ଭୁବନେଶ୍ୱର ୧୩/୦୪: ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର । ଖୁବ୍‌ଶୀଘ୍ର ବିଶ୍ୱ ପ୍ରସିଦ୍ଧ ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ୍‌ ମାନ୍ୟତା । ଏନେଇ ସୂଚନା ଦେଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ। ଆସନ୍ତା ମେ ୨୮ ଓ ୨୯ ତାରିଖ ବୈଠକରେ ବିଧିବଦ୍ଧ ଘୋଷଣା ହୋଇପାରେ। ପୂର୍ବରୁ ଏନେଇ ମନ୍ତ୍ରୀ ପିୟୂଷ ଗୋୟାଲଙ୍କୁ ଚିଠି ଲେଖିଥିଲେ ସାଂସଦ ସମ୍ବିତ ପାତ୍ର।

ଏପ୍ରିଲ ୧୧ ଛେନାପୋଡ଼ ଦିବସ ଅବସରରେ ଡା. ପାତ୍ର ଦେଇଥିବା  ଚିଠିରେ ଉଲ୍ଲେଖ କରିଥିଲେ କି, ନୟାଗଡ଼ ଛେନାପୋଡ଼କୁ ଜିଆଇ  ମାନ୍ୟତା ଦେବା ପାଇଁ ବହୁଦିନ ହେବ ଦାବି ରହିଆସିଛି । ପୁନର୍ବାର  ସେ ସମାନ କଥାକୁ ଉଠାଇ ଜିଆଇ ମାନ୍ୟତା ପ୍ରଦାନ ପ୍ରକ୍ରିୟାକୁ  ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗୋୟଲଙ୍କୁ ଦାବି ପତ୍ର ପ୍ରଦାନ  କରିଥିଲେ । ଏହାକୁ ଗମ୍ଭୀରତାର ସହ ନେଇ ଯଥାଶୀଘ୍ର ନୟାଗଡ଼  ଛେନାପୋଡ଼ାକୁ ଜିଆଇ ମାନ୍ୟତା ପ୍ରଦାନ କରାଯିବ ଦିଗରେ ଉପଯୁକ୍ତ  ପଦେକ୍ଷପ ଗ୍ରହଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।

ଶନିବାର ନୟାଗଡ ଛେନା ପୋଡର ସ୍ରଷ୍ଠା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ବ ଛେନାପୋଡ ଦିବସ ଭାବେ ପାଳନ କରାଯାଇଥିଲା । ଛେନାପୋଡ଼ ଗୋଟିଏ ଓଡ଼ିଆ ମିଠା । ଏହା ଛେନା, ଚିନି, ସୁଜି, କାଜୁ ଓ କିସମିସରେ ତିଆରି କରାଯାଏ । ଛେନାପୋଡ଼ର ଆକ୍ଷରିକମାନେ ପୋଡ଼ା ଜାଇଥିବା ଛେନା ବା ପୋଡ଼ିକରି ତିଆରି କରାଯାଇଥିବା ଛେନାରେ ତିଆରି ଏକ ମିଠା ।