ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଗରିଆବନ୍ଧ ଏନକାଉଣ୍ଟରେ ଦୁର୍ଦାନ୍ତ ମାଓବାଦୀ ଜୟରାମ ନିହତ, ମୁଣ୍ଡ ଉପରେ ଥିଲା କୋଟିଏ ଟଙ୍କାର ପୁରସ୍କାର

Published By : Harapriya Biswal | January 21, 2025 3:56 PM

ରାୟପୁର,୨୧।୧:  ଛତିଶଗଡ଼ ଗରିଆବନ୍ଧରେ ସୁରକ୍ଷାବାହୀକୁ ବଡ଼ ସଫଳତା। କମ୍ବିଂ ଅପରେସନ୍‌ ବେଳେ ଯବାନଙ୍କ ଗୁଳିରେ ୧୬ ମାଓବାଦୀ ନିହତ। ମୃତକଙ୍କ ମଧ୍ୟରେ ରହିଛି ଦୁର୍ଦାନ୍ତ ମାଓବାଦୀ ଜୟରାମ ଓରଫ୍ ଚଲପତି। ଯାହା ଉପରେ ରହିଥିଲା ୧ କୋଟି ଟଙ୍କାର ପୁରସ୍କାର। ଆଗକୁ ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା ।

ଲାଲଗଡ଼ରେ ସୁରକ୍ଷା ବାହିନୀର ବଡ଼ ଧରଣର କମ୍ବିଂ ଅପରେସନ୍। ଟଳିଲେ ଗୋଟିଏ ପରେ ଗୋଟିଏ ହୋଇ ୧୬ ମାଓବାଦୀ। କେବଳ ସେତିକି ନୁହେଁ ଆକ୍ରମଣରେ ନିହତ ହୋଇଛି ମାଓବାଦୀଙ୍କ  ଟପ୍ କମାଣ୍ଡର ଜୟରାମ ଓରଫ୍ ଚଲପତି । ମୁଣ୍ଡ ଉପରେ ଥିଲା  ୧ କୋଟି ଟଙ୍କାର ପୁରସ୍କାର।   ସେ ନକ୍ସଲଙ୍କ ସେଣ୍ଟ୍ରାଲ କମିଟିର ସଦସ୍ୟ ଥିଲା। ତାକୁ ଦେଶର ସବୁଠାରୁ ଦୁର୍ଦାନ୍ତ ନକ୍ସଲ କମାଣ୍ଡର ଭାବରେ ଗଣାଯାଏ। ଚଲପତି ବହୁବାର ସୁରକ୍ଷାବାହିନୀ ଉପରେ କରିଛି ବଡ଼ ବଡ଼ ହମଲା। ସେ ଓଡିଶା କ୍ୟାଡରର ନକ୍ସଲ ଥିଲା। ଏନକାଉଣ୍ଟରରେ ଚଲପତି ନିହତ ହେବା ନକ୍ସଲ ଅପରେସନ୍ ଇତିହାସରେ ପ୍ରଥମ ଘଟଣା। କମ୍ବି ଅପରେସନ୍ ବେଳେ  ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ଓ IED ଜବତ କରାଯାଇଛି। ଗରିଆବନ୍ଧ ଏସ୍‌ସି ନିଖିଲ ରାଖେଚା କହିଛନ୍ତି, ଏପର୍ଯ୍ୟନ୍ତ ୧୬ ମାଓବାଦୀଙ୍କ ମୃତଦେହ ମିଳିଛି। ତାଙ୍କ ଭିତରେ ଏକ କୋଟି ଟଙ୍କାର ପୁରସ୍କାର ଥିବା ଚଲପତି ରହିଛି।

ଏହି ଘଟଣା ନେଇ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ୍ କରିଛନ୍ତି। ସେ କହିଛନ୍ତି ଏହା ନକ୍ସଲଙ୍କ ବିରୋଧରେ ବଡ଼ ଆକ୍ସନ। ଆମର ସୁରକ୍ଷାବାହିନୀ ନକ୍ସଲ ମୁକ୍ତ ଭାରତ ନିର୍ମାଣ ଦିଗରେ ହାସଲ କରିଛନ୍ତି ସଫଳତା ।ସିଆରପିଏଫ୍, ଏସ୍‌ଓଜି ଓଡିଶା ଓ ଛତିଶଗଡ ପୋଲିସର ଜଏଣ୍ଟ ଅପରେସନ୍‌ ନିପାତ ହୋଇଛନ୍ତି ନକ୍ସଲ। ଆଇଜି ଅମରେଶ ମିଶ୍ରା କହିଛନ୍ତି, ଗରିଆବନ୍ଧ ଅପରେସନ୍‌ ଓଡିଶାର ନୂଆପଡା ଜିଲ୍ଲାର ସୀମାକୁ ଲାଗିଥିବା କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ଘଟିଛି। ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା  ଗୁଇନ୍ଦା ସୂଚନା ପରେ ଆରମ୍ଭ ହୋଇଥିଲା ତଲାସୀ ଅଭିଯାନ। ୧୯ ତାରିଖ ରାତିରୁ ଅପରେସନ୍ ଆରମ୍ଭ ହୋଇଥିଲା। ଏଥିରେ ୧ ହଜାରୁ ଅଧିକ ଯବାନ ୬୦ ରୁ ଅଧିକ ନକ୍ସଲଙ୍କୁ ଘେରାଉ କରିଥିଲେ। ଏନକାଉଣ୍ଟ ପରେ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଓ ଏକ ସେଲଫ୍ ଲୋଡିଂ ରାଇଫଲ୍ ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.