ୟରେ ଅପରାଧ ନିୟନ୍ତ୍ରଣ ପାଇଁ ନୂଆ ଟେକ୍ନୋଲୋଜି ବ୍ୟବହାର ଉପରେ ଗୁରୁତ୍ଵ ଦିଆଯାଉଛି।  ସାଇବର କ୍ରାଇମ୍ ରୋକିବାକୁ ଓଡ଼ିଶା ପୋଲିସ ନୂଆ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ମହିଳା ଓ ଶିଶୁ ଅପରାଧ ଉପରେ ରୋକ୍ ଲଗାଇବା ଉପରେ ଗୁରୁତ୍ଵ ଦିଆଯାଉଛି

ପୋଲିସ ଡିଜି କହିଛନ୍ତି ଯେ, ୨୦୨୬ ସୁଦ୍ଧା ରାଜ୍ୟରୁ ନକ୍ସଲବାଦ ମୂଳପୋଛ କରିବାକୁ ଯୋଜନା କରାଯାଇଛି। କୋଷ୍ଟାଲ ସିକ୍ୟୁରିଟି ପାଇଁ ଓଡ଼ିଶା ପୋଲିସ ନୂଆ ଯୋଜନା କରିଛି। ଏଥିପାଇଁ ଅତ୍ୟାଧୁନିକ ନୂଆ ବୋଟ୍ ସାମିଲ କରାଯିବ।